Advertisment

ପୂର୍ବ ଶତ୍ରୁତାକୁ ନେଇ ଗୁହାଳରେ ଲଗାଇ ଦେଲେ ନିଆଁ

ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ପୂର୍ବ ଶତ୍ରୁତାକୁ ନେଇ ଗୁହାଳରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବାଙ୍କତରା ଗାଁରେ ଏହି ଘଟଣା ଘଟିଛି। ନିଆଁରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୫ଟି ଗାଈ ଗୁରୁତର ଆହତ ହୋଇଛନ୍ତି।

Advertisment

ଗତକାଲି ବିଳମ୍ବିତ ରାତିରେ ଯୋଗେନ୍ଦ୍ର ନାୟକଙ୍କ ଗାଈ ଗୋହାଳରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିଲେ। ଗାଈ ଗୋହାଳରେ ନିଆଁ ଲାଗିଥିବା ଦେଖି ଯୋଗେନ୍ଦ୍ରଙ୍କୁ ପଡ଼ୋଶୀ ଡାକିଥିଲେ। ଏହାସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଯୋଗେନ୍ଦ୍ର ୫ଟି ଗାଈକୁ ଗୋହଳରୁ ବାହାର କରିଥିବା ବେଳେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ଗୁହାଳରେ ନିଆଁ ଲାଗି   ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା।

ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ କେହି ଗୁହାଳରେ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣା ତଦନ୍ତ କରୁଛି।ଅନ୍ୟପକ୍ଷରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Advertisment
Ganjam Fire Breakout