ଆଇନ ପରୀକ୍ଷା ଦେଇ ବାହାରିବା ପରେ ଅର୍ଚ୍ଚନା ନାଗଙ୍କ ପ୍ରତିକ୍ରିୟା। କହିଲେ, ଆଇନ ଉପରେ ମୋର ଭରସା ଅଛି। ନିଶ୍ଚିତ ଭାବେ ନ୍ୟାୟ ମିଳିବ। ଯେଉଁମାନେ ମୋ ପାଇଁ କଣ୍ଟା ବିଛାଇଥିଲେ, ତାହା ଫୁଲରେ ପରିଣତ ହୋଇଛି। ଆଇନ ପାଠ ପଢୁଛି, ଜେଲରେ ରହିବା ଯୋଗୁଁ ପାଠ ଅଭିଜ୍ଞତା ଆସିଲା। ତେବେ ୧୪ ମାସ ପରେ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରୁ ଜାମିନରେ ବାହାରିଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ।