Advertisment

ଗ୍ୟାଙ୍ଗଷ୍ଟର ଟିଟୋକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୧୭ ମସିହାରେ କେନ୍ଦ୍ରାପଡ଼ା ଟାଉନ ଥାନାର ଏକ ହତ୍ୟା ଅପରାଧ ମାମଲା ଏବଂ ୨୦୧୯ ମସିହାରେ କେନ୍ଦ୍ରପଡ଼ା ସଦର ଥାନାର ଏକ ହତ୍ୟା ଉଦ୍ୟମ ମାମଲାରେ ହାଇକୋର୍ଟ ଟିଟୋଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
undefined

High Court

କେନ୍ଦ୍ରାପଡ଼ାର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୂର୍ବରୁ ପାଇଥିବା ଜାମିନ ରଦ୍ଦ କରି ଗିରଫ ନିର୍ଦ୍ଦେଶ ଦେଲେ କୋର୍ଟ। ଜାମିନ ସର୍ତ୍ତ ଖିଲାପ କରିବାରୁ ତାକୁ ଗିରଫ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ଟି ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲା ଟିଟୋ। ସର୍ତ୍ତ ଅନୁସାରେ ପ୍ରତି ସପ୍ତାହରେ ଥାନାରେ ହାଜର ନିର୍ଦ୍ଦେଶ ଥିଲା। ତେବେ ସର୍ତ୍ତ କୋହଳ କରିବାକୁ ପୁଣି କୋର୍ଟ ଯାଇଥିଲା ଟିଟୋ। କିନ୍ତୁ କୋର୍ଟ କିଛି ରାୟ ଦେବା ପୂର୍ବରୁ ସେ ଥାନା ହାଜିରା ବନ୍ଦ କରିଦେଇଥିଲା। ଏନେଇ କେନ୍ଦ୍ରାପଡ଼ା ଟାଉନ ଥାନା ପକ୍ଷରୁ କୋର୍ଟକୁ ଅବଗତ କରାଯାଇଥିଲା।

Advertisment

କେନ୍ଦ୍ରାପଡ଼ା ଟାଉନ ଥାନା ଆଇଆଇସିଙ୍କ ଆବେଦନକୁ ବିଚାର କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

୨୦୧୭ ମସିହାରେ କେନ୍ଦ୍ରାପଡ଼ା ଟାଉନ ଥାନାର ଏକ ହତ୍ୟା ଅପରାଧ ମାମଲା ଏବଂ ୨୦୧୯ ମସିହାରେ କେନ୍ଦ୍ରପଡ଼ା ସଦର ଥାନାର ଏକ ହତ୍ୟା ଉଦ୍ୟମ ମାମଲାରେ ହାଇକୋର୍ଟ ଟିଟୋଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ବୁଧବାର ଏବଂ ରବିବାର ଟାଉନ ଥାନା ଆଇଆଇସିଙ୍କ ନିକଟରେ ଟିଟୋଙ୍କୁ ହଜାର ହେବାକୁ କୁହାଯାଇଥିଲା। ତେବେ ଜାମିନ ପାଇବା ପରଠାରୁ ଟିଟୋ କେବେବି ହାଜର ନହୋଇ ଜାମିନର ସର୍ତ୍ତରେ ପରିବର୍ତ୍ତନ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ଉଭୟ ଟିଟୋଙ୍କ ଆବେଦନ ଏବଂ ଆଇଆଇସିଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଟିଟୋଙ୍କ ଜାମିନ ରଦ୍ଧ କରିବା ସହ ତୁରନ୍ତ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Odisha Highcourt High Court Arrest Gangster Tito