ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କୁ ଫୋନ୍‌ କରି କ’ଣ କହିଥିଲେ ଡାକ୍ତରୀ ଛାତ୍ର?

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ ସଚିନ୍, ତାଙ୍କ ବାନ୍ଧବୀ ଓ ଅନ୍ୟ କିଛି ସାଙ୍ଗ କୋଲକାତା ବୁଲିବା ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ଡାକ୍ତର ସଚିନ ସାହୁଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା।

Baripada PhotoOR

ବାମରୁ ଆତ୍ମହତ୍ୟା କରିଥିବା ଛାତ୍ର

Manoranjan Sial
  • Published: Saturday, 23 September 2023
  • Updated: 23 September 2023, 05:42 PM IST

କ’ଣ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌(ପିଆର୍‌ଏମ୍‌)ର ହଷ୍ଟେଲ୍‌ରେ ଝୁଲି ପଡ଼ିଲେ ଡାକ୍ତରୀ ଛାତ୍ର ସଚିନ୍‌ ସାହୁ? ଆଜି ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣିପାରି ନାହିଁ ପୁଲିସ୍‌। ହେଲେ ସେପଟେ ଶୁଣିବାକୁ ମିଳୁଛି ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ପୂର୍ବରୁ ସଚିନ୍‌ ତାଙ୍କ ବାନ୍ଧବୀଙ୍କୁ ଫୋନ୍‌ କରିଥିଲେ। ଆଉ ଆତ୍ମହତ୍ୟା କରିବେ ବୋଲି କୁଆଡ଼େ ଧମକ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବାରିପଦା ସଦର ଥାନା ପୁଲିସ୍‌ ସଚିନଙ୍କ ବାନ୍ଧବୀଙ୍କ ମୋବାଇଲ୍‌, ଲାପ୍‌ଟପ୍‌ ଆଦି ଜବତ କରି ଘଟଣାର ତଦନ୍ତ ଚଳାଇଛି।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ମୁସୁନିଆ ଗାଁ ଜ୍ଞାନେନ୍ଦ୍ର କୁମାର ସାହୁ ପେଶାରେ ଜଣେ ଶିକ୍ଷକ। ତିନି ଝିଅରେ ଏକ ମାତ୍ର ପୁଅ ସଚିନ। ସେ ପିଆର୍‌ଏମ୍‌ରେ ଡାକ୍ତରୀ ପାଠ ପଢ଼ୁଥିଲେ। ଏମ୍‌ବିବିଏସ୍‌ ପାସ୍‌ କରିବା ପରେ ହାଉସ ସର୍ଜନ ଭାବେ ସେଠାରେ କାର୍ଯ୍ୟ କରୁଥିଲେ ଡାକ୍ତର ସଚିନ ସାହୁ। ପାଠ ପଢ଼ିବା ବେଳେ ସେ ନିଜ ସାଥୀ ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ। ସଚିନ ଓ ତାଙ୍କ ବାନ୍ଧବୀଙ୍କ ପରିବାର ଭିତରେ ଭଲ ସମ୍ପର୍କ ଥିଲା। ଉଭୟ, ଉଭୟଙ୍କ ଘରକୁ ଯିବା ଆସିବା କରୁଥିବା ଚର୍ଚ୍ଚା ହେଉଛି।

Also Read

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ ସଚିନ୍, ତାଙ୍କ ବାନ୍ଧବୀ ଓ ଅନ୍ୟ କିଛି ସାଙ୍ଗ କୋଲକାତା ବୁଲିବା ପାଇଁ ଯାଇଥିଲେ। ସେଠାରୁ ଫେରିବା ପରେ ଡାକ୍ତର ସଚିନ ସାହୁଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ସଚିନ୍‌ ଭୁଲ୍‌ରେ କ୍ରେଡିଟ୍‌ କାର୍ଡର ଓଟିପି କାହାକୁ ଦେଇଦେବାରୁ ଏତେ ପରିମାଣର ଟଙ୍କା କଟି ଯାଇଥିଲା। ଏହାକୁ ନେଇ ସଚିତ ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରିବାର ଲୋକଙ୍କୁ କହିଦେବେ ବୋଲି ସଚିନ୍‌ଙ୍କୁ ତାଙ୍କ ବାନ୍ଧବୀ କୁଆଡ଼େ କହିଥିଲେ। ଯେଉଁଥିପାଇଁ ଭୟଭୀତ ହୋଇପଡ଼ିଥିଲେ ସଚିନ୍‌।

ସବୁଦିନ ପରି ଶୁକ୍ରବାର ଡ୍ୟୁଟିକୁ ଯାଇଥିଲେ ସଚିନ୍‌। ସେଠାରୁ ଫେରିବା ପରେ ସେ ତାଙ୍କ ବାନ୍ଧବୀଙ୍କୁ ଫୋନ୍‌ କରିଥିଲେ। କିଛି ସମୟ ଉଭୟଙ୍କ ଭିତରେ କଥାବାର୍ତ୍ତା ହୋଇଥିଲା। ଟଙ୍କା କଟିବାକୁ ନେଇ କଥାବାର୍ତ୍ତା ହୋଇଥିଲା। ଠିକ୍‌ ସେହି ସମୟରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ସଚିନ୍‌। ତା’ପରେ ସେ ଫୋନ୍‌ କାଟି ଦେଇଥିଲେ। ସଚିନଙ୍କ ବାନ୍ଧବୀ ଏନେଇ ଅନ୍ୟ ସାଥୀମାନଙ୍କୁ ଫୋନ୍‌ କରି କହିଥିଲେ। ଏହା ପରେ ସଚିନ ରହୁଥିବା ରୁମ୍‌ର କବାଟ ବାଡ଼େଇଥିଲେ ତାଙ୍କ ସଥୀମାନେ। ମାତ୍ର ସେ କବାଟ ଖୋଲିନଥିଲେ। ପରେ ସେମାନେ କବାଟ ଭାଙ୍ଗି ଭିତରେ ପଶିଥିଲେ। ସେତେବେଳକୁ ସେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସଚିନଙ୍କ ବାପା ଜ୍ଞାନେନ୍ଦ୍ର କୁମାର ସାହୁ ଏନେଇ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ସଚିନ୍‌ଙ୍କ ବାନ୍ଧବୀଙ୍କୁ ଥାନା ଡ଼କାଇ ପଚରା ଉଚୁରା କରିଥିଲା। ତାଙ୍କ ମୋବାଇଲ, ଲାପଟପ୍, ବ୍ୟାଙ୍କ ପାସ୍‌ବୁକ୍‌ ଆଦି ଜବତ କରି ତଦନ୍ତ ଚଳାଇଛି। ଆଜି ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାର ଛାନଭିନ କରୁଛି।

ପୁଲିସ ଶବ ବ୍ୟବଚ୍ଛେଦ କରି ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମେଡ଼ିକାଲ୍‌ କ୍ୟାମ୍ପସରେ ସାଙ୍ଗ ଓ ସାଥୀମାନେ ଶେଷ ବିଦାୟ ଦେଇଛନ୍ତି। ପରିବାର ଲୋକେ ମୃତଦେହ ଧରି ଗାଁକୁ ଫେରିଛନ୍ତି। ଏକମାତ୍ର ପୁଅକୁ ହରାଇ ଧୌର୍ଯ୍ୟହରା ହୋଇଛନ୍ତି ବାପା ଓ ମାଆ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରିଛନ୍ତି।

ରିପୋର୍ଟ- ବାରିପଦାରୁ ମାନିକଲାଲ୍‌ ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story