Advertisment

ମେଡିକାଲ୍‌ରେ ଚିକିତ୍ସା ହେଉଥିଲା, ରାତିରେ ଚମ୍ପଟ ମାରିଲା ଶିକାରୀ

ରବିବାର ବାରିପଦା ବନ ବିଭାଗ ୪ଟି ବାଘ ଛାଲ ଜବତ କରିବା ସହିତ ବାଙ୍ଗିରିପୋଷି ଗାଁର ରୂପାୟା ମାରାଣ୍ଡି, ବହଳଦା ଅଞ୍ଚଳର ବୁଦ୍ଧୁରାମ ସିଂ ଓ ମଙ୍ଗଲୁ ସିଂକୁ ଗିରଫ କରିଥିଲା।

ଅଦ୍ୟତନ ହୋଇଛି
Tiger

Tiger

Advertisment

ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲା ଶିକାରୀ। ରାତିରେ ଚମ୍ପଟ ମାରିଲା। ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଚମ୍ପଟ ମାରିଲା ଶିକାରୀ। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲାର ତଦନ୍ତ ଆରମ୍ଭ କରିଛି। ହେଲେ ବର୍ତ୍ତମାନ ସୁଦ୍ଧା ଶିକାରୀର ପତ୍ତା ପାଇନି ପୁଲିସ୍‌ ଓ ବନ ବିଭାଗ।

Advertisment

ରବିବାର ବାରିପଦା ବନ ବିଭାଗ ୪ଟି ବାଘ ଛାଲ ଜବତ କରିବା ସହିତ ବାଙ୍ଗିରିପୋଷି ଗାଁର ରୂପାୟା ମାରାଣ୍ଡି, ବହଳଦା ଅଞ୍ଚଳର ବୁଦ୍ଧୁରାମ ସିଂ ଓ ମଙ୍ଗଲୁ ସିଂକୁ ଗିରଫ କରିଥିଲା। ସନ୍ଧ୍ୟା ବେଳେ ରୂପାୟା ଅସୁସ୍ଥ ହୋଇପଡ଼ିଥିଲା। ତା’ପରେ ତାକୁ ବାରିପଦା ମେଟିକାଲରେ ଭର୍ତ୍ତି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ଦୁଇ ଜଣ ପ୍ରୋଟେକ୍‌ସନ୍‌ ଆସିଷ୍ଟାଣ୍ଟ(ପିଏ)ଙ୍କୁ ମୁତୟନ କରାଯାଇଥିଲା। ରାତି ପ୍ରାୟ ସାଢ଼େ ୩ଟା ବେଳେ ବନ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲା ରୂପାୟା।

ଆଜି ସକାଳେ ବନ ବିଭାଗ ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ବନ ବିଭାଗ ମଧ୍ୟ ରୂପାୟା ଓ ତାଙ୍କ ସମ୍ପର୍କୀୟଙ୍କ ଗାଁକୁ ଯାଇଥିଲା। ମାତ୍ର ଖାଲି ହାତରେ ଫେରିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ବା ବନ ବିଭାଗ କେହି ରୂପାୟାଙ୍କ ପତ୍ତା ପାଇନାହିଁ। ବନ ବିଭାଗର ଖାମ୍‌ଖିଆଲ ନୀତି ପାଇଁ ରୂପାୟା ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

Advertisment

ରିପୋର୍ଟ-ବାରିପଦାରୁ ମାଣିକଲାଲ୍‌ ପାଣି

Baripada Crime Story Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe