Advertisment

Murder Case: ୨୦୧୭ରେ ମହିଳା ଓ ତାଙ୍କ ପୁଅଙ୍କୁ ନିର୍ମମ ହତ୍ୟା: କେମିତି ୮ ବର୍ଷ ପରେ ହତ୍ୟାକାରୀକୁ ଧରାଇଲା ଲ୍ୟାପଟପ୍‌?

ଶଶିକଳାଙ୍କ ସ୍ୱାମୀ ଗୋଟିଏ କମ୍ପାନୀରେ କାମ କରୁଥିଲେ। ଏଠାରେ ତାଙ୍କ ସହକର୍ମୀ ଥିଲେ ନଜିର ହମୀଦ। ସେ ଶଶିକଳାଙ୍କ ଆପାର୍ଟମେଣ୍ଟ ଠାରୁ ମାତ୍ର କିଛି ଦୂରତାରେ ରହୁଥିଲେ।

author-image
Hemant Lenka
USA

ଶଶି କଳା-ପୁଅ ଓ ହମୀଦ

ପ୍ରାୟ ୮ ବର୍ଷ ତଳେ ଆନ୍ଧ୍ର ମହିଳା ଶଶିକଲା ନାରା ଓ ତାଙ୍କ ପୁଅ ଅନୀଶଙ୍କ ମୃତଦେହ(Crime) ସେମାନେ ରହୁଥିବା ନ୍ୟୁ ଜର୍ସି ଆପାର୍ଟମେଣ୍ଟରୁ ମିଳିଥିଲା। ୨୦୧୭ରେ ସେମାନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ କରାଯାଇଥିଲା ହତ୍ୟା। ଏହା ପଛରେ ଜଣେ ଭାରତୀୟ ବ୍ୟକ୍ତି ଥିବା ଏବେ ଆମେରିକା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ସରକାରୀ ଓକିଲ କହିଛନ୍ତି ଯେ ନ୍ୟୁ ଜର୍ସିରେ ଶଶିକଳାଙ୍କ ସ୍ୱାମୀ ଗୋଟିଏ କମ୍ପାନୀରେ କାମ କରୁଥିଲେ। ଏଠାରେ ତାଙ୍କ ସହକର୍ମୀ ଥିଲେ ନଜିର ହମୀଦ। ସେ ଶଶିକଳାଙ୍କ ଆପାର୍ଟମେଣ୍ଟ ଠାରୁ ମାତ୍ର କିଛି ଦୂରତାରେ ରହୁଥିଲେ। ହତ୍ୟାକାଣ୍ଡ ଘଟିବା ପରେ ହମୀଦ ଭାରତ ଚାଲିଯାଇଥିଲେ। ହେଲେ କମ୍ପାନୀ ପକ୍ଷରୁ ହମୀଦଙ୍କୁ ମିଳିଥିବା ଲ୍ୟାପଟପ୍‌ ତାଙ୍କର ସବୁ ଖେଳରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛି।

ହତ୍ୟାକାଣ୍ଡ(Murder) ଘଟିଥିବା ସ୍ଥାନରୁ ମିଳିଥିବା ରକ୍ତ ନମୁନା ସହ ଲ୍ୟାପଟପ୍‌ରୁ ମିଳିଥିବା ଡିଏନଏ ନମୁନାର ମେଳ ଖାଇଛି। ଲ୍ୟାପଟପରେ ଥିବା ହମୀଦଙ୍କ ଡିଏନଏ ନମୁନା ସହ ଘଟଣା ସ୍ଥଳରୁ ମିଳିଥିବା ରକ୍ତ ନମୁନାର ମେଳ ଖାଇବାରୁ ଆମେରିକା ପକ୍ଷରୁ ହମୀଦଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଛି। ଘଟଣା ପରଠାରୁ ଭାରତ ଚାଲି ଆସିଥିବା ହମୀଦଙ୍କ ପ୍ରତ୍ୟର୍ପଣ ପାଇଁ ମଧ୍ୟ ଆମେରିକା ପକ୍ଷରୁ ନୂଆଦିଲ୍ଲୀକୁ କୁହାଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

Advertisment

ବୁର୍ଲିଙ୍ଗଟନ କାଉଣ୍ଟୀର ମୁଖ୍ୟ ତଦନ୍ତକାରୀ ଅଧିକାରୀ ପାଟ୍ରିକ ଥୋରଟନ କହିଛନ୍ତି ଯେ ଘଟଣା ବେଳେ ହମୀଦ ଭିସା ନେଇ ଆମେରିକାରେ କାମ କରୁଥିଲେ। ଘଟଣା ପରେ ସେ ଭାରତ ଚାଲି ଯାଇଥିଲେ। ତାଙ୍କ ଭିସା ଅବଧି ପୂରି ନଥିଲେ ହେଁ ସେ ଭାରତରୁ ଆଉ ଆମେରିକା ଆସି ନାହାନ୍ତି। ଏବେ ତାଙ୍କୁ ଆମେରିକା ପ୍ରତ୍ୟର୍ପଣ ପାଇଁ ଉଦ୍ୟମ କରାଯାଉଛି। 

କ’ଣ ଥିଲା ପୂରା ମାମଲା ?

୨୦୧୭ ମସିହା ମାର୍ଚ୍ଚ ୨୩ରେ ମାପଲେ ଶାଡେରେ ଥିବା ଫକ୍ସ ମେଡୱ ଆପାର୍ଟମେଣ୍ଟକୁ ଆସିଥିଲେ ହାନୁ ନାରା। ଏହି ସମୟରେ ସେ ଘର ଭିତରେ ତାଙ୍କ ୩୮ ବର୍ଷୀୟ ପତ୍ନୀ ଶଶିକଳା ଓ ୬ ବର୍ଷର ପୁଅ ଅନୀଶଙ୍କ ମୃତଦେହ ଦେଖି ପୂରା ସ୍ତବ୍ଧ ହୋଇଯାଇଥିଲେ। ସେମାନଙ୍କୁ ଏକାଧିକ ଥର ଛୁରୀ ଭୁଷି ହତ୍ୟା କରାଯାଇଥିଲା। ସେମାନେ ହତ୍ୟାକାରୀ ସହ ଲଢ଼ିବାକୁ ମଧ୍ୟ ଚେଷ୍ଟା କରିଥିଲେ ବୋଲି ପୁଲିସ୍‌ ପରବର୍ତ୍ତୀ ଅବସ୍ଥାରେ ଜାଣିବାକୁ ପାଇଥିଲା। 

ଘଟଣା ସ୍ଥଳରୁ ଏକାଧିକ ରକ୍ତ ନମୁନା ସଂଗ୍ରହ କରି ପୁଲିସ୍‌ ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ଘଟଣା ସ୍ଥଳରୁ ମିଳିଥିବା ଗୋଟିଏ ଡ୍ରପ୍‌ ରକ୍ତ ନମୁନା ଦୁଇ ମୃତକ କିମ୍ବା ହାନୁ ନାରାଙ୍କର ନୁହେଁ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା। ଏସବୁ ଭିତରେ ନଜିର ହମୀଦର ଭୂମିକା ସନ୍ଦେହ ଘେରକୁ ଆସିଥିଲା। ହାନୁ ନାରାଙ୍କ ସହ କଙ୍ଗନିଜାଣ୍ଟ ଟେକ୍ନୋଲୋଜିସରେ କାମ କରୁଥିବା ହମୀଦ ଏକଦା ତାଙ୍କ ଗତିବିଧି ଉପରେ ନଜର ରଖିବା ଅଭିଯୋଗରେ ଫିସିଥିବା ପୁଲିସ୍‌ ଜାଣିବାକୁ ପାଇଥିଲା।

ହମୀଦ ଆପାର୍ଟମେଣ୍ଟ ଠାରୁ ଅଳ୍ପ ଦୂରରେ ରହୁଥିଲେ ହେଁ ଡବଲ ମର୍ଡର ଘଟଣାର ୬ ମାସ ପରେ ହଠାତ କାହାକୁ କିଛି ନ କହି ଭାରତ ଚାଲି ଆସିଥିଲେ। ଭାରତ ଆସିବା ପରେ ମଧ୍ୟ ସେ କଙ୍ଗନିଜାଣ୍ଟର କର୍ମଚାରୀ ରହିଥିଲେ। ନିଜର ବିଶାଳ ବୈଷୟିକ ଜ୍ଞାନର ବ୍ୟବହାର କରି ହମୀଦ ନିଜର ଅପରାଧିକ କାର୍ଯ୍ୟକଳାପକୁ ଲୁଚାଇ ରଖିବାକୁ ସକ୍ଷମ ହୋଇଥିଲା। ତଥାପି ତଦନ୍ତକାରୀ ଅଧିକାରୀମାନେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ହମୀଦ ଠାରୁ ଡିଏନଏ ନମୁନା ସଂଗ୍ରହ କରିବାରେ ସହାୟତା ଲୋଡ଼ିଥିଲେ। କିନ୍ତୁ ହମୀଦ ଏହି ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଥିଲେ। 

ଡିଏନଏ ନୁମନା ହାସଲ କରିବାକୁ ଆମେରିକୀୟ(USA) ଅଧିକାରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୪ରେ ଅଧିକାରୀଙ୍କୁ ଡିଏନଏ ପାଇଁ କୋର୍ଟ ନିର୍ଦ୍ଦେଶ ମିଳିଥିଲା। କଙ୍ଗନିଜାଣ୍ଟ ପକ୍ଷରୁ ହମୀଦଙ୍କୁ ଦିଆଯାଇଥିବା ଲ୍ୟାପଟପ୍‌ ଅଧିକାରୀମାନେ ହାସଲ କରିବାକୁ ସକ୍ଷମ ହୋଇଥିଲେ। ଲ୍ୟାପଟନ୍‌କୁ ଯାଞ୍ଚ କରି ପୁଲିସ୍‌ ଡିଏନଏ ନମୁନା ହାସଲ କରିଥିଲେ।

ଏହି ନମୁନା ସହ ଘଟଣା ସ୍ଥଳରୁ ମିଳିଥିବା ଅଜଣା ରକ୍ତ ନମୁନାର ମେଳ ଖାଇଥିଲା। ତେଣୁ ୮ ବର୍ଷ ଡବଲ ମର୍ଡର କେସ୍‌ର ପର୍ଦ୍ଦାଫାସ କରିବାରେ ପୁଲିସ୍‌ ସକ୍ଷମ ହୋଇଛି। ହମୀଦକୁ ହତ୍ୟାକାରୀ ଭାବେ ବିବେଚନା କରାଯାଉଥିବା ବେଳେ ଏହା ପଛର କାରଣ ଏଯାଏ ଜଣାପଡ଼ିନି। କିନ୍ତୁ ହାନୁ ନାରାଙ୍କ ସହ କିଛି ବ୍ୟକ୍ତିଗତ ଶତ୍ରୁତା କାରଣରୁ ହମୀଦ ଏପରି କରିଥିବା କୁହାଯାଉଛି। 

Murder USA Crime