Advertisment

ହରର୍‌ ହନିମୁନ, କିଲର୍‌ ୱାଇଫ୍‌

ଦୀର୍ଘ ୧୭ ଦିନ ପରେ ଖୋଲିଛି ମେଘାଳୟ ଦମ୍ପତିଙ୍କ ନିଖୋଜ ମିଷ୍ଟ୍ରି। ସ୍ୱାମୀ ହତ୍ୟା ପଛରେ ସ୍ତ୍ରୀ ହିଁ ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ହୋଇଛି।

author-image
Hemant Lenka
MP

MP

ପ୍ରଥମେ ବାହାଘର, ତା’ପରେ ହନିମୁନ। କିନ୍ତୁ ସବୁ ସବୁକିଛି ଥିଲା ମିଛି ମିଛିକା ଡ୍ରାମା। ପ୍ରେମ ଆଗରେ ତୁଚ୍ଛ ହେଲା ସ୍ୱାମୀ। ସାତ ଜନ୍ମ ପାଇଁ ଯେଉଁ ହାତ ଧରିଥିଲେ ସେଇ ହାତରେ ସ୍ୱାମୀଙ୍କ ମୃତ୍ୟୁ ପାଇଁ ରଚିଲେ ଭୟଙ୍କର ଷଡ଼ଯନ୍ତ୍ର। ହନିମୁନ ଟ୍ରିପ ପାଲଟିଲା ହରର। ହତ୍ୟାକାରୀ ସାଜିଲା ପତ୍ନୀ। ସୁପାରୀ କିଲରଙ୍କ ଦ୍ୱାରା ସ୍ୱାମୀଙ୍କୁ କଲେ ବେୱାଫା ପତ୍ନୀ। 

Advertisment

ଦୀର୍ଘ ୧୭ ଦିନ ପରେ ଖୋଲିଛି ମେଘାଳୟ ଦମ୍ପତିଙ୍କ ନିଖୋଜ ମିଷ୍ଟ୍ରି। ସ୍ୱାମୀ ହତ୍ୟା ପଛରେ ସ୍ତ୍ରୀ ହିଁ ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ହୋଇଛି। ନିଖୋଜ ଘଟଣାର କିଛି ଦିନ ପରେ ରାଜା ରଘୁବଂଶୀଙ୍କ ଗଳିତ ମୃତଦେହ ଶିଲଂରୁ ମିଳିଥିଲା। ଏବେ ଉତ୍ତରପ୍ରଦେଶ ଗାଜିପୁରରୁ ଗିରଫ ହୋଇଛନ୍ତି ରାଜାଙ୍କ ପତ୍ନୀ ସୋନମ। ରାଜା ରଘୁବଂଶୀ ହତ୍ୟା ଘଟଣାରେ ପୁଲିସ ପତ୍ନୀ ସୋନମଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ସୋନମଙ୍କ ପ୍ରେମିକ ରାଜ କୁଶୱା ବି ରହିଛନ୍ତି।

ମାତ୍ର ୨୮ ଦିନ ତଳେ ଇନ୍ଦୋରର ରାଜା ରଘୁବଂଶୀ ଓ ସୋନମ ବିବାହ କରିଥିଲେ। ରାଜାଙ୍କୁ ବିବାହ କରିଥିଲେ ବି ମନରେ ପ୍ରେମିକଙ୍କୁ ଜାବୁଡ଼ି ରଖିଥିଲେ ସୋନମ। ରାଜ କୁଶୱା ନାମକ ଅନ୍ୟ ଜଣେ ଯୁବକଙ୍କ ସହିତ ଦୀର୍ଘ ଦିନ ଧରି ସମ୍ପର୍କରେ ଥିଲେ ସୋନମ । ଆଉ ପ୍ରେମ ନିଶା ଏତେ ପାଗଳ କରିଥିଲା ଯେ ପ୍ରେମିକ ସହ ମିଶି ସ୍ୱାମୀକୁ କିଭଳି ରାସ୍ତାରୁ ହଟାଇବେ ସେଥିପାଇଁ ସେ ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି।

Advertisment

ସୋନମ ଖୋଦ୍‌ ହନିମୁନ୍‌ ପାଇଁ ଟିକେଟ୍‌ ବୁକ୍‌ କରିଥିଲେ। ଏହାପରେ ଶିଲଂ ଯିବା ପରେ ସେଠାରେ ହିଁ ମର୍ଡର ପ୍ଲାନକୁ ରୂପ ଦେଇଥିଲେ। ନିଜେ ଗାଏବ ହୋଗଲେ, ଆଉ ସୁପାରୀ କିଲର୍‌ ଲଗାଇ ରାଜାକୁ ହତ୍ୟା କରିଥିଲେ। ସୋନମଙ୍କ ବାପାଙ୍କ ପ୍ଲାଏଉଡ ଫ୍ୟାକ୍ଟ୍ରୀରେ ପ୍ରେମିକ ରାଜ କୁଶୱା କାମ କରୁଥିଲେ। ସେମାନେ ନିୟମିତ ଫୋନରେ କଥା ହେଉଥିଲେ। ଏହି କଥାବାର୍ତ୍ତା ପରବର୍ତ୍ତୀ ସମୟରେ ‍ପ୍ରେମର ରୂପ ନେଇଥିଲା। ସୋନମଙ୍କ ଠାରୁ ୫ ବର୍ଷ ସାନ ହେଉଛନ୍ତି ରାଜ।

ରାଜାଙ୍କୁ ବାହା ହେବା ପରେ ମଧ୍ୟ ରାଜଙ୍କ ପ୍ରତି ତାଙ୍କ ପ୍ରେମ କମି ନଥିଲା। ବିବାହ ପରେ ରାଜା ଓ ସୋନମ ହନିମୁନ ପାଇଁ ଶିଲଂ ଯାଇଥିଲେ। ସେଠାରେ ସୋନମ ନିଜ ପ୍ରେମିକ ଓ ସୁପାରୀ କିଲରଙ୍କୁ ଲଗାଇ ରାଜାଙ୍କୁ ହତ୍ୟା କରିଥିଲେ। ରାଜା ରଘୁବଂଶୀଙ୍କ ହତ୍ୟା ଘଟଣା ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ମେଘାଳୟ ଭଳି ୩ ରାଜ୍ୟକୁ ବ୍ୟାପିଛି। ଯଦିଓ ଷଡ଼ଯନ୍ତ୍ର ଇନ୍ଦୋରରେ ହୋଇଥିଲା, କିନ୍ତୁ ହ୍ୟାକାଣ୍ଡ ମେଘାଳୟରେ ଘଟିଛି। ସେହିପରି ମୁଖ୍ୟ ଅଭିଯୁକ୍ତ ଉତ୍ତର ପ୍ରଦେଶରୁ ଗିରଫ ହୋଇଛନ୍ତି।

ମେ’ ୨୩ରୁ ରାଜା ଓ ସୋନମ ହଠାତ୍‌ ନିଖୋଜ ହୋଇଯାଇଥିଲେ। ସପ୍ତାହକ ତଳେ ଚେରାପୁଞ୍ଜି ଅଞ୍ଚଳର ଗୋଟି ଖାତରୁ ରାଜା ରଘୁବଂଶୀଙ୍କ ଗଳିତ ମୃତଦେହ ମିଳିଥିଲା। ଏବେ ମେ’ ୨୩ରୁ ନି‌ଖୋଜ ଥିବା ସୋନମ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିବା ଶିଲଂ ପୁଲିସ୍‌ ଘୋଷଣା କରିଛି। ମେଘାଳୟର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ରାଜ କୁଶୱାଙ୍କ ସହ ସୋନମଙ୍କ ପ୍ରେମ ସମ୍ପର୍କ ରହିଥିଲା। ଏହି କାରଣରୁ ସେ ଲୋକ ଲଗାଇ ହନିମୁନ ଟ୍ରିପ ବେଳେ ରାଜା ରଘୁବଂଶୀଙ୍କୁ ହତ୍ୟା କରିଛନ୍ତି। ଜୁନ ୨ରେ ରାଜାଙ୍କ ମୃତଦେହ ପୂର୍ବ ଖାସି ହିଲ୍ସ ଜିଲ୍ଲାର ଗୋଟିଏ ଖାଇରୁ ମିଳିଥିଲା।

ମେ’ ୨୦ରେ ରାଜା ଓ ସୋନମ ହନିମୁନ ପାଇଁ ମେଘାଳୟ ଆସିଥିଲେ। ଏହାର ୯ ଦିନ ପୂର୍ବରୁ ସେମାନଙ୍କ ବାହାଘର ଇନ୍ଦୋରରେ ହୋଇଥିଲା। ମେ’ ୨୧ରେ ସେମାନେ ଶିଲଂରେ ପହଞ୍ଚିବା ପରେ ବାଲାଜୀ ଗେଷ୍ଟ ହାଉସରେ ରହିଥିଲେ। ମେ’ ୨୨ରେ ସେମାନେ ସୋହରା ଓ ନୋଙ୍ଗ୍ରିଟ ବୁଲିବାକୁ ଯାଇଥିଲେ। ମେ’ ୨୩ ସକାଳ ୧୦ରେ ସେମାନଙ୍କୁ ଇଷ୍ଟ ଖାସି ହିଲ୍ସ ଜିଲ୍ଲାର ନୋଙ୍ଗ୍ରିଟରୁ ଅନ୍ୟତ୍ର ଯାଉଥିବା ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସେମାନଙ୍କ ସହ ହିନ୍ଦୀ ଭାଷାରେ କଥା ହେଉଥିବା ଆଉ ୩ ଜଣ ମଧ୍ୟ ରହିଥିଲେ।

ମେଘାଳୟ ପୁଲିସ୍‌ ସୋନମ ଆତ୍ମସମର୍ପଣ କଥା କହୁଥିଲେ ହେଁ ଏହାକୁ ରାଜାଙ୍କ ଭାଇ ବିପୁଲ ଖଣ୍ଡନ କରିଛନ୍ତି। ତାଙ୍କ କହିବା କଥା ଯେ ଗାଜିପୁରର ଗୋଟିଏ ଢାବା ନିକଟରେ ସୋନମ ରହିଥିବା ବେଳେ ପୁଲିସ୍‌ ତାଙ୍କୁ ସେଠାରୁ ଗିରଫ କରିଛି। ସୋନମ ଢାବା ନିକଟରେ ଥିବା ତାଙ୍କ ଭାଇ ଓ ଢାବା ମାଲିକ ପୁଲିସ୍‌କୁ ସୂଚନା ଦେଇଥିଲେ।

ରାଜାଙ୍କ ବାପା ବିପୁଲ ଦାବି କରିଛନ୍ତି ଯେ “ସୋନମ ଶିଲଂରୁ ଆସିବା ପରେ ପ୍ରଥମେ ତାଙ୍କ ଭାଇ ଗୋବିନ୍ଦଙ୍କୁ ଗାଜିପୁରର ଗୋଟିଏ ଢାବାରୁ ଯୋଗାଯୋଗ କରିଥିଲେ। ସୋନମ ଗାଜିପୁରକୁ କେମିତି ଆସିଲେ, ସେକଥା ଜଣାନାହିଁ। ମୁଁ ଗୋବିନ୍ଦଙ୍କ ସହ ରାତି ୨ଟାରେ କଥା ହୋଇଥିଲି। ସେ ମୋତେ କହିଥିଲେ ଯେ ସୋନମ ଉତ୍ତର ପ୍ରଦେଶରେ ଠାବ ହୋଇଛନ୍ତି।

ଏହାପରେ ଆମେ ପୁଲିସ୍‌କୁ ଖବର ଦେବାରୁ ସେମାନେ ସୋନମଙ୍କୁ ଧରିଥିଲେ। ସେ ଆତ୍ମସମର୍ପଣ କରି ନାହାନ୍ତି। ସୋନମ ନିଜର ଅପରାଧ ସ୍ୱୀକାର ନ କରିବା ଯାଏ ଆମେ ତାଙ୍କୁ ଦୋଷୀ ବିବେଚନା କରିପାରିବୁ ନାହିଁ। ଉଭୟ ରାଜା ଓ ସୋନମ ସେମାନଙ୍କ ବାହାଘରରେ ବେଶ ଖୁସି ଥିଲେ।”

ସୋନମଙ୍କ ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିବା ଢାବା ମାଲିକ ସାହିଲ ଯାଦବ କହିଛନ୍ତି, “ରାତି ପ୍ରାୟ ୧ଟା ବେଳେ ସୋନମ ଏଠାକୁ ଆସିଥିଲେ ଓ କିଛି ଗ୍ରାହକଙ୍କୁ ସହଯୋଗ ମାଗିଥିଲେ। ସେମାନେ ସହଯୋଗ କରିବାକୁ ମନା କରିବାରୁ ସେ ମୋ ପାଖକୁ ଆସି ଫୋନ ମାଗିଥିଲେ। ଏହାପରେ ସେ ତାଙ୍କ ଭାଇଙ୍କୁ ଯୋଗାଯୋଗ କରିଥିଲେ ଓ ମୋ ଆଗରେ ହିଁ କାନ୍ଦି ପକାଇଥିଲେ।

ସେ ମୋତେ କହିଛନ୍ତି ଯେ ମେଘାଳୟରୁ ତାଙ୍କୁ ଅପହରଣ କରାଯାଇଥିଲା ଓ ତାଙ୍କ ସହ ଲୁଟପାଟ ମଧ୍ୟ ହୋଇଛି। କିନ୍ତୁ ସେ କେମିତି ଉତ୍ତର ପ୍ରଦେଶରେ ପହଞ୍ଚିଲେ, ସେକଥା ନିଜେ ଜାଣି ନଥିବା ମୋତେ କହିଛନ୍ତି।”

ରାଜାଙ୍କ ଭାଇ ଓ ଢାବା ମାଲିକ ଦେଇଥିବା ବୟାନକୁ ଗାଜିପୁର ପୁଲିସ୍‌ ନିଶ୍ଚିତ କରିଛି। ଢାବା ନିକଟରୁ ସୋନମକୁ ଗିରଫ କରାଯାଇଥିବା ପୁଲିସ କହିଛି।

Murder Crime Madhya Pradesh