Advertisment

ନକ୍ସଲଙ୍କ ହିଂସାକାଣ୍ଡ: ସୀମାରେ ହାଇ ଆଲର୍ଟ

ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

ଅଦ୍ୟତନ ହୋଇଛି
MAO COMBING

MAO cOMBING

Advertisment

ନକ୍ସଲଙ୍କ ହିଂସାକାଣ୍ଡ ପରେ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ୪ ଜିଲ୍ଲାର ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଆଲର୍ଟ ଜାରି କରାଯାଇଛି।

Advertisment

ଏହାସହ କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର ଏସପିଙ୍କୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପାଟ୍ରୋଲିଂ କରିବାକୁ କୁହାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡର ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇ ଦେଇଥିଲେ ନକ୍ସଲ। ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ରେଳ ଧାରଣା ଉଡାଇବା ପରେ ପୋଷ୍ଟର ଓ ବ୍ୟାନର ମାରିଯାଇଥିଲେ ନକ୍ସଲ।ଅନ୍ୟପକ୍ଷରେ  ଆଜି ଭାରତ ବନ୍ଦ ଡାକରା ଦେଇଛି ନକ୍ସଲ ସଂଗଠନ।

Advertisment

ସେହିପରି ବୁଧବାର ରାତିରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ୩୦ ନମ୍ବର ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଥିଲେ ଲାଲ୍ ବାହିନୀ। ନକ୍ସଲଙ୍କ ପକ୍ଷରୁ ଆଜି ଛତିଶଗଡ଼ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ତା’ ପୂର୍ବରୁ ନକ୍ସଲ ଲଙ୍କାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରିଥିଲେ।

Naxal Attack Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe