Advertisment

ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର

ବଳରାମ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Police station

Police station

Advertisment

ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ମୃତକ ହେଲେ ବଡଗଡ଼ ଗ୍ରାମର ବଳରାମ ଦାସ। ସେ ବଡଗଡ଼ ଥାନେରେ କାର୍ଯ୍ୟ କରୁଥିଲେ।

Advertisment

ବଳରାମ ନିଶାସେବନ କରନ୍ତି। କିଛି ଦିନ ତଳେ ବଳରାମ ନିଶାସେବନ କରି ଥାନାକୁ ଆସିଥିଲେ। ଏନେଇ ଏସ୍ଆଇ ତାଙ୍କ ଉପରେ ବିରକ୍ତି ହୋଇଥିଲେ। ନିଶାସେବନ ନ କରି ଥାନାକୁ ଆସିବାକୁ କହିଥିଲେ। ବଳରାମ ଏକ ସପ୍ତାହ ହେଲା ଥାନାକୁ ଆସୁନଥିଲେ। କିନ୍ତୁ ଆଜି ସକାଳୁ ବଳରାମଙ୍କ ମୃତଦେହ ଥାନା ନିକଟରେ ଥିବା ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି  ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ବଳରାମ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଜଣାପଡ଼ିନାହିଁ। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Ganjam Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe