Advertisment

ଉପରେ ଡ୍ରୋନ, ତଳେ କୁକୁର: କେମିତି ବସ୍‌ ଦୁଷ୍କର୍ମକାରୀକୁ ରାତି ଅଧରେ ଧରିଲା ପୁଲିସ୍‌?

ସନ୍ଧାନୀ କୁକୁର ଓ ପୁଲିସ୍‌କୁ ମାତ ଦେବାକୁ ଦତ୍ତାତ୍ରୟ ଶାର୍ଟ ବଦଳାଇ ଦେଇଥିଲା। ତଥାପି ସନ୍ଧାନୀ କୁକୁର ତା’ ଉପସ୍ଥିତିକୁ ଜାଣିବାକୁ ସକ୍ଷମ ହୋଇଥିଲା। ଶେଷରେ ସେ ପୁଲିସ୍‌ ହାତରେ ଧରା ପଡ଼ିଥିଲା।

Gade

Gade

Advertisment

ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ବସ୍‌ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଥିବା ଅଭିଯୁକ୍ତକୁ ପୁଲିସ୍‌ ଗୁରୁବାର ରାତି ୧.୩୦ରେ ଧରିଛି। ସେ ମଙ୍ଗଳବାର ଠାରୁ ଫେରାର ଥିବା ବେଳେ ପୁଣେ ପୁଲିସ୍‌ ତା’କୁ ଧରିବାକୁ ସକ୍ଷମ ହୋଇଛି। ଡ୍ରୋନ, ସନ୍ଧାନୀ କୁକୁର ଓ ୧୦୦ରୁ ଅଧିକ ପୁଲିସ୍‌ କର୍ମଚାରୀଙ୍କ ମିଳିତ ଅପରେସନ ଯୋଗୁ ଅଭିଯୁକ୍ତ ଦତ୍ତାତ୍ରୟ ରାମ ଦାସ ଗାଡେ ଧରା ପଡ଼ିଛି।

Advertisment

ସନ୍ଧାନୀ କୁକୁର ଓ ପୁଲିସ୍‌କୁ ମାତ ଦେବାକୁ ଦତ୍ତାତ୍ରୟ ଶାର୍ଟ ବଦଳାଇ ଦେଇଥିଲା। ତଥାପି ସନ୍ଧାନୀ କୁକୁର ତା’ ଉପସ୍ଥିତିକୁ ଜାଣିବାକୁ ସକ୍ଷମ ହୋଇଥିଲା। ଶେଷରେ ସେ ପୁଲିସ୍‌ ହାତରେ ଧରା ପଡ଼ିଥିଲା। ୭୫ ଘଣ୍ଟା ଧରି ପୁଣେ ପୁଲିସ୍‌ ଚଳାଇଥିବା ସର୍ଚ୍ଚ ଅପରେସନକୁ ଶେଷରେ ଗୁରୁବାର ବିଳମ୍ବିତ ରାତିରେ ସଫଳତା ମିଳିଛି।

ଜଣେ ୨୬ ବର୍ଷୀୟ ମହିଳାଙ୍କୁ ପୁଣେର ସ୍ୱରଗେଟ ବସ୍‌ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ଗାଡ଼ିରେ ଦୁଷ୍କର୍ମ କରିବା ପରେ ଗାଡେ ‍ଫେରାର ହୋଇଯାଇଥିଲା। ତାକୁ ଧରିବା ପାଇଁ ଡ୍ରୋନ, ସନ୍ଧାନୀ କୁକୁର ଓ ୧୩ଟି ଟିମରେ ଥିବା ୧୦୦ ପୁଲିସ୍‌ କର୍ମଚାରୀ ପୁଣେ ଓ ଏହାର ଆଖପାଖ ଅଞ୍ଚଳରେ ମୁତୟନ ହୋଇଥିଲେ। ଗାଡେ ସମ୍ପର୍କରେ ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ସେ ତା’ର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲା।

Advertisment

ଗୁରୁବାର ରାତି ୧୦.୩୦ରେ ଗାଡେ ତା’ ଗାଁ ଗୁନାତକୁ ଆସୁଥିବା ଖବର ମିଳିବା ପରେ ତା’ର ଜଣେ ସମ୍ପର୍କୀୟ ପୁଲିସ୍‌କୁ ଖବର ଦେଇଥିଲେ। ସମ୍ପର୍କୀୟଙ୍କ ଘରୁ ଯିବା ପୂର୍ବରୁ ଗାଡେ ଗୋଟିଏ ପାଣି ବୋତଲ ନେଇଥିଲା ଓ ପରିବାର ଲୋକଙ୍କ ଆଗରେ ସ୍ୱୀକାର କରିଥିଲା ଯେ “ମୁଁ ଗୋଟିଏ ବଡ଼ ଭୁଲ କରି ଦେଇଛି। ମୁଁ ଏବେ ଆତ୍ମସମର୍ପଣ କରିବାକୁ ଯାଉଛି।”

ପୁଲିସ୍‌ ପହଞ୍ଚିବା ପୂର୍ବରୁ ଗାଡେ ଚାଲି ଯାଇଥିଲା। କିନ୍ତୁ ସେଠାରୁ ଯିବା ବେଳେ ସେ ନିଜର ଶାର୍ଟ ବଦଳାଇ ଥିଲା। ବାସ୍‌ ପୁଲିସ୍‌ ପୁରୁଣା ଶାର୍ଟକୁ ସନ୍ଧାନୀ କୁକୁରକୁ ସୁଙ୍ଘାଇ ଆରମ୍ଭ କରିଥିବା ଅପରେସନ। କୁକୁର ସ୍ମେଲ ପାଇବା ପରେ ଗାଡେ ଲୁଚି ଥିବା ସ୍ଥାନକୁ ପୁଲିସ୍‌ ସହ ଦୌଡ଼ି ଥିଲା। ଗାଡେ ଗୁନାତ ଗାଁରେ ଥିବା ଗୋଟିଏ ବିରାଟକାୟ ଆଖୁ କିଆରିରେ ଲୁଚି ଥିଲା। ଏହା ନିକଟରେ ଗୋଟିଏ କେନାଲ ଥିଲା। ପୁଲିସକୁ ଦେଖି ଗାଡେ କେନାଲକୁ ଡେଇଁ ପଡ଼ିଥିଲା। ଆଖୁ କିଆରିରେ ସନ୍ଧାନୀ କୁକୁର ରହିଥିବା ବେଳେ ଆକାଶରେ ଡ୍ରୋନ ତା’ର ପିଛା କରିଥିଲା।

ଶେଷରେ ଗାଁ ଲୋକମାନା ଗାଡେକୁ କେନାଲରୁ ଠାବ କରିଥିଲେ। ସେମାନେ ଗାଡେକୁ ଚିହ୍ନଟ କରିବା ପରେ ପୁଲିସ୍‌ ତା’କୁ ନିଜ ହେପାଜତକୁ ନେଇଥିଲା। ସେଠାରୁ ତା’କୁ ସିଧା ପୁଣେ ପଠା ଯାଇଥିଲା। ପୁଣେରେ ତାକୁ ସ୍ୱରଗେଟ ପୁଲିସ୍‌ ଷ୍ଟେଟନର ଏସଆଇଟି ତା’କୁ ବିଧିବଦ୍ଧ ଭାବେ ଗିରଫ କରିଛି।

ଜଣେ ପେଶାଦାର ଅପରାଧୀ

୩୭ ବର୍ଷୀୟ ଦତ୍ତାତ୍ରୟ ଗାଡେ ଜଣେ ପେଶାଦାର ଅପରାଧୀ। ଶିରୁର ଓ ଶିକାରପୁର ସମେତ ବିଭିନ୍ନ ପୁଲିସ୍‌ ଷ୍ଟେସନରେ ତା’ ନାଁରେ ୬ଟି ମାମଲା ରହିଛି। ଗାଡେର ଅପରାଧିକ କାର୍ଯ୍ୟକଳାପ ୨୦୧୯ରୁ ଆରମ୍ଭ ହୋଇଥିଲା। ସେ ପୁଣେ-ଅହଲ୍ୟାନଗର ମଧ୍ୟରେ ଟ୍ୟାକ୍ସି ସେବା ଯୋଗା ଦେବା ପାଇଁ ଋଣରେ ଗୋଟିଏ କାର କିଣିଥିଲା। ଟ୍ୟାକ୍ସି ସେବା ଯୋଗାଇ ଦେବା ସମୟରେ ସେ ଜଣେ ବୟସ୍କ ମହିଳାଙ୍କୁ ବିଭିନ୍ନ ପ୍ରଲଭୋନ ଦେଖାଇ ନିଜ କାରରେ ବସାଇଥିଲା। ଏହାପରେ ତାଙ୍କୁ ଲୁଟ କରିଥିଲା। ଏହି ଲୁଟ ଘଟଣାରେ ସେ ଗିରଫ ହେବା ସହ ପୁଲିସ୍‌ ତା’ ଠାରୁ ୧୪୦ ଗ୍ରାମ ଚୋରି ସୁନା ଜବତ କରିଥିଲା।

୨୦୨୦ରେ ଗାଡେକୁ ଶିରୁର ସ୍ଥିତ କାର୍ଡେ ଘାଟ ଡକାୟିତ ଘଟଣାରେ ଜେଲଦଣ୍ଡ ମିଳିଥିଲା। ସେ ୫ରୁ ୬ ମାସ ଜେଲରେ ରହିବା ପରେ ଜାମିନରେ ମୁକୁଳିଥିଲା। ଜେଲରୁ ବାହାରିଥିଲେ ହେଁ ତା ନାଁରେ ଏବେ ବି ଶିକାରପୁରରେ ୨ଟି, ସୁପା, କେଡଗାଁ ଓ କୋଟୱାଲିରେ ମଧ୍ୟ ଗୋଟିଏ ଲେଖାଏ ମାମଲା ରହିଛି। ଏତେ ସବୁ ମାମଲା ସତ୍ତ୍ୱେ ଗାଡେକୁ ପୁଲିସ ଗିରଫ କରି ନଥିଲା। ସେ ଜାମିନ ବଳରେ ବାହାରେ ବୁଲୁଥିଲା। ଅପରାଧିକ କାର୍ଯ୍ୟକଳାପ ବ୍ୟତୀତ ସେ ରାଜନୀତିକ କ୍ଷେତ୍ରରେ ମଧ୍ୟ ବେଶ ସକ୍ରିୟ ରହିଥିଲେ। ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ଗାଡେ ଜଣେ ଚର୍ଚ୍ଚିତ ରାଜନେତାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲା। ଉକ୍ତ ରାଜନେତାଙ୍କ ସହ ତାଙ୍କର ଏକାଧିକ ଫୋଟ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଅପରାଧ

ଗାଡେ ନିୟମିତ ଭାବେ ସ୍ୱରଗେଟ ବସ୍‌ ଡିପୋରେ ବୁଲାବୁଲି କରିଥାଏ। ସେ ନିଜକୁ ଅନେକ ସମୟରେ ପୁଲିସ୍‌ ଅଫିସ ଭାବେ ପରିଚୟ ଦିଏ। ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଦୁଷ୍କର୍ମ ଘଟଣା ଦିନ ଗାଡେ ଗୋଟିଏ ଫର୍ମାଲ ଶାର୍ଟ, ପ୍ୟାଣ୍ଟ ଓ ଜୋତା ପିନ୍ଧିଥିଲା। ଦୁଷ୍କର୍ମ ପୀଡ଼ିତା ୨୬ ବର୍ଷୀୟ ମହିଳାଙ୍କ ସହ କଥା ହେବା ବେଳେ ସେ ନିଜକୁ ପୁଲିସ୍‌ ଅଫିସର ଭାବେ ପରିଚୟ ଦେଇଥିଲା। କଥାବାର୍ତ୍ତା ବେଳେ ସେ ନିଜର ନକଲି ନାଁ ମଧ୍ୟ ପୀଡ଼ିତାଙ୍କୁ କହିଥିଲା।

୨୬ ବର୍ଷୀୟ ପୀଡ଼ିତା ଜଣଙ୍କ ମେଡିକାଲ କ୍ଷେତ୍ରରେ କାମ କରନ୍ତି। ସେ ମଙ୍ଗଳବାର ଭୋର ସମୟରେ ସତାରା ସ୍ଥିତ ଫଲଟନକୁ ଆସିବା ପାଇଁ ସ୍ୱରଗେଟ ବସ ଷ୍ଟାଣ୍ଡରେ ଅପେକ୍ଷା କରିଥିଲେ। ଏହି ସମୟରେ ଗାଡେ ତାଙ୍କ ପାଖରେ ପହଞ୍ଚି ଦିଦି ବୋଲି ସମ୍ବୋଧନ କରିଥିଲା। ମହିଳା ଜଣଙ୍କ କେଉଁ ଆଡ଼େ ଯିବାକୁ ଚାହୁଁଛନ୍ତି ଗାଡେ ବୁଝିବା ପରେ ତାଙ୍କୁ ବସ୍‌ ଅନ୍ୟ ପାର୍ଶ୍ୱରେ ଥିବା କହିଥିଲା। ଜନଗହଳୀ ପୂର୍ଣ୍ଣ ବସ୍‌ ଡୋପର ଗୋଟିଏ କୋଣରେ ପାର୍କିଂ ହୋଇଥିବା ଶିବ ଶାହି ଏସି ବସ୍‌ ସତାରା ଯିବ ବୋଲି ସେ ମହିଳାଙ୍କୁ କହିଥିଲା। ମହିଳା ଜଣଙ୍କ ତା’ ଉପରେ ବିଶ୍ୱାସ କରି ସେଠାକୁ ଯାଇଥିଲେ। ଉଭୟ ବସ୍‌ ନିକଟକୁ ଯାଉଥିବାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

ବସ୍‌ ପାଖରେ ପହଞ୍ଚିବା ପରେ ମହିଳା ଜଣଙ୍କ ଭିତରକୁ ଯିବାକୁ ଚାହିଁ ନଥିଲେ। କାରଣ ଏହାର ଲାଇଟ ବନ୍ଦ ଥିଲା। କିନ୍ତୁ ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଶୋଇଥିବାରୁ ଲାଇଟ ବନ୍ଦ ଥିବା କଥା ଗାଡେ ତାଙ୍କୁ କହିଥିଲା। ଏଥିସହ ବସ୍‌ ଭିତରକୁ ଯିବାକୁ ତାଙ୍କୁ କହିଥିଲା।

ମହିଳା ଜଣଙ୍କ ବସ ଭିତରକୁ ଯିବା କ୍ଷଣି ଗାଡେ ତାଙ୍କ ଉପରକୁ ଡିଆଁ ମାରିଥିଲା। ଏହାପରେ ବସ୍‌ର ଡୋର ଲକ କରି ତାଙ୍କୁ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ସେ ସେଠାରୁ ଚାଲି ଯାଇଥିଲା।

Crime Stop Rape Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe