Advertisment

ବିଦ୍ୟୁତ୍ ତାର ବିଛାଇ ବନ୍ଧୁକ ଧରି ଶିକାର ପାଇଁ ଲୁଚି ବସିଥିଲେ, ଧରି ପକାଇଲେ ବନ କର୍ମଚାରୀ

ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଆଶିଷ କହଁରଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ରାତିରେ ଡମ୍ବାରଗଡ଼ ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ।

Hunter

Hunter

Advertisment

ବୌଦ୍ଧ ରେଞ୍ଜ ଡମ୍ବରଗାଡ଼ ସଂରକ୍ଷିତ ଜଙ୍ଗଲରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ମାନେଶ୍ୱର ଗାଁର ଗୁପ୍ତେଶ୍ୱର ସେଠୀ। ତାଙ୍କଠାରୁ ଏକ ଦେଶୀ ବନ୍ଧୁକ ସହିତ ବିଦ୍ୟୁତ୍ ତାର ଜବତ କରାଯାଇଛି।

Advertisment

ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଆଶିଷ କହଁରଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ରାତିରେ ଡମ୍ବାରଗଡ଼ ସଂରକ୍ଷିତ ଜଙ୍ଗଲରେ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ସେମାନେ ଗୁପ୍ତେଶ୍ୱର ସେଠୀଙ୍କୁ ଧରିଥିଲେ। ଗୁପ୍ତେଶ୍ୱର ବିଦ୍ୟୁତ୍ ତାର ବିଛାଇ ଏକ ଦେଶୀ ବନ୍ଧୁକ ଧରି ଶିକାର ପାଇଁ ଲୁଚି ବସିଥିଲେ।

ଏହି ଚଢ଼ାଉରେ ବନରକ୍ଷୀ ପ୍ରକାଶ ପ୍ରଧାନଙ୍କ ସମେତ ମୋବାଇଲ ଟିମ୍ ଓ ଫରେଷ୍ଟ ସ୍କ୍ୱାଡ୍‌ ସାମିଲ ଥିଲେ।

Advertisment
Forest Odisha Forest Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe