Advertisment

୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ 5T ସ୍କୁଲ ପ୍ରଧାନଶିକ୍ଷକ

ପ୍ରଧାନ ଶିକ୍ଷକଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

author-image
Jitendra Garnayak
Headmaster

Headmaster

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଅଗସ୍ଥି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ଆଜି ଅପରାହ୍ନରେ ପ୍ରଧାନଶିକ୍ଷକ ଅଗସ୍ଥି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।

5T ସ୍କୁଲ ରୂପାନ୍ତରୀକରଣ ବାବଦରେ ଚୂଡ଼ାନ୍ତ ବିଲ୍‌ କରିଦେବାକୁ ଠିକାଦାର ଯୁଧିଷ୍ଠିର ଭଗତ ବାରମ୍ବାର ପ୍ରଧାନଶିକ୍ଷକଙ୍କୁ କହିଥିଲେ ହେଁ ସେ ବିଳମ୍ବ କରୁଥିଲେ। ସେ ଲାଞ୍ଚ ମାଗୁଥିଲେ।

Advertisment

ଅତିଷ୍ଠ ହୋଇ ଯୁଧିଷ୍ଠିର ଭବାନୀପାଟଣା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ଅଧାମୁଣ୍ଡା ସ୍କୁଲରେ ପ୍ରଧାନଶିକ୍ଷକ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ତାଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଛି।

Vigilance Raid Bribe Odisha Vigilance Vigilance Net