Advertisment

ଦିବ୍ୟାଙ୍ଗ ସତ୍ତ୍ୱେ କେମିତି ଜେଲର କାନ୍ଥ ଡେଇଁ ଖସି ଯାଇଥିଲା ଦୁଷ୍କର୍ମ ଓ ହତ୍ୟା ଘଟଣାର ଦୋଷୀ?

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୋବିନ୍ଦଚାମୀ ଜଣେ ଦିବ୍ୟାଙ୍ଗ। ତା’ର ବାମ ହାତ ନାହିଁ। ତଥାପି ଜେଲର ୨୫ ଫୁଟିଆ କାନ୍ଥ ଡେଇଁ ସେ ଖସି ଯାଇଥିଲା।

author-image
Hemant Lenka
Jail

Jail

ବହୁ ଚର୍ଚ୍ଚିତ ୨୦୧୧ ମସିହା ସୌମ୍ୟା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜୀବନ ସଜା କାଟୁଥିବା ଗୋବିନ୍ଦଚାମୀ ଶୁକ୍ରବାର ସକାଳୁ କେରଳର କନ୍ନୁର କେନ୍ଦ୍ରୀୟ ଜେଲରୁ ଖସି ଯାଇଥିଲା। କିନ୍ତୁ କିଛି ଘଣ୍ଟାର ଧରପଗଡ଼ ପରେ ତା’କୁ ପୁଲିସ୍‌ ପୁଣି ଧରିବାକୁ ସକ୍ଷମ ହୋଇଛି। ଜେଲ ଡିଜିପି ବଳରାମ କୁମାର ଉପାଧ୍ୟାୟ କହିଛନ୍ତି ଯେ ଗୋବିନ୍ଦଚାମୀକୁ ପୁଲିସ୍‌ ନିଜ ହେପାଜତକୁ ନେଇଛି। ସେ କେମିତି ଖସି ଯାଇଥିଲା, ତା’ର ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗୋବିନ୍ଦଚାମୀ ଜଣେ ଦିବ୍ୟାଙ୍ଗ। ତା’ର ବାମ ହାତ ନାହିଁ। ତଥାପି ଜେଲର ୨୫ ଫୁଟିଆ କାନ୍ଥ ଡେଇଁ ସେ ଖସି ଯାଇଥିଲା। ରାତି ୧ଟାରେ ସେ ଖସି ଯାଇଥିବା ବେଳେ ଜେଲ କର୍ତ୍ତୃପକ୍ଷ ଭୋର ୫ଟାରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ।

ସେହିପରି ସ୍ଥାନୀୟ ପୁଲିସ୍‌ ସକାଳ ୭ଟାରୁ ଯାଞ୍ଚ କରି ତା’କୁ ତା’କୁ ଥାଲାପ ସ୍ଥିତ ଗୋଟିଏ ପରିତ୍ୟକ୍ତ ବିଲଡିଂ ନିକଟରୁ ଗିରଫ କରିଛି। ସେ ଜେଲରୁ ଖସିଯିବା ପରେ ବିଲଡିଂ ନିକଟରେ ଥିବା ଗୋଟିଏ କୂଅ ପାଖରେ ଲୁଚି ଥିଲା। ସେଠାରୁ ପୁଲିସ୍‌ ଟିମକୁ ଗୋବିନ୍ଦଚାମୀକୁ ଗିରଫ କରିଛି।

Advertisment

କନ୍ନୁର ସିଟି ପୁଲିସ୍‌ କମିଶନର ନିଧିନ ରାଜଙ୍କ କହିବା କଥା ଯେ କେମିତି ଦିବ୍ୟାଙ୍ଗ ହୋଇ ଗୋବିନ୍ଦଚାମୀ ଜେଲ କାନ୍ଥ ଡେଇଁ ଖସି ଯାଇଥିଲା, ତା’ର ବିସ୍ତୃତ ତଦନ୍ତ ହେବ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜେଲରୁ ଖସିବା ପାଇଁ ସେ ୨୦ ଦିନ ହେଲା ଯୋଜନା କରୁଥିଲା। ଏଥିରେ ଆଉ କେହି ସାମିଲ ଥିବା ଏଯାଏ ଜଣାପଡ଼ିନି। କିନ୍ତୁ ଏହାର ତଦନ୍ତ ହେବ। କନ୍ନୁର ଟାଉନ ପୁଲିସ୍‌ ଗୋଟିଏ ମାମଲା କରିଛି। ନିୟମ ଅନୁସାରେ ଗୋବିନ୍ଦଚାମୀକୁ କୋର୍ଟରେ ହାଜର କରାଯିବ ବୋଲି ରାଜ କହିଛନ୍ତି।

ଶୁକ୍ରବାର ଭୋର ସମୟରେ ରୁଟିନ ଯାଞ୍ଚ ବେଳେ ଗୋବିନ୍ଦଚାମୀ ତା’ ସେଲରେ ନଥିବା ଜଣାପଡ଼ିଥିଲା। ଖବର ମିଳିବା ମାତ୍ରେ ଜେଲ କର୍ତ୍ତୃପକ୍ଷ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପ୍ରଥମେ ଜେଲ ଭିତରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା। କିନ୍ତୁ ଗୋବିନ୍ଦଚାମୀର କୌଣସି ପତ୍ତା ମିଳି ନଥିଲା। ଏହାପରେ ଖବର କନ୍ନୁର ଟାଉନ ପୁଲିସ ପାଖରେ ପହଞ୍ଚିଥିଲା। ସକାଳ ୭ଟାରେ ଖବର ପାଇବା ମାତ୍ରେ କେ-୯ ସ୍କ୍ୱାଡ ସହାୟତାରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଥିଲା।

ଜେଲରୁ ଖସିବା ପରେ ଗୋବିନ୍ଦଚାମୀ ରାସ୍ତାରେ ଚାଲିଚାଲି ଯାଉଥିବା ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହାକୁ ଆଧାର କରି ପୁଲିସ ଟିମ କେ ୯ ସ୍କ୍ୱାଡ ସହାୟତାରେ ଗୋବିନ୍ଦଚାମୀକୁ ଥାଲାପ ସ୍ଥିତ ଗୋଟିଏ ପରିତ୍ୟକ୍ତ ବିଲଡିଂ ନିକଟ କୂଅ ପାଖରୁ ଧରିଥିଲା। 

୨୦୧୧ ମସିହା ଫେବୃଆରୀ ୧ରେ ୨୩ ବର୍ଷୀୟ ସୌମ୍ୟା ଏକାକୀ ଏର୍ଣ୍ଣାକୁଲମରୁ ଶୋରାନୁରକୁ ଟ୍ରେନରେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କୁ ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଥିଲା। ଏହାର ବିଚାର କରି କୋର୍ଟ ଗୋବିନ୍ଦଚାମୀକୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।

Kerala Stop Rape