Headmaster
ଜଣେ ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଅଭିଯୋଗରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ।
ଗତ ଜୁଲାଇ ୩୧ ତାରିଖ ଦିନ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ହେମାଞ୍ଜଳି ହୋତା ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ପିଟି ଲହୁ ଲୁହାଣ କରିଦେଇଥିବା ନେଇ ତାଙ୍କ ବାପାମା’ ଅଭିଯୋଗ କରିଥିଲେ।
ଉକ୍ତ ଛାତ୍ର ଓ ତାଙ୍କ ଅଭିଭାବକ ଏହି ଘଟଣା ନେଇ ସଇଁତଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ତା’ ସହିତ ସେମାନେ ବଲାଙ୍ଗିର ଏସପି ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହି ଘଟଣାକୁ ନେଇ ତଦନ୍ତ କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପ୍ରଧାନ ଶିକ୍ଷୟିତ୍ରୀ ହେମାଞ୍ଜଳି ହୋତାଙ୍କୁ ନିଲମ୍ବନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1755174637.jpg)