Advertisment

ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କ ଠାରୁ ସୁନାଗହଣା, ଟଙ୍କା ଓ ମୋବାଇଲ୍ ଲୁଟ୍‌

ଆମ୍ବଗଡ଼ିଆ ଛକ ନିକଟରେ ବାଇକ୍‌ରେ ଆସି ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Scooty

Scooty

କେନ୍ଦୁଝର ଜିଲ୍ଲା ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ଶିକ୍ଷୟିତ୍ରୀ। ତାଙ୍କ ନାଁ ନିବେଦିତା ପାତ୍ର। ସେ ବଣିଆପଙ୍କ ହାଇସ୍କୁଲରେ ହିନ୍ଦୀ ଶିକ୍ଷୟିତ୍ରୀ ଅଛନ୍ତି।

Advertisment

ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ନିବେଦିତା ପାତ୍ର ତାଙ୍କ ଗାଁ ମଟରାଗଡ଼ିଆରୁ ସ୍କୁଟି ଯୋଗେ ସ୍କୁଲ ଅଭିମୁଖେ ଯାଉଥିଲେ। ଆମ୍ବଗଡ଼ିଆ ଛକ ନିକଟରେ ବାଇକ୍‌ରେ ଆସି ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ନିବେଦିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ଦୁଇ ଭରିରୁ ଊର୍ଦ୍ଧ୍ୱ ଓଜନର ସୁନା ଚେନ୍, ମୁଦି ସହିତ ନଗଦ ଦୁଇ ହଜାର ଟଙ୍କା ଓ ମୋବାଇଲ ନେଇ ଯାଇଥିଲେ। ଗଲା ବେଳେ ସେମାନେ ସ୍କୁଟି ଚାବି ମଧ୍ୟ ନେଇ ଯାଇଥିଲେ।

ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକଙ୍କୁ ଅଟକାଇ ଶିକ୍ଷୟିତ୍ରୀ ନିବେଦିତା ଘଟଣା ସଂପର୍କରେ କହିଥିଲେ। ସେମାନଙ୍କ ସହାୟତାରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୋସୋ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment
Loot Lootera