Advertisment

ନିଜ ମା’ଙ୍କ ସହ ୧୨ ଜଣଙ୍କୁ ବିଷ ଦେଇ ମାରିଥିଲା, ଏବେ ପୁଲିସ୍‌ ହେପାଜତରେ ଆଖି ବୁଜିଲା

ଦାଦା ଅସୁସ୍ଥ ହୋଇପଡ଼ିବାରୁ ପ୍ରାଥମିକ ଅବସ୍ଥାରେ ସେ କିଛି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ତାଙ୍କୁ ପାଣିରେ ବିଷ ମିଶାଇ ପିଆଇ ଦେଇଥିଲା।

Gujrat

Gujrat

Advertisment

ଗୁଜରାଟର ଅହମଦାବାଦରୁ ଆସିଛି ସାଂଘାତିକ ଖବର। ଗୁଣି ଗାରେଡ଼ି କରୁଥିବା ନାଭାଲ ସିଂହ ଚାୱାଡା ସମ୍ପର୍କରେ ପୁଲିସ୍‌କୁ ମିଳିଛି ଚକିତ କରିବା ଭଳି ତଥ୍ୟ। ପୁଲିସ୍‌ ତଦନ୍ତ ବେଳେ ତା’ ଠିକଣାରୁ ମିଳିଛି ଏକାଧିକ ନରକଙ୍କାଳ। ନିଜ ଜେଜେ ମା’, ଜନ୍ମ କଲା ମା’ ଓ ଦାଦାଙ୍କ ସମେତ ୧୨ ଜଣଙ୍କୁ ହତ୍ୟା କରିଥିବା ନାଭାଲ ସିଂହ ନିକଟରେ ପୁଲିସ୍‌ ହେପାଜତରେ ପ୍ରାଣ ହରାଇଛି।

Advertisment

ଅଭିଯୁକ୍ତ ନାଭାଲ ସିଂହ ୨୦୧୦ରେ ବୟସ ଜନିତ ରୋଗରେ ପଡ଼ିଥିବା ନିଜର ଜେଜେ ମା’ ମାଙ୍ଗୁ ବାନିଆଙ୍କୁ ହତ୍ୟା କରିଥିଲା। ଜେଜେ ମା’ ରୋଗରେ ପଡ଼ିଥିବାରୁ ସେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନଥିଲା। ଏଥିପାଇଁ ସେ ସେ ପାଣିରେ ବିଷ ମିଶାଇ ତାଙ୍କୁ ପିଆଇ ଦେଇଥିଲା। ଏଥିଯୋଗୁ ମାଙ୍ଗୁଙ୍କ ମୃତ୍ୟୁ ହୋଇଥିଲା।

ନାଭାଲ ସିଂହ ତା’ ମା’ ସରୋଜଙ୍କୁ ମଧ୍ୟ ୯ ମାସ ତଳେ ସମାନ ଢଙ୍ଗରେ ହତ୍ୟା କରିଥିଲା। ସରୋଜ ରୋଗରେ ପଡ଼ିଥିବା ବେଳେ ନାଭାଲ ସିଂହ ସବୁବେଳେ ତାଙ୍କ ସହ ଝଗଡ଼ା କରୁଥିଲା। ଏହାପରେ ତାଙ୍କୁ ମଧ୍ୟ ବିଷ ଦେଇ ମାରି ଦେଇଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଦାଦା ସୁରା ଚାୱଡା ମଧ୍ୟ ଅସୁସ୍ଥ ହେବାରୁ ତାଙ୍କ ଜୀବନ ମଧ୍ୟ ନାଭାଲ ସିଂହ ନେଇଥିଲା।

Advertisment

ଦାଦା ଅସୁସ୍ଥ ହୋଇପଡ଼ିବାରୁ ପ୍ରାଥମିକ ଅବସ୍ଥାରେ ସେ କିଛି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ତାଙ୍କୁ ପାଣିରେ ବିଷ ମିଶାଇ ପିଆଇ ଦେଇଥିଲା।

