/odisha-reporter/media/post_attachments/uploadimage/library/16_9/16_9_0/IMAGE_1723380405.jpg)
Human skull
ଜଙ୍ଗଲରୁ ଖପୁରି ଓ ହାଡ଼ ଉଦ୍ଧାରକଲା ପୁଲିସ। ଏଘଟଣା ଘଟିଛି ବରଗଡ଼ ଜିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରେ। ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିଲେ। ସେଠାରେ ମଣିଷ ଖପୁରି ଓ ହାଡ଼ ପଡ଼ିଥିବାର ଦେଖିଥିଲେ। ଏନେଇ ସଙ୍ଗେସଙ୍ଗେ ପାଟପୁର ଥାନାକୁ ଜଣାଇଥିଲେ। ଖବର ପାଇ ଥାନା ଅଧିକାରୀ ଘଟଣାସ୍ଥଲରେ ପହଞ୍ଚି ଖପୁରି ଓ ହାଡ଼କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
Advertisment
ତେବେ ଖପୁରି ହାଡ଼ କାହାର ଓ କେମିତି ଏହି ଜଙ୍ଗଲ ନିକଟକୁ ଆସିଲା ଏନେଇ ସ୍ପଷ୍ଟ ହୋଇନାହିଁ। ଖପୁରି ହାଡ଼ ପଡ଼ିଥିବା କିଛି ଦୂରରେ ଏକ ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
