Advertisment

ତୀବ୍ର ହେଉଛି ଆନ୍ଦୋଳନ; ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଡାକ୍ତରୀ ଛାତ୍ରଙ୍କ ଧାରଣା

ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ଏବଂ NSA ଲାଗୁ କରିବାକୁ ଦାବି କରିଛନ୍ତି ଡାକ୍ତରୀ ଛାତ୍ର।

author-image
Tapaswini Nayak
Doctor strike

Doctor strike

ହାଉସ ସର୍ଜନଙ୍କୁ ଆକ୍ରମଣ ପ୍ରତିବାଦରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଶହେରୁ ଅଧିକ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ର ଆଜି ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ଓପିଡି ଆଗରେ ଆନ୍ଦୋଳନ କରିଛନ୍ତି। ପୁଲିସ ଡାକ୍ତରୀ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ନ୍ୟାୟ ପାଇବା ଦାବିରେ ଅଟଳ ରହିଛନ୍ତି ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ର।

Advertisment

ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ଏବଂ NSA ଲାଗୁ କରିବାକୁ ଦାବି କରିଛନ୍ତି ଡାକ୍ତରୀ ଛାତ୍ର। ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଏସପି ଓ SDPO ଘଟଣାସ୍ଥଳରେ ସ୍ଥଳରେ ପହଞ୍ଚିଛନ୍ତି।

ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଆକ୍ରମଣକାରୀ ବଲାଙ୍ଗିର ସହର ରାଜେନ୍ଦ୍ରପଡାର ସମୀର ବଡମାଳି ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୁକ୍ତକୁ ଧରିବା ପାଇଁ ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। 

Advertisment

ଗତକାଲି ହାଉସ ସର୍ଜନ ଛାତ୍ର ଜଣକ ମେଡ଼ିକାଲ୍‌ରେ ଡ୍ୟୁଟି ସାରି ଫେରିଲା ବେଳେ ରାଜେନ୍ଦ୍ରପଡାର ସମୀର ବଡମାଳି ତାଙ୍କୁ ଆକ୍ରମଣ କରିଥିଲେ। । ଆକ୍ରମଣରେ ଡାକ୍ତରୀ ଛାତ୍ର ଜଣକ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ ନେଇ ପ୍ରଚାରିତ ହେବା ପରେ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ରୋଗୀ ସେବା ବନ୍ଦ କରିଦେଇଥିଲେ। ଏଥିସହ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆଜି ଏହି ଆନ୍ଦୋଳନ ତୀବ୍ର ହେବାର ଲାଗିଛି। 

Balangir