ଜନୋ ୭ର ଡିସିପି ଶିବମ ବର୍ମା କହିଛନ୍ତି, ନାଭାଲ ସିଂହ ତା’ର ଅସୁସ୍ଥ ସମ୍ପର୍କୀୟମାନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନଥିଲା। ଏଥିପାଇଁ ସେ ଜଣଙ୍କ ପରେ ଜଣଙ୍କୁ ହତ୍ୟା କରିଥିଲା। ମା’ଙ୍କ ଉପରେ ମଧ୍ୟ ଘର କଳିକୁ ନେଇ ସେ ବିରକ୍ତ ହୋଇ ରହିଥିଲା। ତେବେ ସୁରେନ୍ଦ୍ର ନଗର ପୁଲିସ୍‌ ଏସବୁର ତଦନ୍ତ କରି ନଥିଲା। କାରଣ ଚାୱଡା ପରିବାରର କୌଣସି ସଦସ୍ୟ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ନଥିଲେ। ଅସୁସ୍ଥ ଥିବାରୁ ହୃଦଘାତରେ ସମସ୍ତେ ଆଖି ବୁଜିଥିବା ପରିବାର ଲୋକ ପୁଲିସ୍‌କୁ ଜଣାଇଥିଲେ।

ନିଜ ପରିବାରର ୩ ଜଣଙ୍କ ସଦସ୍ୟଙ୍କ ବ୍ୟତୀତ ନାଭାଲ ସିଂହ ୨୦୨୧ ଅଗଷ୍ଟ ୨୩ରେ ନିଜର ବନ୍ଧୁ ବିବେକ ଗୋହଲିଙ୍କୁ ଅସଲାଲିରେ ହତ୍ୟା କରିଥିଲା। ସୁରେନ୍ଦ୍ର ନଗରର ଗୋଟିଏ କେନାଲରୁ ୩ ଜଣଙ୍କ ମୃତଦେହ ୨୦୨୩ ମାର୍ଚ୍ଚ ୧୧ରେ ମିଳିଥିଲା। ସେମାନଙ୍କୁ ମଧ୍ୟ ନାଭାଲ ସିଂହ ମାରିଥିଲା।

୨୦୨୪ ମେ’ ୨୨ରେ ପାଧାରିରେ ଗୋଟିଏ ଅଟୋ ରିକ୍ସ ମଧ୍ୟରୁ ୩ ଜଣଙ୍କ ମୃତଦେହ ମିଳିବା ପଛରେ ନାଭାଲ ସିଂହ ରହିଥିଲା। ନଗମା ମୁକସାମଙ୍କୁ ମଧ୍ୟ ନାଭାଲ ସିଂହ ମାରିଥିଲା। ହେଲେ ଏହା କେବେ ଘଟିଥିଲା, ସେକଥା ଜଣାପଡ଼ିନି। ଅନଜାର ଠାରେ ମଧ୍ୟ ସେ ଜଣେ ଧର୍ମପୀଠର ପୂଜକଙ୍କୁ ଚା’ରେ ସୋଡିୟମ ନାଇଟ୍ରେଟ ମିଶାଇ ପିଇବାକୁ ଦେଇଥିଲା। ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ପୁଲିସ୍‌ ହେପାଜତରେ ଥିବା ବେଳେ ହଠାତ୍‌ ନାଭାଲ ସିଂହ ପ୍ରାଣ ହରାଇବା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। କାରଣ ପୂର୍ବରୁ ସେ କୌଣସି ରୋଗରେ ପୀଡ଼ିତ ନଥିଲା। ତଥାପି କେମିତି ହଠାତ୍‌ ସେ ପ୍ରାଣ ହରାଇଲେ,ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଲିସ୍‌ ଏବେ ତା’ର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ଡିସେମ୍ବର ୧ରେ ପୁଲିସ ମୁମାତପୁରାରେ ରେଡ କରି ନାଭାଲ ସିଂହକୁ ଗିରଫ କରିଥିଲା। ସେଠାରେ ସେ ଅଭିଜିତ ରାଜପୁତ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ପହଞ୍ଚିଥିଲା। ଗୁଣି ଗାରେଡ଼ି କରୁଥିବା ନାଭାଲ ସିଂହ ପୂଜାପାଠ ଦ୍ୱାରା ଅଭିଜିତଙ୍କ ଟଙ୍କାକୁ ୪ ଗୁଣ କରି ଦେବାର ଲୋଭ ଦେଖାଇ ନିଜ ପାଖକୁ ଡାକିଥିଲା।

ପୂଜା ପାଠ ବେଳେ ସେ ରାଜପୁତଙ୍କୁ ପାଣିରେ ବିଷ ମିଶାଇ ପିଇବାକୁ ଦେବାକୁ ଯୋଜନା କରିଥିଲା। ହେଲେ ନାଭାଲ ସିଂହର ଟ୍ୟାକ୍ସି ସର୍ଭିସ ବ୍ୟବସାୟୀ ସହଯୋଗୀ ଏ ସମ୍ପର୍କରେ ଆଗୁଆ ଖବର ପାଇ ସାରିଥିଲେ। ସେ ପୁଲିସକୁ ଖବର ଦେଇ ରାଜପୁତଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।

Crime Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe