Advertisment

ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ୨ ଅଭିଯୁକ୍ତଙ୍କ ଘରେ ଚାଲିଲା ବୁଲଡୋଜର୍‌

ଅଭିଯୁକ୍ତ ରବୀନ୍ଦ୍ର କୁମାର ଓ ଅତୁଲ ଭାଡୋଲିୟା ୧୨ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ପରେ ତାଙ୍କୁ କାମୁଡ଼ି ପକାଇଥିଲେ। ଏହାପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଗୋଟିଏ କାଠ ପୂରାଇ ଦେଇଥିବା ଅଭିଯୋଗ ହୋଇଛି।

MP

MP

Advertisment

ମଧ୍ୟପ୍ରଦେଶର ସାତନା ଜିଲ୍ଲା ମୈହାରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭୟଙ୍କର ନିର୍ଯାତନା ଦେବା ଘଟଣାକୁ ପୂରା ହଇଚଇ ସୃଷ୍ଟି କରିଛି। ସ୍ଥାନୀୟ ମନ୍ଦିରରେ କାମ କରୁଥିବା ୨ ଜଣ ଯୁବକ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହେବା ପରେ ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ଆଜି ସ୍ଥାନୀୟ ପ୍ରଶାସନ ୨ ଅଭିଯୁକ୍ତଙ୍କ ଘର ମାଟିରେ ମିଶାଇ ଦେଇଛି।

Advertisment

ଅଭିଯୁକ୍ତ ରବୀନ୍ଦ୍ର କୁମାର ଓ ଅତୁଲ ଭାଡୋଲିୟା ୧୨ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ପରେ ତାଙ୍କୁ କାମୁଡ଼ି ପକାଇଥିଲେ। ଏହାପରେ ତାଙ୍କ ପ୍ରାଇଭେଟ ପାର୍ଟରେ ଗୋଟିଏ କାଠ ପୂରାଇ ଦେଇଥିବା ଅଭିଯୋଗ ହୋଇଛି।

ଗୁରୁବାର ଘଟଣା ଘଟିଥିବା ବେଳେ ପୁଲିସ୍‌ ମେଡିକାଲ ଟେଷ୍ଟର ରିପୋର୍ଟକୁ ଅପେକ୍ଷା କରିଛି। ଏହାପରେ ହିଁ ଅଭିଯୋଗରେ ଥିବା ସତ୍ୟତା ଜଣାପଡ଼ିବ। ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ମଧ୍ୟ କରୁଛି।

Advertisment

ତଦନ୍ତ ଚାଲିଥିବା ବେଳେ ଶୁକ୍ରବାର ମୈହାର ପୌରପରିଷଦର ମୁଖ୍ୟ ଅଧିକାରୀ ଦୁଇ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ନୋଟିସ କରିଥିଲେ। ସେମାନଙ୍କୁ ନିଜର ଜମି ଓ ଘରର କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା। କାଗଜପତ୍ର ଦେଖିବା ପରେ ଅଧିକାରୀମାନେ ଅଭିଯୁକ୍ତଙ୍କ ଘରେ ପହଞ୍ଚିଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ଦୁଇ ଅଭିଯୁକ୍ତଙ୍କ ଘର ବେଆଇନ ଭାବେ ତିଆରି କରାଯାଇଛି।

ଅତୁଲର ଘର ସରକାରୀ ଜମିରେ ତିଆରି ହୋଇଥିବା ବେଳେ କୁମାର ବିନା ଅନୁମତି ଘର ନିର୍ମାଣ କରିଥିବା ସ୍ପଷ୍ଟ ହୋଇଥିଲା। ତେଣୁ ଆଜି ସକାଳୁ ପ୍ରଶାସନ ବୁଲଡୋଜର ଧରି ଦୁଇ ଅଭିଯୁକ୍ତଙ୍କ ଘର ଭାଙ୍ଗିବାକୁ ପହଞ୍ଚି ଯାଇଥିଲା। ପରିବାର ଲୋକ ଯେତେ ନେହୁରା ହୋଇଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ।

ସେମାନେ ଉଚ୍ଛେଦ ସ୍କ୍ୱାଡକୁ ତଦନ୍ତ ଶେଷ ହେବା ଯାଏ ଅପେକ୍ଷା କରିବାକୁ ମଧ୍ୟ ନିବେଦନ କରିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ। ମାତ୍ର କିଛି ମିନିଟ ମଧ୍ୟରେ ଦୁଇ ଜଣଙ୍କ ଘରକୁ ମାଟିରେ ମିଶାଇ ଦେଇଥିଲେ।

ମୈହାର ସହରରେ ଥିବା ଗୋଟିଏ ପ୍ରସିଦ୍ଧ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତା ହେଉଛନ୍ତି ଦୁଇ ଅଭିଯୁକ୍ତ। ସେମାନେ ନାବାଳିକାଙ୍କୁ ପ୍ରଲୋଭିତ କରାଇ ନିଜ ସହ ନେଇ ଗଣଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ। ନାବାଳିକାର ଦେହ ସାରା କାମୁଡ଼ା ଦାଗ ରହିଛି। ଏବେ ସେ ଜୀବନମରଣ ସହ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି। ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ୧୪ ଦିନ ପାଇଁ ରିମାଣ୍ତରେ ନେଇଛି।

Madhya Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe