Advertisment

୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ; ମାଡ଼ିବସିଲା ଭିଜିଲାନ୍ସ

ଭିଜିଲାନ୍ସ ପ୍ରଧାନ ଶିକ୍ଷକଙ୍କୁ ପଚରାଉଚରା କରୁଥିବା ସୂଚନା ରହିଛି।

ଅଦ୍ୟତନ ହୋଇଛି
Headmaster

Headmaster

Advertisment

ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି। 

Advertisment

ଲୋନ୍ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଧାନ ଶିକ୍ଷକ ନିରଞ୍ଜନ ପତି। ଏନେଇ କର୍ମଚାରୀ ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ଅନୁଯାୟୀ ଆଜି ସକାଳେ ପ୍ରଧାନ ଶିକ୍ଷକ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ପ୍ରଧାନଶିକ୍ଷକ ମଧ୍ୟ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି। ଭିଜିଲାନ୍ସ ଅଧିକାରୀମାନେ ପ୍ରଧାନ ଶିକ୍ଷକଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି। 

Advertisment
Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe