/odisha-reporter/media/post_attachments/uploadimage/library/16_9/16_9_0/IMAGE_1705219239.jpg)
Biswajit Nayak
ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ଚାଞ୍ଚଲ୍ୟ। ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ ନାୟକ।
ବିଶ୍ୱଜିତ ତାଙ୍କ ମା’ଙ୍କ ସହିତ ରହୁଥିଲେ। ତାଙ୍କ ମା’ ୪/୫ ଦିନ ହେଲାଣି ପୁରୀ ଯାଇଛନ୍ତି। ବିଶ୍ୱଜିତ ଏକା ଥିବା ବେଳେ ଶୁକ୍ରବାର ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି।
ପ୍ରଥମେ କୁହାଯାଇଥିଲା, ବିଶ୍ୱଜିତଙ୍କୁ ଗଳା କାଟି ହତ୍ୟା କରାଯାଇଛି। ତେବେ ତାଙ୍କ ମୃତଦେହ ଉପରେ ପଡ଼ିଥିବା ରେଜେଇକୁ ହଟାଇବା ପରେ ତାଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ପୁଲିସ୍ ଜାଣିବାକୁ ପାଇଛି।
କିଏ ଓ କାହିଁକି ବିଶ୍ୱଜିତଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନି। ପୁଲିସ୍ ଫରେନ୍ସିକ୍ ଟିମ୍ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ଘଟଣାସ୍ଥଳକୁ ଯାଞ୍ଚ କରିଛି। ତା’ସହିତ ଆଖପାଖରେ ଲାଗିଥିବା ସିସିଟିଭିଗୁଡ଼ିକୁ ଯାଞ୍ଚ କରୁଛି।
ବିଶ୍ୱଜିତଙ୍କ ଘରେ ଜଣେ ମହିଳା କେୟାର ଟେକର କାମ କରନ୍ତି। ସେ ଏବେ ସନ୍ଦେହ ଘେରରେ ଅଛନ୍ତି। ପୁଲିସ୍ ତାଙ୍କୁ ଖୋଜୁଛି। ଏହା ସହିତ ଗାଁରେ ରହୁଥିବା ବିଶ୍ୱଜିତଙ୍କ ଦାଦା ଓ ଭାଇଙ୍କୁ ପଚରାଉଚରା କରିଛି। ସେହିଭଳି ପୁରୀରେ ଥିବା ତାଙ୍କ ମା’ଙ୍କ ସହିତ ପୁଲିସ୍ ଫୋନ୍ରେ କଥା ହୋଇଛି। ପୁଲିସ୍ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିଥିବା ବେଳେ ଅନ୍ୟପକ୍ଷରେ ଏହି ଘଟଣା ପରେ ଗାଁରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
