Advertisment

ପୁଲିସ ଅଧିକାରୀଙ୍କ ମୃତଦେହ ମିଳିବା ଘଟଣା: କେମିତି ୪୮ ଘଣ୍ଟା ଭିତରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ପୁଲିସ୍‌ ଘଟଣାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ଜଣେ ଅଟୋରିକ୍ସା ଡ୍ରାଇଭରଙ୍କୁ ଗିରଫ କରିଛି। ତା’କୁ ଜେରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Cop

Cop

Advertisment

ଅର୍ଜୁନ ପୁରସ୍କାର ପ୍ରାପ୍ତ ଜଣେ ପୁଲିସ ଅଧିକାରୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପଞ୍ଜାବର ଜଲନ୍ଧର ପୁଲିସ୍‌ ମାତ୍ର ୪୮ ଘଣ୍ଟା ମଧ୍ୟରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

Advertisment

ଦଲବୀର ସିଂହ ଦେଓଲ ପୁଲିସ୍‌ ଫୋର୍ସରେ ସାମିଲ ହେବା ପୂର୍ବରୁ ଭାରଉତ୍ତୋଳନ କରୁଥିଲେ। ଏକାଧିକ ପ୍ରତିଯୋଗିତାରେ ସେ ଭାଗ ନେଇ ସଫଳତା ମଧ୍ୟ ପାଇଥିଲେ। କ୍ରୀଡ଼ାରେ ସଫଳତା ହାସଲ କରିବା ପରେ ସେ ପୁଲିସ୍‌ ଫୋର୍ସରେ ସାମିଲ ହୋଇଥିଲେ। କିନ୍ତୁ ସୋମବାର ସକାଳେ ରହସ୍ୟଜନକ ଭାବେ ତାଙ୍କ ମୃତଦେହ ଜଲନ୍ଧରର ଗୋଟିଏ କେନାଲ ନିକଟରୁ ମିଳିଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ଜଣେ ଅଟୋରିକ୍ସା ଡ୍ରାଇଭରଙ୍କୁ ଗିରଫ କରିଛି। ତା’କୁ ଜେରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଘରେ ଛାଡ଼ିବାକୁ ନେଇ ଯୁକ୍ତିତର୍କ ହେବାରୁ ଅଟୋରିକ୍ସା ଚାଳକ ତାଙ୍କୁ ଗୁଳି କରି ଦେଇଥିଲା।

Advertisment

ସୋମବାର ସକାଳେ ଯୁଗଳ କିଶୋର ନାମକ ଜଣେ ପୁଲିସ୍‌ ଅଧିକାରୀ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ଏହି ସମୟରେ ଗୋଟିଏ କେନାଲ ନିକଟରେ ଦଲବୀରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେ ନିଜର ସହଯୋଗୀମାନଙ୍କୁ ଖବର ଦେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

ପୁଲିସ୍‌ ଘଟଣା ପଛର କାରଣ ଜାଣିବା ପାଇଁ ଏକାଧିକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହା ମଧ୍ୟରୁ ଗୋଟିଏ ଫୁଟେଜରେ ଦଲବୀର ଅଟୋରିକ୍ସାରେ ବସୁଥିବା ଜଣାପଡ଼ିଥିଲା।

ଗାଡ଼ି ନମ୍ବର ପୁଲିସ୍‌ ଲେଖିବା ସହ ବିଭିନ୍ନ ସମ୍ଭାବ୍ୟ ଠିକଣାରେ ଯାଞ୍ଚ କରିଥିଲା। କେନାଲ ନିକଟରେ ଥିବା ମୋବାଇଲ ଟାୱାରରେ ଉପଲବ୍ଧ ଥିବା ସିଗ୍ନାଲକୁ ମଧ୍ୟ ଯାଞ୍ଚ କରାଯାଇଥିଲା।

ଶେଷରେ ପୁଲିସ ଅଭିଯୁକ୍ତ ବିଜୟ କୁମାରଙ୍କ ପାଖରେ ପହଞ୍ଚିଥିଲା। ବିଜୟ କୁମାର ହିଁ ଦଲବୀରଙ୍କୁ ତାଙ୍କରି ସର୍ଭିସ ପିସ୍ତଲରେ ଗୁଳି କରିଥିଲା। ମୃତଦେହ ନିକଟରୁ ଉକ୍ତ ବନ୍ଧୁକ ମଧ୍ୟ ପୁଲିସ୍‌ ଜବତ କରିଛି।

ଜଲନ୍ଧର ପୁଲିସ ମୁଖ୍ୟ ସ୍ୱପ୍ନ ଶର୍ମା କହିଛନ୍ତି, “ଆମେ ସନ୍ଦେହଜନକ ଅବସ୍ଥାରେ ଦଲବୀର ସିଂହ ଦେଓଲଙ୍କ ମୃତଦେହ ଠାବ କରିଥିଲୁ। ଠାବ ହୋଇଥିବା ସ୍ଥାନଟି ଜଲନ୍ଧର ଠାରୁ ୬ରୁ ୭ କିମି ଦୂର। ଆମେ ଏହି ଘଟଣାରେ ଅଟୋରିକ୍ସା ଡ୍ରାଇଭର ବିଜୟ କୁମାରକୁ ଗିରଫ କରିଛୁ।

ବିଜୟ କୁମାର ଘଟଣା ଦିନ ଦଲବୀରଙ୍କୁ ତାଙ୍କ ଗାଁରେ ଛାଡ଼ିବାକୁ ମନା କରିଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ। ଏଥିରେ ରାଗି ଯାଇ ବିଜୟ କୁମାର ତୁରନ୍ତ ଦଲବୀରଙ୍କ ପାଖରେ ଥିବା ସର୍ଭିସ ପିସ୍ତଲକୁ ଛଡ଼ାଇ ନେଇଥିଲା। ଏଥିସହ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି ମାଡ଼ କରିଥିଲା।”

Police Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe