Advertisment

ବଢିଲା ଇତିହାସ ଅଧ୍ୟାପକଙ୍କ ଅଡୁଆ

ଭିଡ଼ିଓଟି ସର୍ବ ସମ୍ମୁଖକୁ ଆସିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସ୍ୱାଧୀନତା ଦିବସରେ ଏପରି ନାରା ଦିଆଯାଇ ଭାରତ ମାତା, ଜାତୀୟ ପତାକା ଓ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଇଛି ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ଏବଂ ବଜରଙ୍ଗ ଦଳ କହିଥିଲା।

author-image
Manoranjan Sial
History Lecturer

History Lecturer

ବଢୁଲା ଇତିହାସ ବିଭାଗ ଅଧ୍ୟାପକଙ୍କ ଅଡୁଆ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଲାଣି। ଆଜି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ବଲାଙ୍ଗିର ଏସ୍‌ପିଙ୍କୁ ଭେଟି ଇତିହାସ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ସ୍ୱାଧୀନତା ଦିବସ ପାଳନ ବେଳେ ବୋଲବମ୍‌ ନାରା ଦେଇଥିଲେ ଇତିହାସ ଅଧ୍ୟାପକ।

Advertisment

ଘଟଣାଟି ଏମିତି। ସ୍ୱାଧୀନତା ଦିବସ ପାଳନ ସମୟରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ଧୂମାଭଟା କଲେଜରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ଜାତୀୟ ପତାକା ଉତ୍ତୋଳନ ବେଳେ ଇତିହାସ ବିଭାଗର ଅଧ୍ୟାପକ ଅରୁଣ ବୁଡ଼େକ ବୋଲ ବମ୍‌ର ନାରା ଦେଇଥିଲେ। ଏହାଛଡ଼ା ଗଣେଶ ଫାଦର ପାର କରେଗା ଓ ପାର୍ବତୀ ହଜବ୍ୟାଣ୍ଡ ପାର କରେଗାର ନାରା ଦେଇଥିଲେ ଇତିଆସ ଅଧ୍ୟାପକ। ଯାହାର ଭିଡ଼ିଓ ଓଟିଭି ଓ ଓଡ଼ିଶା ରିପୋର୍ଟରରେ ପ୍ରସାରଣ କରାଯାଇଥିଲା।

ଭିଡ଼ିଓଟି ସର୍ବ ସମ୍ମୁଖକୁ ଆସିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ସ୍ୱାଧୀନତା ଦିବସରେ ଏପରି ନାରା ଦିଆଯାଇ ଭାରତ ମାତା, ଜାତୀୟ ପତାକା ଓ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରାଯାଇଛି ବୋଲି କୋଶଳ ମୁକ୍ତି ମୋର୍ଚ୍ଚା ଏବଂ ବଜରଙ୍ଗ ଦଳ କହିଥିଲା। ତେଣୁ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଦାବି ହୋଇଥିଲା। ଏନେଇ ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

Advertisment

ହେଲେ ପୁଲିସ୍‌ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲା। ପୁଲିସ୍‌ର ଏପରି ନିରବତା ପ୍ରତିବାଦରେ ଆଜି ବିଭିନ୍ନ ସଂଗଠନ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଇତିହାସ ଅଧ୍ୟାପକଙ୍କ ସହିତ ଉପସ୍ଥିତ ଥିବା କଲେଜ ଅଧ୍ୟକ୍ଷ ତଥା ଅନ୍ୟମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗକୁ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।

ଏନେଇ କଲେଜ କର୍ତ୍ତୃପକ୍ଷ କିମ୍ୱା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir