Advertisment

ବିପୁଳ ବାଣ ଜବତ, 2 ଗିରଫ

ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ଦୁଇ ଭାଇ।

Fire Crackers

Fire Crackers

Advertisment

ବିନା ଲାଇସେନ୍ସରେ ଘରେ ବାଣ ଗଚ୍ଛିତ ରଖି ବେପାର କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୁଲିସ୍ କୁସୁମାଟିର ମାଝି ସାହିର 2 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

Advertisment

ଗିରଫ ବ୍ୟକ୍ତିମାନେ ହେଲେ ଛବୀନ୍ଦ୍ର କୁମାର ସୁବୁଦ୍ଧି (49) ଓ ପବିତ୍ର ସୁବୁଦ୍ଧି (46)। ସେମାନେ ଦୁଇ ଭାଇ।

ସେମାନଙ୍କଠାରୁ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି। 20 ପ୍ରକାରର ବାଣ ସେମାନଙ୍କ ଠାରୁ ଜବତ କରାଯାଇଛି। ତା’ ମଧ୍ୟରେ ରହିଛି ହାତ ତିଆରି 400ଟି କୁମ୍ପି, କାଗଜରେ ତିଆରି 500ଟି ଛୋଟ ବୋମା ଓ 700ଟି ବଡ଼ ବୋମା। ସେମାନେ ନିଜେ କିଛି ବାଣ ତିଆରି କରିଥିଲେ ଓ ଅନ୍ୟଗୁଡ଼ିକୁ ସ୍ଥାନୀୟ ଅଞ୍ଚଳରୁ କିଣି ଥିଲେ ବୋଲି ଜଣାପଡ଼ିଛି।

Advertisment

ଏସିପି ପ୍ରଦୀପ ରାଉତଙ୍କ ସୂଚନା ଅନୁଯାୟୀ, କୁସୁମାଟିର ଛବୀନ୍ଦ୍ର ଓ ପବିତ୍ର ସାହି ଭିତରେ ଗୋଟିଏ ଘରେ ବେଆଇନ ଭାବେ ବାଣ ରଖି ବିକ୍ରି କରୁଥିବା ନେଇ ଆଜି ଜଟଣୀ ଥାନା ଆଇଆଇସିଙ୍କ ନିକଟକୁ ଏକ ସୂଚନା ଆସିଥିଲା। ଏହା ପରେ ଜଟଣୀ ଥାନାର ଏକ ଟିମ୍ ସେଠାରେ ଚଢ଼ାଉ କରି ବାଣ ଜବତ କରିବା ସହିତ ଦୁଇ ଭାଇଙ୍କୁ ଗିରଫ କରିଥିଲା। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। 

Firecracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe