Advertisment

ପୁଲିସ୍‌ ବାଇକ୍‌ ଚୋରି କରି ବନ୍ଧା ହେଲେ ହୋମଗାର୍ଡ

ରିଜର୍ଭ ପୁଲିସକୁ ମିଳିଥିବା ଗାଡି OD 05 Z 6825 କ୍ୟାମ୍ପସରୁ ଚୋରି ହୋଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ  ହୋଇଥିଲା।

Arrest

Arrest

Advertisment

ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ । କାରଣ ପୁଲିସ୍‌ ସାଜିଲ ଚୋର। ଚୋରି ରୋକିବା ପାଇଁ ନିଯୁକ୍ତ ହୋଇଥିବା ହୋମଗାର୍ଡ ନିଜେ ପାଲଟିଗଲେ ଗାଡି ଚୋର । ଚୋରି କରିବାକୁ ବାହାର ଜିନିଷ ନୁହେଁ, ଖୋଦ ପୁଲିସ ବିଭାଗର ବାଇକ୍‌ ଉପରେ ନଜର ପକାଇଲେ। ଆଉ ନିଜେ ଗାଡ଼ି ଚୋରି କରି ତାହାର ଅଭିଯୋଗ ଥାନାରେ କଲେ। ଶେଷରେ ଏହି ଅଭିଯୋଗରେ ପୁଲିସ୍‌ ସମ୍ପୃକ୍ତ ହୋମଗାର୍ଡ଼ଙ୍କୁ ବାନ୍ଧିଛି। ଏପରି ଏକ ହାସ୍ୟାସ୍ପଦ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ଗିରଫ ହୋମଗାର୍ଡଜଣକ ହେଲେ ଚନ୍ଦନ ବାରିକ ।

Advertisment

ଭଦ୍ରକ ରିଜର୍ଭ ପୁଲିସରେ ହୋମଗାର୍ଡ ଚନ୍ଦନ ବାରିକ କାର୍ଯ୍ୟରତ ଥିଲେ । ରିଜର୍ଭ ପୁଲିସକୁ ମିଳିଥିବା ଗାଡି OD 05 Z 6825 କ୍ୟାମ୍ପସରୁ ଚୋରି ହୋଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ  ହୋଇଥିଲା।

ପରେ ତଦନ୍ତ ବେଳେ ଏହି ବାଇକ୍‌ ଚୋରି ପଛରେ ଚନ୍ଦନ ହାତ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏପରିକି ଏକ ଗ୍ୟାରେଜରେ ଉକ୍ତ ଗାଡ଼ିର ଇଞ୍ଜିନ ନମ୍ବର ଟ୍ୟାମ୍ପରିଙ୍ଗ ସହ ରଙ୍ଗ ବଦଳା ଯାଉଥିବା ଖବର ପାଇଥିଲା ପୁଲିସ ।

Advertisment

ପୁଲିସ୍‌ ତୁରନ୍ତ ଉକ୍ତ ଗ୍ୟାରେଜରେ ଚଢ଼ାଉ କରି ଗାଡ଼ିକୁ ଜବତ କରିଥିଲା। ଏଥିସହ ଏହାକୁ ଚୋରି ଅଭିଯୋଗରେ ଚନ୍ଦନ ଓ ତାଙ୍କୁ ସହଯୋଗ କରିଥିବା ଗ୍ୟାରେଜ ମିସ୍ତ୍ରୀ ସହାଦତ ଖାଁଙ୍କୁ ଗିରଫ କରିଛି।

ଜାମିନ ନାମଞ୍ଜୁର ହେବାରୁ ଦୁଇ ଜଣଙ୍କୁ ଜେଲ ପଠାଇ ଦିଆଯାଇଛି । ଘଟଣାକୁ ନେଇ ପୁଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Corrupt Police Arrest Bhadrak Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe