Advertisment

NHRC ଗଲା ହୋମଗାର୍ଡ ମାମଲା; ଡିଆଇଜିଙ୍କ ଦରମାରୁ ୩୦ ଲକ୍ଷ ଦେବାକୁ ଅପିଲ୍‌

ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନରେ ଏତଲା ଦାୟର ହୋଇଛି ।

Home Guard

Home Guard

Advertisment

ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଅସହ୍ୟ ହେବାକୁ ଟ୍ରେନ୍‌ ଆଗକୁ ଡେଇଁ ନିଜ ଦୁଇ ଗୋଡ଼ ହରାଇଥିବା ହୋମଗାର୍ଡଙ୍କ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ଏତଲା ଦାୟର ହୋଇଛି । ମାନବାଧିକାର କର୍ମୀ ଜୟନ୍ତ ଦାସଙ୍କ ପକ୍ଷରୁ NHRCରେ ଏହି ଏତଲା ଦିଆଯାଇଛି ।

Advertisment

ଏପରି ଅମାନୁଷିକ କାଣ୍ଡ ପାଇଁ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତା ହୋମଗାର୍ଡଙ୍କୁ ୩୦ ଲକ୍ଷ କ୍ଷତିପୂରଣ ଦେବାକୁ ବି ଅପିଲ୍ କରାଯାଇଛି। କ୍ଷତିପୂରଣ ରାଶି ଡିଆଇଜିଙ୍କ ଦରମାରୁ କାଟିବା ପାଇଁ ଏତଲାରେ ଆବେଦନ ହୋଇଛି ।

ରାଜ୍ୟ ପୁଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ତାଙ୍କ ଘରେ ନିୟୋଜିତ ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ସବୁବେଳେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ଗଳା ଧକ୍କା ଦେଇ ବାହାର କରି ଦେଇଥିଲେ। ଏହାପରେ ସୈରିଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ନିଜ ଦୁଇଟି ଯାକ ଗୋଡ ହରାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି ।

Advertisment

ମହିଳା ହୋମଗାର୍ଡ ଜଣଙ୍କ ନିଜ ଉପରେ ବିତିଥିବା ନିର୍ଯାତନା ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇ ସାରିଛନ୍ତି । କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ହୋମଗାର୍ଡ ସୈରିଦ୍ରୀ ସାହୁ ଅଭିଯୋଗ କରିଛନ୍ତି।

ସେପଟେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ । ତାଙ୍କର ପାରିବାରିକ ସମସ୍ୟା ଥିଲା, ଅନ୍ୟମନସ୍କ ରହୁଥିଲେ । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ, ତାଙ୍କୁ ଏନେଇ କେହି ପ୍ରବର୍ତ୍ତାଇ ଥିବା ସେ କହିଛନ୍ତି ।

ସୈରିଦ୍ରୀଙ୍କ ସ୍ୱାମୀଙ୍କର ବହୁ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ନିଜ ୨ ଝିଅଙ୍କୁ ଧରି ରୁହନ୍ତି। ତାଙ୍କ ରୋଜଗାରରେ ପରିବାର ଚଳୁଥିବା ବେଳେ ଏବେ ସେ ଗୋଡ଼ ହରାଇ ପଙ୍ଗୁ ପାଲଟଇ ଯାଇଛନ୍ତି। ତାଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇ ଯାଇଛି। ଏପରିକି ନିଜ ୨ ଝିଅଙ୍କ ପାଳନ କିପରି କରିବେ, ସେହି ଚିନ୍ତା ତାଙ୍କୁ ଘାରିଛି। ତେଣୁ ତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

Police Suicide Threat Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe