Advertisment

୮ ଛାତ୍ରଙ୍କ ଆଖିରେ ସହପାଠୀମାନେ ଫେବିକୁଇକ୍ ପକାଇବା ଘଟଣା: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

୮ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ବିଦ୍ୟାଳୟକୁ ଫେରିଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି।

author-image
Jitendra Garnayak
Medical

Medical

କନ୍ଧମାଳ ଜିଲ୍ଲା ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟର ୮ ଜଣ ଛାତ୍ରଙ୍କ ଆଖିରେ ସେମାନଙ୍କ ସହପାଠୀମାନେ ଫେବିକୁଇକ୍ ଅଠା ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦିନ ସେ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିବା କାରଣରୁ ତାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଏହା ସହିତ ଘଟଣାର ବିଭାଗୀୟ ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ୮ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ବିଦ୍ୟାଳୟକୁ ଫେରିଥିବା ବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଭାଗ ୱାର୍ଡରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରଙ୍କ ଆଖିପତା ଖୋଲିଥିବା ବେଳେ ୩ ଜଣ ଆଖିପତା ଏବେ ମଧ୍ୟ ଖୋଲିପାରିନାହାନ୍ତି।

ଏହି ଘଟଣାକୁ ନେଇ ଆହତ ଛାତ୍ରଙ୍କ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ସେବାଶ୍ରମ ବିଦ୍ୟାଳୟରେ ସେମାନଙ୍କ ପିଲାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ସଲାଗୁଡ଼ା ସେବାଶ୍ରମ ବିଦ୍ୟାଳୟର ଏହି ୮ ଛାତ୍ର ହଷ୍ଟେଲରେ ରହନ୍ତି। ସେମାନେ ଗତ ୧୧ ତାରିଖ ରାତିରେ ହଷ୍ଟେଲରେ ଶୋଇଥିବା ବେଳେ ଅନ୍ୟ କିଛି ଛାତ୍ର ସେମାନଙ୍କ ଆଖିରେ ଫେବିକୁଇକ ଅଠା ପକାଇ ଦେଇଥିଲେ ବୋଲି ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ଗୋଚ୍ଛାପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ସେମାନଙ୍କୁ ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।