Advertisment

ସ୍ନାପଚାଟ, ହ୍ୱାଟସଆପ ଓ ଛୋଟ ପାର୍ସଲ: କେମିତି ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚୁଥିଲା ଡ୍ରଗ୍ସ?

ପୁଲିସ୍‌ ଦୁଇଟି ବିଦ୍ୟୁତ ଚାଳିତ ଓଜନ ମେସିନ, ୧୦ଟି ମୋବାଇଲ, ନଗଦ ୩,୨୦୦ ଟଙ୍କା, ଗୋଟିଏ ଏସ୍‌ୟୁଭି ଓ ଡ୍ରଗ୍ସ ସପ୍ଲାଏ ପାଇଁ ବ୍ୟବହାର ହେଉଥିବା ୨ଟି ବାଇକ ମଧ୍ୟ ଜବତ କରିଛି।

ଅଦ୍ୟତନ ହୋଇଛି
Drugs

Drugs

Advertisment

ନିଶା କବଳରେ ଯୁବପିଢ଼ି। କଲେଜ ଶିକ୍ଷାର୍ଥୀଙ୍କୁ ଡ୍ରଗ୍ସ ଯୋଗାଇ ଦେଉଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ। ପୁଲିସ୍‌ ପଞ୍ଝାରେ କୁଖ୍ୟାତ ନିଶା ମାଫିଆ। କେଲଜ ଛାତ୍ରଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ଗ୍ୟାଙ୍ଗର ୯ ଜଣଙ୍କୁ ନୋଏଡା ପୁଲିସ୍‌ ଧରିଛି। ସେମାନଙ୍କ ଠାରୁ ଭାରତୀୟ ଓ ବିଦେଶ ବ୍ରାଣ୍ଡର ଡ୍ରଗ୍ସ ଜବତ କରାଯାଇଛି।

Advertisment

ଏହି ଜବତ ନିଶା ଦ୍ରବ୍ୟଗୁଡ଼ିକ ମଧ୍ୟରେ ୧୫ କେଜି ଗଞ୍ଜେଇ, ୩୦ ଗ୍ରାମ କୋକେନ, ୨୦ ଗ୍ରାମ ଏମଡିଏମଏ(ବଟିକା) ଓ ୧୫୦ ଗ୍ରାମ ହାଶ ରହିଛି। ଏଗୁଡ଼ିକର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ

ଏହାବାଦ ପୁଲିସ୍‌ ଦୁଇଟି ବିଦ୍ୟୁତ ଚାଳିତ ଓଜନ ମେସିନ, ୧୦ଟି ମୋବାଇଲ, ନଗଦ ୩,୨୦୦ ଟଙ୍କା, ଗୋଟିଏ ଏସ୍‌ୟୁଭି ଓ ଡ୍ରଗ୍ସ ସପ୍ଲାଏ ପାଇଁ ବ୍ୟବହାର ହେଉଥିବା ୨ଟି ବାଇକ ମଧ୍ୟ ଜବତ କରିଛି।

Advertisment

ଗ୍ୟାଙ୍ଗ ଲିଡର ଅକ୍ଷୟ କୁମାର ନୋଏଡାରେ ଥିବା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଶାଦ୍ରବ୍ୟ ଯୋଗାଇ ଦିଏ। ତା’ ପତ୍ନୀ ତାଇୱାନରେ ରୁହନ୍ତି। ସେ ପତ୍ନୀଙ୍କ ଜରିଆରେ ଡ୍ରଗ୍ସ ସଂଗ୍ରହ କରି କଲେଜ ପିଲାଙ୍କୁ ସପ୍ଲାଏ କରେ। ଗ୍ୟାଙ୍ଗର ଅନ୍ୟତମ ସଦସ୍ୟ ହେଉଛି ନରେନ୍ଦ୍ର। ତା’ ଘର ରାଜସ୍ଥାନରେ। ସେ କଲେଜ କ୍ୟାମ୍ପସରେ ରହୁଥିବା ପିଲାମାନଙ୍କୁ ଗଞ୍ଜେଇ ଯୋଗାଇ ଥାଏ।

ସ୍ନାପଚାଟ, ଟେଲିଗ୍ରାମ ଓ ହ୍ୱାଟସଆପ୍‌ ଦ୍ୱାରା କଲେଜ ପିଲାମାନେ ଏମାନଙ୍କ ସହ ଯୋଗାଯୋଗ କରନ୍ତି। ଅର୍ଡର ମିଳିବା ପରେ ଛୋଟଛୋଟ ପାର୍ସଲ ଦ୍ୱାରା ଗ୍ୟାଙ୍ଗର କିଛି ସଦସ୍ୟ ପିଲାମାନଙ୍କ ପାଖରେ ଡ୍ରଗ୍ସ ପହଞ୍ଚାଇ ଥାଆନ୍ତି। ସେମାନେ ଜାଣିଶୁଣି ଛୋଟ ଛୋଟ ପାର୍ସଲରେ ଡ୍ରଗ୍ସ ଚାଲାଣ କରନ୍ତି।

କାରଣ ଛୋଟ ପ୍ୟାକେଟ ଦ୍ୱାରା ଆମାଜନ ଓ ଫ୍ଲିପକାର୍ଟର ଜିନିଷ ସପ୍ଲାଏ ହେଉଥିବା ସମସ୍ତେ ଭାବନ୍ତି। ଗୋଟିଏ ପାର୍ସଲ ପାଇଁ ପିଲାମାନଙ୍କୁ ୭ ରୁ ୮ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଦୀର୍ଘ ଦିନ ହେଲା ଅକ୍ଷୟ କୁମାର ଆଣ୍ଡ କୋ ଏପରି କାମ ଚଳାଇଥିଲେ।

ଗ୍ୟାଙ୍ଗର ୫ ସଦସ୍ୟଙ୍କ ସମେତ ପୁଲିସ୍‌ ନୋଏଡାରେ ଥିବା ଅମିତ୍ୟ ବିଶ୍ୱବିଦ୍ୟାଳୟର ୪ ଜଣ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି। ଏବେ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସବୁ ଅଛନ୍ତି, ସେମାନଙ୍କ ପାଖରେ ପହଞ୍ଚିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Drugs Case Drugs Smuggling Noida
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe