Advertisment

ଜେଲରୁ ବାହାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ,କହିଲେ- ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ

ଇଡି ମାମଲାରେ ହାଇକୋର୍ଟରୁ ବେଲ୍ ମିଳିବାର ୭ ଦିନ ପରେ ସେ ଜେଲରୁ ବାହାରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Archana Nag

ଜେଲରୁ ବାହାରିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ୧୪ ମାସ ପରେ ଆଜି ଭୁବନେଶ୍ୱରଝାରପଡ଼ା ଜେଲରୁ ଜାମିନରେ ବାହାରିଛନ୍ତି। ତାଙ୍କୁ ନେବାକୁ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଜେଲରେ
ପହଞ୍ଚିଥିଲେ।

Advertisment

ଆଜି ଜେଲରୁ ବାହାରିବା ପରେ ନିଜ ପୁରୁଣା ଶୈଳୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା। ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ, ସବୁ ତଥ୍ୟ ପ୍ରମାଣ ମୁଁ କୋର୍ଟରେ ଦାଖଲ କରିବି। କୋର୍ଟଙ୍କ ଉପରେ ମୋର ଭରସା ଅଛି।

ପୂର୍ବରୁ ଅର୍ଚ୍ଚନା କହିଥିଲେ ସେ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ। ସେ ପ୍ରଶ୍ନରେ ଅର୍ଚ୍ଚନା କହିଛନ୍ତି, ସମସ୍ତଙ୍କ ବିଶ୍ୱାସକୁ ମୁଁ ରଖିବି। ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ। କୋର୍ଟକୁ ସବୁ ତଥ୍ୟ ଦେବା ପରେ ସେ କାର୍ଯ୍ୟାନୁଷ୍ଠାନ ନେବେ। ଏହାସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି ଦୋହରାଇଛନ୍ତି ଅର୍ଚ୍ଚନା।.

Advertisment

ବ୍ଲାକମେଲିଂ, ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲରୁ ବାହାରିଛନ୍ତି। ଇଡି ମାମଲାରେ ହାଇକୋର୍ଟରୁ ବେଲ୍ ମିଳିବାର ୭ ଦିନ ପରେ ସେ ଜେଲରୁ ବାହାରିଛନ୍ତି। ୨ଲକ୍ଷ ଟଙ୍କା ଓ ଦୁଇଜଣ ଜାମିନଦାର ବଦଳରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଳୀ ଥାନା ମାମଲାରେ ସେ ବେଲ ପାଇଥିଲେ। ବଡବଡିଆଙ୍କୁ ବ୍ଲାକମେଲ ଓ ହନିଟ୍ରାପ୍ କରି ସେ ତିଆରି କରିଥିଲେ କଳା ସାମ୍ରାଜ୍ୟ। ପୂର୍ବରୁ ଅର୍ଚ୍ଚନା ନାଗର ଦାମି ଗାଡି ଓ ଆଲିସାନ୍ଘରକୁ ସିଜ୍ କରିଥିଲା ଇଡି।

ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚହଳ ପକାଇଥିଲା। ବଡ଼ ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠୁ ବଡ଼ ରକମର ଟଙ୍କା ଆଦାୟ କରିବା ଅଭିଯୋଗ ଅର୍ଚ୍ଚନାଙ୍କ ନାଁରେ ଥିଲା। ଏହି ବ୍ଲାକମେଲିଂ ରାକେଟ୍ ଏତେ ବଡ଼ ଥିଲା ଯେ, ଏଥିରେ ନେତା, ମନ୍ତ୍ରୀ, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ବି ସାମ୍ନାକୁ ଆସିଥିଲା। ଦିନ କେଇଟାରେ ରାଜଧାନୀରେ ବିରାଟ ବିଲଡିଂ, ଆଲିଶାନ୍ ଇନଟେରିୟର, ବଡ଼ ବଡ଼ କାର୍ ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି କରି ପକାଇଥିଲେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ।

ସିନେମା ପ୍ରଯୋଜକଙ୍କୁ ବ୍ଲାକମେଲିଂ ନେଇ ଥାନାରେ ଏତଲା ହେବା ପରେ କମିଶନରେଟ୍ ପୁଲିସ୍ ଏନେଇ ତଦନ୍ତ ଆରମ୍ଭ କରିଥିଲେ। ଆଳୁ ଖୋଳୁ ଖୋଳୁ ମହାଭାରତ ଭଳି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଧିରେ ଧିରେ ଫିଟିଥିଲା। ପୁଲିସ୍ ପରେ ଅର୍ଚ୍ଚନାଙ୍କ ମାମଲାରେ ଇଡି ବି ତଦନ୍ତ କରିଥିଲା। ଗତ ବର୍ଷ ଅକ୍ଟୋବରରେ ଅର୍ଚ୍ଚନା ଗିରଫ ହୋଇଥିଲେ। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ତାଙ୍କ ନାଁରେ ମାମଲା ଚାଲୁ ରହିଛି। ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ନାଁରେ ବି ମାମଲା ଚାଲିଥିବା ବେଳେ ସେ ପୂର୍ବରୁ ଜାମିନରେ ଆସିଛନ୍ତି।

Bhubaneswar Archana Nag