Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ; MV Debi ଜାହାଜକୁ ତୁରନ୍ତ ବାନ୍ଧ

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଚୂଡ଼ାନ୍ତ ଫଇସଲା ନ ଆସିବା ଯାଏ ଜାହାଜଟି ପାରାଦୀପରେ ଅଟକି ରହିବ । ଅର୍ଥାତ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

undefined

Odisha HighCourt

Advertisment

‘MV Debi ଜାହାଜକୁ ତୁରନ୍ତ ବାନ୍ଧ । ଚୂଡ଼ାନ୍ତ ଫଇସଲା ନ ଆସିବା ଯାଏ ଜାହାଜଟି ପାରାଦୀପ PICT ବର୍ଥରେ ହିଁ ରହିବ । ’ପାରାଦୀପ PICT ବର୍ଥରେ ଗତ ନଭେମ୍ବରରେ ବର୍ଥିଂ ହୋଇଥିବା MV Debi ସମ୍ପର୍କୀତ ଏକ ମାମଲାର ଶୁଣାଣି କରି ଗତକାଲି ହାଇକୋର୍ଟ ଏପରି ଅନ୍ତରୀଣ ଆଦେଶ ଦେଇଛନ୍ତି।

Advertisment

ଜାହାଜର ମାଲିକଙ୍କଠାରୁ ପ୍ରାୟ ସାଢେ ୮ କୋଟିର ଟଙ୍କା ନିଜର ବକେୟା ପ୍ରାପ୍ୟ  ପାଇବାକୁ ହାଇକୋର୍ଟ ଯାଇଥିଲା ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ । ଗତ ନଭେମ୍ବର ୩୦ରୁ ଏଯାଏ ଜାହାଜଟିକୁ ଜବତ କରି କଷ୍ଟମ୍ସ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ ରଖିଛି। ସେଥିରେ ୨୧ ଜଣ ଯାକ କ୍ରିଉ ମେମ୍ବର ପ୍ରାୟ ୩ ମାସ ହେଲାଣି ମଧ୍ୟ ଅଟକି ରହିଛନ୍ତି।

ଗତକାଲି ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅନ୍ତରୀଣ ଆଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଚୂଡ଼ାନ୍ତ ଫଇସଲା ନ ଆସିବା ଯାଏ ଜାହାଜଟି ପାରାଦୀପରେ ଅଟକି ରହିବ । ଅର୍ଥାତ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ନଭେମ୍ବର ୩୦ରେ ପାରାଦୀପ ବର୍ଥରେ ଲାଗିଥିଲା MV Debi ଜାହାଜ । ଏହାପରେ ସେଥିରେ କୋକେନ ଥିବା ଜଣାପଡ଼ିଥିଲା। ଏହି ଘଟଣା ପ୍ରଘଟିତ ହେବା ପରେ ରାଜ୍ୟ ସମେତ ବହୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହାର ଯାଞ୍ଚ କରୁଛନ୍ତି। କିନ୍ତୁ କୋକେନ ଲିଙ୍କର ଟେର ପାଇ ପାରୁ ନାହାନ୍ତି।

କଷ୍ଟମସ୍‌ ବିଭାଗ MV Debi ଜାହାଜରୁ ୨୨୦ କୋଟିର କୋକେନ ଜବତ କରିଥିବା ବେଳେ ତାହାକୁ କୁଜଙ୍ଗ କୋର୍ଟରେ ଜମା କରିଥିଲା। ଏହାପରେ ଜାହାଜକୁ ବ୍ୟାଜାପ୍ତି କରିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଥିଲା। ମାତ୍ର ଜାହାଜ ମାଲିକ ଏହାକୁ କାଉଣ୍ଟର କରି ଜାହାଜକୁ ମୁକୁଳାଇବାକୁ ନିବେଦନ କରିଥିଲେ।

କୁଜଙ୍ଗ ସ୍ୱତନ୍ତ୍ର NDPS କୋର୍ଟ ଏହି ମାମଲାର ଶୁଣାଣି କରି ୧୦୦ କୋଟିର ବଣ୍ଡ ଏବଂ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜାହାଜ ମୁକୁଳାଇ ନେବାକୁ ଚଳିତ ମାସ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଜାହାଜକୁ ବିକ୍ରି କରି ହେବନି, ରଙ୍ଗ ବଦଳାଇ ହେବନି ବୋଲି ସର୍ତ୍ତ ରଖିଥିଲେ ।

ମାତ୍ର ଏବେ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଜାହାଜ ପାଇଁ ଜଟିଳତା ବଢି ଯାଇଛି। ଅର୍ଥାତ ମାମଲା ଶେଷ ଯାଏ ଜାହାଜଟି ପାରାଦ୍ୱୀପ ବର୍ଥରେ ରହିବ । ତେବେ ଏହି ମାମଲାର ଫଇସାଲା କେବେ ହେବ, କୋକେନ କନେକ୍ସନ କେବେ ବାହାରିବ ସେ ନେଇ କିଛି ଠୋସ୍‌ ସୂଚନା କାହା ପାଖରେ ନାହିଁ।

High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe