Advertisment

ଜାମିନ ଦେବାକୁ ହାଇକୋର୍ଟଙ୍କ ନିଆରା ସର୍ତ୍ତ

ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକ ଓ ଆଉ ଜଣେ ମିଶି କଟକ ଲିଙ୍କ୍‌ ରୋଡ୍‌ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ପୃଥକ ଲୋନ ଆକାଉଣ୍ଟରେ ୧କୋଟି ୫ ଲକ୍ଷ ଟଙ୍କା ଋଣ କରିଥିଲେ। ପ୍ରତିବଦଳରେ ଭୁବନେଶ୍ୱର ଅର୍ଚିଡ୍‌ ପ୍ରାଇଡରେ ଥିବା ୩ଟି ପୃଥକ ସମ୍ପତ୍ତି ମୋର୍ଟଗେଜ ଭାବେ ଦାଖଲ କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Odisha High court

Odisha High court

ନିର୍ଦ୍ଦିଷ୍ଟ ସମ୍ପତ୍ତିକୁ ବାରମ୍ବାର ମୋର୍ଟଗେଜ ଦେଇ ବ୍ୟାଙ୍କରୁ ଋଣ ନେବା ଅଭିଯୋଗରେ ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେବାକୁ ହାଇକୋର୍ଟ ନିଆରା ସର୍ତ୍ତ ରଖିଛନ୍ତି। ଜାମିନରେ ଯିବା ପରେ ଅଭିଯୁକ୍ତ ମହିଳା ଜଣକ ସମ୍ପୃକ୍ତ ବ୍ୟାଙ୍କ ପରିସରକୁ ଦୁଇ ମାସ ଧରି ସଫା କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ସକାଳ ୮ ଟାରୁ ୧୦ଟା ମଧ୍ୟରେ ସେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହାୟତାରେ ସଫେଇ କାମ କରିବେ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଯଦି ସର୍ତ୍ତ ପୂରଣ ନ କରନ୍ତି, ତା’ହେଲେ ତାଙ୍କ ଜାମିନ ଖାରଜ କରାଯିବ ବୋଲି ହାଇକୋର୍ଟ ଚେତାଇ ଦେଇଛନ୍ତି।

Advertisment

ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକ ଓ ଆଉ ଜଣେ ମିଶି କଟକ ଲିଙ୍କ୍‌ ରୋଡ୍‌ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ପୃଥକ ଲୋନ ଆକାଉଣ୍ଟରେ ୧କୋଟି ୫ ଲକ୍ଷ ଟଙ୍କା ଋଣ କରିଥିଲେ। ପ୍ରତିବଦଳରେ ଭୁବନେଶ୍ୱର ଅର୍ଚିଡ୍‌ ପ୍ରାଇଡରେ ଥିବା ୩ଟି ପୃଥକ ସମ୍ପତ୍ତି ମୋର୍ଟଗେଜ ଭାବେ ଦାଖଲ କରିଥିଲେ। ତେବେ ପରବର୍ତୀ ସମୟରେ ସେହି ମୋର୍ଟଗେଜ ଉପରେ ସେ ପୂର୍ବରୁ ଭୁବନେଶ୍ୱରର ଅଶୋକ ନଗର ସ୍ଥିତ ଇଣ୍ଡିଆନ ବ୍ୟାଙ୍କରୁ ଲୋନ କରି ପରିଶୋଧ ନକରିଥିବା ଜଣା ପଡିଥିଲା। ଇଣ୍ଡିଆନ ବ୍ୟାଙ୍କ ସମ୍ପୃକ୍ତ ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବାକୁ ଆସିବା ପରେ ଅଭିଯୁକ୍ତଙ୍କ ଠକେଇ କଥା ଜଣାପଡ଼ିଥିଲା। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକଙ୍କୁ ଗତ ଫେବ୍ରୁଆରୀ ୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Odisha High Court