Advertisment

ଓଏଏସ୍‌ ଅଫିସରଙ୍କ ଅମାପ ସମ୍ପତ୍ତି: ୧.୩୬ କୋଟି ଟଙ୍କାର ଘର, ୬ଟି ପ୍ଲଟ, ୩ଟି ଚାରି ଚକିଆ ଗାଡ଼ି...

ସଂଗ୍ରାମ କେଶରୀ ଜେନାଙ୍କ ବ୍ୟାଙ୍କ ଓ ବୀମା ଜମା ନେଇ ଯାଞ୍ଚ ଚାଲିଛି।

ଅଦ୍ୟତନ ହୋଇଛି
Sangram Keshari Jena

Sangram Keshari Jena

Advertisment

ଓଏଏସ୍ ଅଫିସର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ବହୁ ସମ୍ପତ୍ତି ଠାବ କରିଛି।

Advertisment

ଶ୍ରୀ ଜେନାଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଜେନା କଲୋନୀରେ ୭୫୫୪ ବର୍ଗଫୁଟ ଅଞ୍ଚଳରେ ଏକ ତିନି ମହଲା କୋଠା ଅଛି। ଏହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ତା’ସହିତ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହରିପୁରରେ ତାଙ୍କର ଏକ କୋଠା ଅଛି।

ତାଙ୍କର ୬ଟି ପ୍ଲଟ୍‌ ଅଛି। ସେଥିରୁ ୫ଟି ବାଣପୁରର ଛୋଟରାୟପୁର ଶାସନରେ ଥିବା ବେଳେ ଆଉ ଗୋଟିଏ ବାଲୁଗାଁର ସରଳାପଦରରେ ଅଛି। ବାଲୁଗାଁର ରାମପୁର ମୌଜାରେ ଆଉ ଗୋଟିଏ ବେନାମୀ ପ୍ଲଟ କିଣିବା ପାଇଁ ସେ ୧୧ ଲକ୍ଷ ଟଙ୍କ ଆଗୁଆ ପୈଠ କରିଛନ୍ତି। ଏହି ସବୁ ପ୍ଲଟ୍‌ ଗୁଡ଼ିକର ମୂଲ୍ୟ କେତେ ହେବ, ତାହା ଜାଣିବା ପାଇଁ ମାପଚୁପ ଓ ହିସାବ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍‌।

Advertisment

ସଂଗ୍ରାମ କେଶରୀ ଜେନାଙ୍କ ବ୍ୟାଙ୍କ ଓ ବୀମା ଜମା ନେଇ ଯାଞ୍ଚ ଚାଲିଛି। ତାଙ୍କର ୩ଟି ଚାରି ଚକିଆ ଗାଡ଼ି (TATA Harrier, Maruti Ertiga & Maruti Alto LXI) ଅଛି। ଏହା ସହିତ ୨ଟି ଦୁଇ ଚକିଆ ଗାଡ଼ି ବି ଅଛି।

ଭିଜିଲାନ୍ସର ତଦନ୍ତ ଶେଷ ହୋଇନାହିଁ। ଶ୍ରୀ ଜେନାଙ୍କର ଆଉ କ’ଣ ସମ୍ପତ୍ତି ରହିଛି, ସେ ନେଇ ଯାଞ୍ଚ ଜାରି ରହିଛି।

Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe