Advertisment

କଂଗ୍ରେସ ହୋର୍ଡିଂରେ ପ୍ରଧାନଶିକ୍ଷକଙ୍କ ଫଟୋ, ନିଲମ୍ବନ କଲେ ବିଇଓ

ଗୋଟିଏ ପଟେ ସରକାରୀ ଚାକିରି କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଲଗାଉଥିଲେ ନିଜ ଫଟୋ ଥିବା ରାଜନୈତିକ ହୋର୍ଡିଂ, ଆଉ ଦେଉଥିଲେ ଭାଷଣ । ଏ ନେଇ ଅଭିଯୋଗ ହେବା ପରେ ନିଲମ୍ବିତ ହୋଇଛନ୍ତି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ।

author-image
Niharika Rout
ଅଦ୍ୟତନ ହୋଇଛି
Suspended

Suspended

ପ୍ରଧାନଶିକ୍ଷକ ପଦରେ ଥାଇ ବି ରାଜନୀତିକୁ ମନ ବଳାଇଲେ । ଗୋଟିଏ ପଟେ ସରକାରୀ ଚାକିରି କରିଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଲଗାଉଥିଲେ ନିଜ ଫଟୋ ଥିବା ରାଜନୈତିକ ହୋର୍ଡିଂ, ଆଉ ଦେଉଥିଲେ ଭାଷଣ । ଏ ନେଇ ଅଭିଯୋଗ ହେବା ପରେ ନିଲମ୍ବିତ ହୋଇଛନ୍ତି ସମ୍ପୃକ୍ତ ପ୍ରଧାନ ଶିକ୍ଷକ ।

Advertisment

ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଘଟିଛି। ନିଲମ୍ବିତ ପ୍ରଧାନଶିକ୍ଷକଜଣକ ହେଉଛନ୍ତି ସଞ୍ଜିତ କୁମାର ପ୍ରଧାନ । ସେ ପାକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।

କଂଗ୍ରେସ ଦଳର ଚିହ୍ନ ଓ ନେତାଙ୍କ ଫଟୋ ଥିବା ହୋର୍ଡିଂରେ ସେ ନିଜ ଫଟୋ ଲଗାଇଥିଲେ। ଏପରି ହୋର୍ଡିଂଗୁଡ଼ିକୁ ସେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଲଗାଇଥିବା ଅଭିଯୋଗ ହୋଇଥିଲା ।

Advertisment

ଏହାର ପ୍ରମାଣ ମିଳିବା ପରେ ସଞ୍ଜିତ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ ସେ ତାହାର କୌଣସି ଉତ୍ତର ନ ଦେଇ ଚୁପ ରହିଥିଲେ । ନିର୍ଦ୍ଦିଷ୍ଟ ସମୟ ଅତିକ୍ରମ ହେବା ପରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ବିଇଓ ପବିତ୍ର ଗଡ଼ତିଆ ତାଙ୍କୁ ନିଲମ୍ବନ କରିଛନ୍ତି।

ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ଗଡ଼ତିଆଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତ ଶନିବାର ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।  

ଅନ୍ୟପଟେ ଦଳୀୟ ଚିହ୍ନ ଥାଇ ହୋଡିଂ ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବା ପରେ ସେ ଏ ବିଷୟରେ କିଛି ଜାଣି ନାହାନ୍ତି। ତାଙ୍କ ଅଜାଣତରେ କେହି ଏମିତି କରିଥାଇ ପାରନ୍ତି ବୋଲି ସଫେଇ ଦେଇଛନ୍ତି । ଆଗାମୀ ଦିନରେ ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇ ଥାଇ ପାରନ୍ତି ବୋଲି ବି କହିଛନ୍ତି।

ଏନେଇ ବିଇଓ ପବିତ୍ର ଗଡତିଆ କହିଛନ୍ତି, କଂଗ୍ରେସ ହୋର୍ଡିଂରେ ତାଙ୍କ ଫଟୋ ଥିବା ସହ ସେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ଘଟଣା ଆମ ନଜରକୁ ଆସିଥିଲା। ଚାକିରିରେ ରହି ରାଜନୈତିକ ଦଳର କାର୍ଯ୍ୟକ୍ରମରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି।

Kandhamal Suspend;