Advertisment

‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’

ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।

author-image
Niharika Rout
undefined

High Court

ରାଗିଂ ଅଭିଯୋଗ ମାମଲାରେ ଛାତ୍ରଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ । ଅନାଥାଶ୍ରମରେ ସପ୍ତାହେ ଯାଏଁ ସ୍ବେଚ୍ଛାସେବୀ ଭାବେ ପାଠ ପଢାଇବାକୁ ନିର୍ଦ୍ଦେଶ । ଏଭଳି ଐତିହାସିକ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ ।

Advertisment

ଭୁବନେଶ୍ୱରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନରେ ସିନିୟରମାନେ ଜୁନିୟରଙ୍କୁ ରାଗିଂ କରିଥିବା ନେଇ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଅଭିଯୋଗ ହୋଇଥିଲା । ଏନେଇ ଭରତପୁର ଥାନାରେ ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ମାମଲା ବିଚାରାଧୀନ ଥିବା ସମୟରେ ଶୁଭେଚ୍ଛୁ ଓ ଅଭିଭାବକଙ୍କ ହସ୍ତକ୍ଷେପ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ବିବାଦ ସମାଧାନ ହୋଇଛି ବୋଲି ଦର୍ଶାଇ ମାମଲା ଖାରଜ କରିବାକୁ ସମ୍ପୃକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।

Advertisment

ଏହି ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି, ଆଇନ ଛାତ୍ର ଭାବେ ଆବେଦନକାରୀଙ୍କ ପରି ଆଚରଣ ଅଶୋଭନୀୟ ଥିଲା। ଆଇନଗତ ଜ୍ଞାନ ବାଦ ଜଣେ ଆଇନଜୀବୀ ଦୁର୍ବଳଙ୍କ ନିମିତ୍ତ କାର୍ଯ୍ୟ କରିବେ, ନ୍ୟାୟର ରକ୍ଷକ ହେବେ ଓ ପାଟି ଖୋଲି ପାରୁନଥିବା ବ୍ୟକ୍ତିଙ୍କ ସ୍ୱ ର ହେ‌ବେ ବୋଲି ଆଶା କରାଯାଏ। ମାତ୍ର କ୍ୟାରିଅରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ଆଚରଣ ଆପତ୍ତିଜନକ ବୋଲି ହାଇକୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଏହାସହ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ସପ୍ତାହେ ପାଠ ପଢାଇବାକୁ ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଆଇନ ଛାତ୍ର ନିଜ ପସନ୍ଦର ଅନାଥାଶ୍ରମରେ ଶିକ୍ଷାଦାନ ସହ କର୍ମଶାଳା ଆୟୋଜନ କରିବେ । ଅନୁଷ୍ଠାନ ମୁଖ୍ୟଙ୍କଠାରୁ ଏ ସଂକ୍ରାନ୍ତୀୟ ପ୍ରମାଣପତ୍ର ଆଣି ଚାରି ସପ୍ତାହ ମଧ୍ୟରେ ହାଇକୋର୍ଟରେ ଦାଖଲ କରିବେ ।

ହାଇକୋର୍ଟ କହିଛନ୍ତି, ଏପରି ଅନୁଭବ ଆବେଦନକାରୀଙ୍କୁ ସକରାତ୍ମକ ଦିଗରେ ନେବ । ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ ।

Odisha Highcourt Ragging