Advertisment

ବିପୁଳ ବିସ୍ଫୋରକ ସାମଗ୍ରୀ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ

ଆଲୁରକୋଟା ନିକଟରୁ ଏହି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ଯବାନଙ୍କ କମ୍ବଂ ଅପରେସନ ବେଳେ ଏହି ସଫଳତା ମିଳିଛି।

author-image
Biswajit Samal
Malkangiri

Malkangiri

ମାଲକାନଗିରି ଜିଲ୍ଲାରେ ଠାବ ହେଲା ଲାଲବାହିନୀର ବନ୍ଧୁକ ତିଆରି କାରଖାନାର ସାମଗ୍ରୀ। ତା’ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।୧୪୨ ବାଟାଲିୟନର BSF ଯବାନଙ୍କୁ ମିଳିଛି ଏହି ବଡ଼ ସଫଳତା।

Advertisment

ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଆଲୁରକୋଟା ନିକଟରୁ ଏହି ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ଯବାନଙ୍କ କମ୍ବଂ ଅପରେସନ ବେଳେ ଏହି ସଫଳତା ମିଳିଛି। ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିଛନ୍ତି BSF ଯବାନ।

ଭେଜଙ୍ଗୱାଡା ଜଙ୍ଗଲ ମଧ୍ୟରେ BSF ଜବାନ କମ୍ବିଂ ଅପରେସନ କରୁଥିଲେ। ଏହି ସମୟରେ ସିଲେରୁ ନଦୀ ତଟବର୍ତ୍ତୀ ଅଞ୍ଚଳରେ ମାଓବାଦୀ ଏକ ଗାତ କରି ପ୍ଲାଷ୍ଟିକ ଡ୍ରମ ଭିତରେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ତିଆରି ଲେଦ୍ ମେସିନ ଲୁଚାଇ ରଖିଥିଲେ।

Advertisment

ଜବତ ବିସ୍ପୋରକ ସାମଗ୍ରୀ ମଧ୍ୟରେ ରହିଛି ଜିଲୋଟିନ ଷ୍ଟିକ ସହ ହ୍ୟାଣ୍ଡ ଗ୍ରେନେଡ଼, ଲେଦ୍ ମେସିନ। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ଏତେ ପରିମାଣର ବିସ୍ପୋରକ ସାମଗ୍ରୀ ମାଓବାଦୀ ଗଛିତ ରଖିଥିଲେ ବୋଲି ସୂଚନା ମିଳିଛି। ଯାହାକୁ ପଣ୍ଡ କରିଛନ୍ତି BSF ଯବାନ।

Malkangiri BSF Jawan