Advertisment

କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅକୁ ହତ୍ୟା, 'ଲଭ୍ ଜିହାଦ' ଅଭିଯୋଗ

ମୃତ ଯୁବତୀ ଜଣକ ହେଉଛନ୍ତି କଂଗ୍ରେସ ନେତା ତଥା କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ଝିଅ ନେହା ହିରେମାଥ(୨୩)।

Protest

Protest

Advertisment

କର୍ଣ୍ଣାଟକର ଜଣେ କର୍ପୋରେଟରଙ୍କ ଝିଅକୁ ହତ୍ୟା। ଜଣେ ମୁସଲିମ ସମ୍ପ୍ରଦାୟର ପୁଅ ତାଙ୍କୁ ସାତ ଥର ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ତୀବ୍ର ହେଉଛି ବିବାଦ। ହତ୍ୟାକାଣ୍ଡ ପଛରେ 'ଲଭ୍ ଜିହାଦ' ଥିବା ଅଭିଯୋଗ ହେଉଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଶାସକ କଂଗ୍ରେସକୁ ଘେରିଛି ବିଜେପି।

Advertisment

ସୂଚନା ଅନୁସାରେ, ମୃତ ଯୁବତୀ ଜଣକ ହେଉଛନ୍ତି କଂଗ୍ରେସ ନେତା ତଥା କର୍ପୋରେଟର ନିରଞ୍ଜନ ହିରେମାଥଙ୍କ ଝିଅ ନେହା ହିରେମାଥ(୨୩)। ସେ ମାଷ୍ଟର ଅଫ୍ କମ୍ପ୍ୟୁଟର ଆପ୍ଲିକେସନର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ଫୟାଜ ଖୋଣ୍ଡୁନାଏକ ନାମକ ଜଣେ ଯୁବକ ତାଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। 

ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିଛି। ତଦନ୍ତ ସମୟରେ ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିବା ଜାଣିବାକୁ ପାଇଛି ପୁଲିସ। ପୁଲିସ କହିଛି ଯେ, ଦୁହେଁ ପୂର୍ବରୁ ସମ୍ପର୍କରେ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ନେହା ଏଥିରୁ ଦୂରେଇ ଯାଇଥିଲେ। ଏହାକୁ ନେଇ ଫୟାଜ ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

Advertisment

ସେପଟେ ଏହି ମାମଲାକୁ ନେଇ 'ଲଭ୍ ଜିହାଦ' ସହ ରାଜ୍ୟରେ ଶାସକ କଂଗ୍ରେସ ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ ଆଣିଛି ବିଜେପି। କେନ୍ଦ୍ର ମନ୍ତ୍ରୀ ତଥା ଧରୱାଡ ଲୋକସଭା ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, 'ହତ୍ୟାକାଣ୍ଡ ପଛରେ ଲଭ୍ ଜିହାଦ ରହିଛି।'

ଶାସକ କଂଗ୍ରେସ ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଛି ଏବଂ ବର୍ତ୍ତମାନ ସୁଦ୍ଧା 'ଲଭ୍ ଜିହାଦ'ର କୌଣସି କାରଣ ଜଣାପଡି ନାହିଁ ବୋଲି ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି।

ସବୁଠୁ ବଡ଼ କଥା ହେଉଛି କି, କର୍ପୋରେଟର ନିରଞ୍ଜନ ଝିଅ ହତ୍ୟା ପଛରେ 'ଲଭ୍ ଜିହାଦ' ଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, "ଅଭିଯୁକ୍ତ ତାଙ୍କ ଝିଅକୁ ଫସାଇବାକୁ ଚେଷ୍ଟା କରୁଥିଲା। ଦୀର୍ଘଦିନ ଧରି ତାଙ୍କୁ ପ୍ରେମ ଜାଲରେ ଫସାଇବାକୁ ନହେଲେ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିଲା। ଏହା ପଛରେ ଏକ ଗ୍ୟାଙ୍ଗ୍ ରହିଛି। ଝିଅକୁ ମଧ୍ୟ ଧମକ ଦିଆଯାଉଥିଲା, କିନ୍ତୁ ସେ ଧମକକୁ ଖାତିର କରୁନଥିଲା।"

ମୋ ଝିଅ ସହ କଣ ଘଟିଲା, ତାହା ସମଗ୍ର ରାଜ୍ୟ ଓ ଦେଶ ଦେଖିଲେ। ଯଦି ସେମାନେ(କଂଗ୍ରେସ କର୍ମୀ) ହତ୍ୟାର କାରଣ ବ୍ୟକ୍ତିଗତ ବୋଲି କହୁଛନ୍ତି, ତେବେ ଏଥିରେ ବ୍ୟକ୍ତିଗତ କଣ? ସେମାନେ ମୋର ସମ୍ପର୍କୀୟ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। 

ସେପଟେ ଘଟଣାକୁ ନେଇ ଦକ୍ଷିଣପନ୍ଥୀ କର୍ମକର୍ତ୍ତା ହବବାଲିର ବିଦ୍ୟାନଗର ପୁଲିସ ଷ୍ଟେସନ ସମ୍ମୁଖରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। 

Crime Love Jihad Karnataka Murder Case Corporator's Daughter Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe