Advertisment

କ୍ଲାସ୍‌ ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଟରା କରୁଥିଲେ ସାର୍‌!

ସାରଙ୍କ ଏ ଦୋଷ ନୂଆ ନୁହେଁ। ନିୟମିତ ଛାତ୍ରୀଙ୍କୁ ଏମିତି ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। କିଛିଦିନ ତଳେ ସେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟଣା କରିଥିଲେ। ତେବେ ଛାତ୍ରୀମାନେ ଏନେଇ ଅଭିଭାବକଙ୍କୁ କହିଥିଲେ।

ଅଦ୍ୟତନ ହୋଇଛି
Balasore

Balasore

Advertisment

ପାଠ ପଢ଼ାଇବା ବଦଳରେ କ୍ଲାସ୍‌ ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଓଟରା କରୁଥିଲେ ସାର୍‌। ଥରେ କି ଦୁଇଥର ନୁହେଁ, ଏମିତି ବାରମ୍ୱାର କରୁଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଆସିଛି। ଆଜି ଏନେଇ ଅଭିଯୋଗ ପରେ ଭୋଗରାଇ ବିଇଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ଶୁକ୍ରବାର ପ୍ରଧାନଶିକ୍ଷକ ଗୋବିନ୍ଦ ଚରଣ ଜେନା ଷଷ୍ଠ ଶ୍ରେଣୀରେ ପାଠ ପଢ଼ାଉଥିଲେ। ପଢ଼ାଇ ସାରିବା ପରେ ଚିତ୍ର ଆଙ୍କିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ। ମାତ୍ର ଜଣେ ଛାତ୍ରୀ ଚିତ୍ର ଆଙ୍କି ପାରିନଥିଲେ। ଏହା ଦେଖି ସାର୍‌ କହିଥିଲେ, ଚିତ୍ରଆଙ୍କି ଦେଲେ ତୁ କ’ଣ ଦେବୁ? ଛାତ୍ରୀ ଉତ୍ତର ଦେଇଥିଲେ, ସାର୍‌ ୫୦ ଟଙ୍କା ଦେବି। ଏହା ପରେ ସେ ଛାତ୍ରୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ ହୋଇଛି।

ସାରଙ୍କ ଏ ଦୋଷ ନୂଆ ନୁହେଁ। ନିୟମିତ ଛାତ୍ରୀଙ୍କୁ ଏମିତି ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। କିଛିଦିନ ତଳେ ସେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟଣା କରିଥିଲେ। ତେବେ ଛାତ୍ରୀମାନେ ଏନେଇ ଅଭିଭାବକଙ୍କୁ କହିଥିଲେ। ଛାତ୍ରୀଙ୍କଠାରୁ ଏକଥା ଶୁଣିବାପରେ ଅଭିଭାବକମାନେ ଆଜି ଏନେଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଫୋନ୍‌ କରି ଅବଗତ କରାଇଥିଲେ। ସକାଳେ ସ୍କୁଲରେ ପହଞ୍ଚିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କୁ ଅଭିଯୋଗ ସମ୍ପର୍କରେ ପଚାରିଥିଲେ। ଅଭିଯୋଗ ମିଛ ବୋଲି ପ୍ରଧାନଶିକ୍ଷକ କହିଥିଲେ। ଏହା ପରେ ସ୍କୁଲରେ ବୈଠକ ବସିଥିଲା। ବୈଠକରେ ସିଆର୍‌ସିସି ମଧ୍ୟ ଉପସ୍ଥିତ ଥିଲେ। ଛାତ୍ରୀମାନେ ପ୍ରମାଣ ଦେବାରୁ ସାର ସବୁ ଦୋଷ ସ୍ୱୀକାର କରିଥିଲେ। ଅଭିଭାବକଙ୍କ ସମ୍ମୁଖରେ ସେ କ୍ଷମା ମାଗିଥିଲେ।

Advertisment

ସାର୍‌ ସବୁ ଦୋଷ ମାନିବା ପରେ ଗାଁ ଲୋକେ ତାଙ୍କଠାରୁ ଅଣ୍ଡରଟେକିଂ ଲେଖାଇନେଇଥିଲେ। ସାରଙ୍କୁ ସ୍କୁଲରୁ ବିଦା କରିବା ପାଇଁ ଗାଁ ଲୋକେ ଦାବି କହିଥିଲେ। ଏହା ପରେ ସାର୍‌ ସ୍କୁଲ ଛାଡ଼ି ପଳାଇଯିବା ପାଇଁ ଉଦ୍ୟମ କରୁଥିଲେ। ହେଲେ ଗାଁ ଲୋକେ ତାଙ୍କୁ ଅଟକାଇ ଦେଇଥିଲେ। ପରେ ସୁଯୋଗ ଦେଖି ସାର ସ୍କୁଲ ପଛ ପାର୍ଶ୍ୱ ଦେଇ ଚମ୍ପଟ ମାରିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଭୋଗରାଇ ବିଇଓ କମଲୋଚନ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯିବ।

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe