ଦୁଃଖ ଦେଖିଲେ ଛାତି ଫାଟିଯିବ। ଦିବ୍ୟାଙ୍ଗ ଶ୍ରମିକଙ୍କ ଟଙ୍କା ବି ଖାଇଦେଇଛନ୍ତି। ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ। ଇଏ ହେଉଛନ୍ତି ସେହି ଦିବ୍ୟାଙ୍ଗ ଶ୍ରମିକ। କାନକୁ ଶୁଭୁନାହିଁ, କଥା ମଧ୍ୟ କହିପାରୁନାହାନ୍ତି। ମୁଖ ଓ ବଧିର। ଯେହେତୁ ହାତଗୋଡ ଚାଲୁଛି ତେଣୁ ସଙ୍ଘର୍ଷ କରି ଜୀବନ ଜିଇଁବା ପାଇଁ ପରିଶ୍ରମ କରିଥିଲେ। ହେଲେ କାମର ପାଉଣା ପାଇଲେ ନାହିଁ । ଆମ କ୍ୟାମେରା ଦେଖି, ଠାରରେ କହୁଛନ୍ତି ନିଜର ଦୁଃଖ କାହାଣୀ । ଏହି ଦିବ୍ୟାଙ୍ଗ ଶ୍ରମିକ ଜଣଙ୍କ ହେଉଛନ୍ତି ମୁରିବାହାଲ ବ୍ଲକ କନ୍ଧେନଝୁଲା ଗାଁର ବିଦ୍ୟାଧର ସାହୁ।