Advertisment

ରାଗରେ ତାତିଲେ: ସ୍ତ୍ରୀ, ଝିଅ ଓ ଭଣଜାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ମାର୍ଶାଘାଇ ବ୍ଲକ୍‌ କୁଦାନଗରୀ ଥାନା ଗଉଡଗାଁ ଗାଁର ରମେଶ ମହାନ୍ତି କାମଦାମ କରି ଚଳନ୍ତି। ଆଜି ଅପରାହ୍ନରେ କୌଣସି କଥାକୁ ନେଇ ପତ୍ନୀ ସୁଷମାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ପରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା।

Crime

Crime

Advertisment

ରାଗରେ ତାତିଗଲେ। ସ୍ତ୍ରୀ, ଝିଅ ଓ ଭଣଜାଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ଅଭିଯୁକ୍ତ। ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଘଟିଛି। ଆକ୍ରମଣ ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି।

Advertisment

ମାର୍ଶାଘାଇ ବ୍ଲକ୍‌ କୁଦାନଗରୀ ଥାନା ଗଉଡଗାଁ ଗାଁର ରମେଶ ମହାନ୍ତି କାମଦାମ କରି ଚଳନ୍ତି। ଆଜି ଅପରାହ୍ନରେ କୌଣସି କଥାକୁ ନେଇ ପତ୍ନୀ ସୁଷମାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ପରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା। ରମେଶ ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପତ୍ନୀଙ୍କୁ ଗୋଟିଏ ଚୋଟ ପକାଇଥିଲେ। ମାଆଙ୍କ ଚିତ୍କାର ଶୁଣି ଉଦ୍ଧାର କରିବାକୁ ଆସିଥିଲେ ୧୯ ବର୍ଷର ଝିଅ ପ୍ରିୟଦର୍ଶିନୀ। ରାଗରେ ଜର୍ଜରିତ ଥିବା ରମେଶ ତାଙ୍କୁ ମଧ୍ୟ ଛାଡ଼ିନଥିଲେ। ଟାଙ୍ଗିଆରେ ତାଙ୍କୁ ଚୋଟ ପରେ ପଚରେ ଚୋଟ ପକାଇଥିଲେ।

ମାଇଁ ଓ ମାମୁ ଝିଅ ଭଉଣୀଙ୍କ ପାଟି ଶୁଣି ସେଠାରେ ପହଞ୍ଚିଥିଲେ ଭଣଜା ଶିଳ୍ପୀ। ତାଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲେ। ଫଳରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆକ୍ରମଣ ପରେ ରମେଶ ଘରୁ ଚମ୍ପଟ ମାରିଥିଲେ। ଗାଁ ଲୋକେ ସମସ୍ତଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Advertisment

କୁଦାନଗରୀ ଥାନା ପୁଲିସ ନିଜ ଆଡୁ ମାମାଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି। ପାରିବାରିକ କଳହକୁ ନେଇ ଏପରି ହୃଦୟ ବିଦାରକ ଘଟଣା ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Crime Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe