Advertisment

ବିଷାକ୍ତ ପ୍ରେମ : ପ୍ରେମିକର ଅଧିକ ଭଲ ପାଇବା ନେଇଗଲା ୩ ପ୍ରେମିକାଙ୍କ ଜୀବନ

କୋମଳଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପରେ ମାର୍ଚ୍ଚ ୧୨ରେ ତାଙ୍କ ମୃତଦେହକୁ ଚାୱାଲା କେନାଲରେ ଫିଙ୍ଗି ଦିଆଯାଇଥିଲା। ଏପ୍ରିଲ ୭ରେ ବିଜୟଲକ୍ଷ୍ମୀଙ୍କୁ ଦିଲ୍ଲୀର କ୍ୟାଣ୍ଟନମେଣ୍ଟରେ ଛୁରୀ ଭୁଷି ମାରି ଦିଆଯାଇଥିଲା। ଆଉ ଗତ ରବିବାର ଦିଲ୍ଲୀର ମେହରୌଲିରେ ମେହେକଙ୍କୁ ଛୁରୀ ଭୁଷା ଯିବା ସହ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା।

author-image
Hemant Lenka
Love

Love

ଅଧିକ ପ୍ରେମ ଭଲ ନୁହେଁ। ବେଶ ଭଲ ପାଇଲେ ଅସୁବିଧା। ନିକଟରେ ରାଜଧାନୀ ଦିଲ୍ଲୀରେ ୨୧ ବର୍ଷୀୟ କୋମଳ, ୧୯ ବର୍ଷୀୟ ବିଜୟଲକ୍ଷ୍ମୀ ଓ ୧୮ ବର୍ଷୀୟ ମେହେକ ଜୈନଙ୍କ ହତ୍ୟା ଏହାକୁ ପ୍ରମାଣିତ କରିଛି। ଅଧିକ ପ୍ରେମ ଯୋଗୁ ୩ ଯୁବତୀଙ୍କୁ ସେମାନଙ୍କ ପ୍ରେମିକମାନେ ହତ୍ୟା କରିଛନ୍ତି। ଏହି ଯୁବତୀମାନଙ୍କ ଲମ୍ବା ଜୀବନ ପଡ଼ିଥିଲା। ସେମାନେ ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ସେମାନଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଛି। ସେମାନଙ୍କୁ ଦିନେ ଭଲ ପାଉଥିବା ନେଇ ଦାବି କରୁଥିବା ଯୁବକମାନେ ହିଁ ମାରି ଦେଇଛନ୍ତି।

Advertisment

କୋମଳଙ୍କୁ ତଣ୍ଟି ଚିପି ହତ୍ୟା କରାଯିବା ପରେ ମାର୍ଚ୍ଚ ୧୨ରେ ତାଙ୍କ ମୃତଦେହକୁ ଚାୱାଲା କେନାଲରେ ଫିଙ୍ଗି ଦିଆଯାଇଥିଲା। ଏପ୍ରିଲ ୭ରେ ବିଜୟଲକ୍ଷ୍ମୀଙ୍କୁ ଦିଲ୍ଲୀର କ୍ୟାଣ୍ଟନମେଣ୍ଟରେ ଛୁରୀ ଭୁଷି ମାରି ଦିଆଯାଇଥିଲା। ଆଉ ଗତ ରବିବାର ଦିଲ୍ଲୀର ମେହରୌଲିରେ ମେହେକଙ୍କୁ ଛୁରୀ ଭୁଷା ଯିବା ସହ ନିଆଁ ଲଗାଇ ପୋଡ଼ି ଦିଆଯାଇଥିଲା।

ଏହି ୩ ଯୁବତୀଙ୍କୁ ସେହିମାନେ ମାରିଛନ୍ତି ଯେଉଁମାନେ ସେମାନଙ୍କ ସହ ରୋମାଣ୍ଟିକ ସମ୍ପର୍କରେ ରହିଥିଲେ। ହେଲେ ସେମାନେ ନିଜ ନିଜର ପ୍ରେମିକାମାନଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ସେମାନେ ଅନ୍ୟ ପୁରୁଷଙ୍କ ସହ କାଳେ ସମ୍ପର୍କ ରଖିଛନ୍ତି କିମ୍ବା ରଖିବେ, ସେକଥା ସମସ୍ତଙ୍କ ମୁଣ୍ଡରେ ଚାଲୁଥିଲା।

Advertisment

ଏହି ସନ୍ଦେହ ପଛର କାରଣ ଥିଲା, ଯୁବକମାନେ ସେମାନଙ୍କ ପ୍ରେମିକାମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ପ୍ରେମ କରୁଥିଲେ। ସବୁବେଳେ ସେ ପ୍ରେମିକାଙ୍କୁ ନିଜ ପାଖରେ ଚାହୁଁଥିଲେ। ଅନ୍ୟମାନଙ୍କ ସହ ପ୍ରେମିକାଙ୍କ ମିଳିମିଶାକୁ ସେମାନେ ପସନ୍ଦ କରୁ ନଥିଲେ।

ସମସ୍ତ ୩ ହତ୍ୟାକାରୀଙ୍କ ସୋଶାଲ ମିଡିଆ ପୋଷ୍ଟ ମଧ୍ୟ ଈର୍ଶା, ହିଂସା ଓ ଅସୁରକ୍ଷିତ ମନେ କରୁଥିବା ବିଷୟବସ୍ତୁରେ ଭରପୂର ରହିଛି। ଅଭିଯୁକ୍ତମାନେ ସେମାନଙ୍କ ପ୍ରେମିକାମାନଙ୍କ ଉପରେ ନଜର ରଖିବା ଓ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୋଶାଲ ମିଡିଆର ବ୍ୟବହାର କରୁଥିଲେ। ପ୍ରେମିକା ଅଧିକ ସମୟ ଅନଲାଇନରେ ରହିଲେ କିମ୍ବା ଅନ୍ୟମାନଙ୍କ ସହ କଥା ହେଲେ ସେମାନେ ବିରକ୍ତ ହୋଇଯାଉଥିଲେ।

ଅଧିକ ପ୍ରେମ ବେଳେବେଳେ ନିଜ ଭିତରେ ଅସୁରକ୍ଷିତ ଭାବ ଓ ଅବିଶ୍ୱାସର ଜନ୍ମ ଦେଇଥାଏ। ସେମାନେ ସବୁବେଳେ ନିଜ ପ୍ରେମିକାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି। ଏହା ଅଧିକାଂଶ ସମୟରେ ଭୟଙ୍କର ରୂପ ଧାରଣ କରିଥାଏ। ଏହି ୩ ମାମାଲାରେ ମଧ୍ୟ ସେମିତି କିଛି ହୋଇଥିବା ମନସ୍ତତ୍ୱବିତମାନେ ମତ ରଖିଛନ୍ତି। ଏଭଳି ଆଚରଣ କରୁଥିବା ଯୁବକ ବା ବ୍ୟକ୍ତିମାନଙ୍କର ଚିକିତ୍ସା ଜରୁରୀ ବୋଲି ଅନେକ ମତ ରଖିଛନ୍ତି।

Murder Crime