ବିଜେଡି ନେତାଙ୍କୁ ଲାଗିଛି ସାଂଘାତିକ ଝଟକା। ପଡ଼ିଛି ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍ । ମାତ୍ରାଧିକ ଖଣି ଉତ୍ତୋଳନ ତଥା ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ନିଆଯାଇଛି ଏପରି କଡ଼ା ଆକ୍ସନ । ଏହି ବିଜେଡି ନେତା ଜଣଙ୍କ ହେଉଛନ୍ତି ବେଣୁଧର ପ୍ରଧାନ । ନୟାଗଡ଼ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ତାଙ୍କ ବିରୋଧରେ ନିଆଯାଇଛି ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ।