Advertisment

ହତ୍ୟା ପୂର୍ବରୁ କଂଗ୍ରେସ କର୍ମୀ ହିମାନିଙ୍କ ସହ ରାତି କାଟିଥିଲା ଫେସବୁକ ବନ୍ଧୁ, କ’ଣ ଥିଲା ପୂରା ଘଟଣା?

୭ ମାସ ହେଲାଣି ସଚିନ ନିୟମିତ ଭାବେ ହିମାନି ରହୁଥିବା ବିଜୟ ନଗର ଘରକୁ ଆସୁଥିଲେ। ହିମାନିଙ୍କ ମା’ ଓ ଭାଇ ଦୀର୍ଘ ସମୟ ହେଲା ଦିଲ୍ଲୀରେ ରହୁଛନ୍ତି।

sachin

sachin

Advertisment

ହରିୟାଣା କଂଗ୍ରେସର ୨୨ ବର୍ଷୀୟ କର୍ମୀ ହିମାନି ନରୱାଲଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ସୋମବାର ପୁଲିସ୍‌ ହିମାନିଙ୍କ ଫେସବୁକ ବନ୍ଧୁ ୩୦ ବର୍ଷୀୟ ସଚିନ ଓରଫ ଧିଲୁଙ୍କୁ ଗିରଫ କରିଛି। ସଚିନଙ୍କ ଘର ଝାଝର ଜିଲ୍ଲା ଅନ୍ତର୍ଗତ ଖୈରପୁର ଗାଁରେ। ହିମାନି ଓ ସଚିନଙ୍କ ବନ୍ଧୁତା ଫେସବୁକରୁ ଦେଢ଼ ବର୍ଷ ତଳେ ଆରମ୍ଭ ହୋଇଥିଲା।

Advertisment

୭ ମାସ ହେଲାଣି ସଚିନ ନିୟମିତ ଭାବେ ହିମାନି ରହୁଥିବା ବିଜୟ ନଗର ଘରକୁ ଆସୁଥିଲେ। ହିମାନିଙ୍କ ମା’ ଓ ଭାଇ ଦୀର୍ଘ ସମୟ ହେଲା ଦିଲ୍ଲୀରେ ରହୁଛନ୍ତି। ବିଜୟ ନଗର ଘରେ ହିମାନି ଏକା ରୁହନ୍ତି। ଏଥିପାଇଁ ସଚିନ କୌଣସି ବାଧାରେ ହିମାନିଙ୍କୁ ଘରକୁ ଯିବା ଆସିବା କରୁଥିଲେ। 

ହତ୍ୟା ପୂର୍ବରୁ ହିମାନିଙ୍କ ଘରେ ରାତି କାଟିଥିଲେ ସଚିନ

ମାର୍ଚ୍ଚ ୧ରେ ପୁଲିସ୍ ହିମାନିଙ୍କ ମୃତଦେହ ଗୋଟିଏ ସୁଟକେସ ମଧ୍ୟରୁ ଠାବ କରିଥିଲା। ଏହାପରେ ସଚିନଙ୍କୁ ଗିରଫ କରିଛି। ରୋହତକ ରେଞ୍ଜ ଅତିରିକ୍ତ ଡିଜିପି କୃଷ୍ଣ କୁମାର ରାଓ କହିଛନ୍ତି, ସଚିନ ଗୋଟିଏ ଫୋନ ଚାର୍ଜର କେବୁଲ ଦ୍ୱାରା ହିମାନିଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତ ଜଣକ ଦେଢ଼ ବର୍ଷ ତଳେ ସୋଶାଲ ମିଡିଆ ଦ୍ୱାରା ହିମାନିଙ୍କ ସଂସ୍ପର୍ଶରେ ଆସିଥିଲେ। ୬ରୁ ୭ ମାସ ହେବ ସେ ନିଜୟମିତ ହିମାନିଙ୍କ ରୋହତକ ଘରକୁ ଆସୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ଥିଲା। 

Advertisment

ଫେବୃଆରୀ ୨୭ ତାରିଖ ରାତି ପ୍ରାୟ ୯ଟା ବେଳେ ସଚିନ ବିଜୟ ନଗର ସ୍ଥିତ ହିମାନିଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ରାତିରେ ରହିଥିଲେ। ପର ଦିନ ସକାଳେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ଯାଇ ସଚିନ ପ୍ରଥମେ ହିମାନିଙ୍କ ଦୁଇ ହାତକୁ ଦୁପଟାରେ ବାନ୍ଧି ଦେଇଥିଲେ। ଏହାପରେ ମୋବାଇଲ ଚାର୍ଜର କେବୁଲରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।

ଗୋଟିଏ ସୁଟକେସ୍‌ ଭିତରେ କପଡ଼ା ଗୁଡ଼ାଇ ମୃତଦେହକୁ ଭର୍ତ୍ତି କରିଥିଲେ। ମୃତଦେହକୁ ସୁଟକେସ ସହ ଅନ୍ୟତ୍ର ଫିଙ୍ଗିବା ପୂର୍ବରୁ ହିମାନିଙ୍କ ମୋବାଇଲ, ଲ୍ୟାପଟପ ଓ ସୁନା ଅଳଙ୍କାରକୁ ଚୋରି କରିଥିଲେ। ସେଗୁଡ଼ିକୁ ଝାଝର ସ୍ଥିତ ନିଜ ଦୋକାନରେ ଲୁଚାଇ ଦେଇଥିଲେ। ହିମାନିଙ୍କ ସ୍କୁଟିରେ ସେ ଚୋରି ଜିନିଷକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ।

ଚୋରି ଜିନିଷ ନିଜ ଦୋକାନରେ ରଖିବା ପରେ ସଚିନ ଫେବୃଆରୀ ୨୮ ତାରିଖ ରାତିରେ ପୁଣି ହିମାନିଙ୍କ ଘରେ ପହଞ୍ଚିଥିଲେ। ମୃତଦେହ ଥିବା ସୁଟକେସକୁ ଧରି ସେ ବାହାରକୁ ଆସିଥିଲେ ଓ ଅଟୋରେ ରୋହତକର ଦିଲ୍ଲୀ ବାଇପାସ ଯାଏ ଯାଇଥିଲେ। ସେଠାରୁ ବସ୍‌ ଦ୍ୱାରା ୨୬ କିମି ଦୂର ସମ୍ପଲାରେ ପହଞ୍ଚିଥିଲେ। ବସରୁ ଓହ୍ଲାଇ ସଚିନ ପ୍ରାୟ ୧୦୦ ମିଟର ଦୂରକୁ ଯାଇଥିଲେ।

ସେଠାରେ ଥିବା ବୁଦା ମୂଳରେ ମୃତଦେହ ଥିବା ସୁଟକେସକୁ ଫିଙ୍ଗି ଦେଇଥିଲେ। ପୁଲିସ୍‌ ଆହୁରି କହିଛି ଯେ ସଚିନ ବିବାହିତ ଓ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛି। ପୁଲିସ୍‌ ସୋମବାର ତାଙ୍କୁ ହିମାନିଙ୍କ ହତ୍ୟା ଘଟଣାରେ ଗିରଫ କରିବା ପରେ କୋର୍ଟରେ ହାଜର କରିଥିଲା।

କୋର୍ଟ ତାଙ୍କୁ ୩ ଦିନ ପାଇଁ ପୁଲିସ୍‌ ହେପାଜତରେ ପଠାଇ ଦେଇଛନ୍ତି। ଅଭିଯୁକ୍ତ ଠାରୁ ପୁଲିସ ହିମାନିଙ୍କ ମୋବାଇଲ ଫୋନ, ଲ୍ୟାପଟପ ଓ ସୁନା ଅଳଙ୍କାର ଜବତ କରିଛି। ଏହି ସବୁ ଜିନିଷକୁ ପୁଲିସ୍‌ ଝାଝରର କାନୋଣ୍ଡା ସ୍ଥିତ ସଚିନଙ୍କ ମୋବାଇଲ ମରାମତି ଦୋକାନରୁ ଠାବ କରିଛି।

Congress Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe