ଅସଲି ଭଳି ଲାଗୁଥିବା ଏସବୁ ହେଉଛି ନକଲି। ମାଧ୍ୟମିକ ଶିକ୍ଷା ପରିଷଦ, ଉତ୍ତରପ୍ରଦେଶର ଏହି ସାର୍ଟିଫିକେଟ ଓ ମାର୍କସିଟରେ ଅଛି ବବଲୁ ମହାନନ୍ଦ ନାଁ। ବବଲୁ ମହାନନ୍ଦ ନାଁରେ ବଲାଙ୍ଗିର ଜିଲ୍ଳାର ବିଭିନ୍ନ ଥାନାରେ ରହିଛି ସଂଗୀନ ମାମଲା। ଗତ କିଛି ଦିନ ତଳେ, ଶାସ୍ତ୍ରୀନଗରର ଦୀପ ଦଂପତ୍ତିଙ୍କୁ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରିଥିଲା ବବଲୁ ମହାନନ୍ଦ।