/odisha-reporter/media/post_attachments/uploadimage/library/16_9/16_9_0/Heroin_1717234814.jpg)
Heroin
ନିଶା ଦ୍ରବ୍ୟ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି। ଆସାମ ରାଇଫଲର ଯବାନମାନେ ବେଆଇନ ଚାଲାଣର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧.୩୮୭ କେଜିର ହେରୋଇନ ମିଳିଛି। ଏହାର ବଜାର ମୂଲ୍ୟ ୯.୭୦ କୋଟି ଟଙ୍କା ହେବ। ମିଜୋରାମ-ମିଆଁମାର ସୀମାରୁ ଏତେ ପରିମାଣର ହେରୋଇନ ଜବତ ହୋଇଛି।
ଆସାମ ରାଇଫଲ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଗୁରୁବାର ଦିନ ମିଜୋରାମ-ମିଆଁମାର ସୀମାନ୍ତରେ ଥିବା ମେଲବୁକ ଓ ଜୋଟେ ଗାଁରୁ ନିଶାଦ୍ରବ୍ୟକୁଚ ଜବତ କରାଯାଇଛି। ୧.୩୮୭ କେଜି ହେରୋଇନକୁ ୩ ଜଣ ବ୍ୟକ୍ତି ୧୧୨ଟି ସାବୁନ କେସ୍ରେ ରଖି ଚୋରା ଚାଲାଣ କରୁଥିଲେ।
ହରୋଇନ ଚୋରା ଚାଲାଣ ସମ୍ପର୍କରେ ପ୍ରଥମେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଆସାମ ରାଫଲ୍ସର ଗୋଟିଏ ଟିମ ସହ ଝୋକାୱଥର ଓ ଚମ୍ଫାଇ ସହରରେ ମୁତୟନ ପୁଲିସ୍ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।
ଅପରେସନ ବେଳେ ମେଲବୁକରୁ ୧୪୬ ଗ୍ରାମ, ଜୋଟେରୁ ୨୨ ଗ୍ରାମ ଓ ଚମ୍ଫାଇ-ଅଜିୱାଲ ଠାରୁ ୧କେଜି ୨୧୯ ଗ୍ରାମ ହେରୋଇନ ଜବତ କରାଯାଇଥିଲା। କାହରୱଟ ଓ ନ୍ୟୁ ଚମ୍ଫାଇରେ ରହୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗୁଇନ୍ଦା ସୂଚନା ଆଧାରରେ ଗିରଫ କରାଯାଇଛି। ଗିରଫ ପରେ ସେମାନଙ୍କୁ ଝୋକାୱଥର ଓ ଚମ୍ଫାଇ ପୁଲିସ୍କୁ ହସ୍ତାନ୍ତର କରାଯାଇଥିବା ବିବୃତିରେ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
