Advertisment

ବାଲ୍ୟାବସ୍ଥାରେ ଭାଗ୍ୟ ଠକିଥିଲା! ଯୌବନରେ ଧୋକା ଦେଲେ ସ୍ୱାମୀ

ଭଲ କରି ଦୁନିଆ ଦେଖିବା ପୂର୍ବରୁ ବାପାଙ୍କୁ ହରାଇଥିଲେ ନନ୍ଦିନୀ ଯୋଷୀ। ତେଣୁ ମାଆଙ୍କ ସହିତ ମାମୁ ଘରକୁ ଚାଲି ଯାଇଥିଲେ। ସେଠାରେ ଦୁଃଖେ କଷ୍ଟରେ ଚଳୁଥିଲେ। ଏତେ ଦୁଃଖ ପରେ ମଧ୍ୟ ଦଇବ ସହିଲା ନାହିଁ। ମାଆକୁ ଛଡ଼ାଇନେଲା।

ଅଦ୍ୟତନ ହୋଇଛି
Nandin

Nandin

Advertisment

ବାଲ୍ୟାବସ୍ଥାରେ ଭାଗ୍ୟ ଠକିଥିଲା! ଅବେଳରେ ବାପାମାଆଙ୍କୁ ଛଡ଼ାଇ ନେଇଥିଲା। ଅନାଥାଶ୍ରମରେ କଟିଥିଲା ଜୀବନ। ଯୌବନରେ ଧୋକା ଦେଲେ ସ୍ୱାମୀ। ଅକଥନୀୟ ନିର୍ଯାତନା ଦେଲେ। ଉଲଗ୍ନ କରି ମାଡ଼ ମାରି ଘରୁ କାଢ଼ିଦେଲେ। ଏବେ ନ୍ୟାୟ ପାଇଁ ଆକୁଳ ନିବେଦନ କରୁଛନ୍ତି ନନ୍ଦିନୀ। ଏପରି ହୃଦୟବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ପୀଡ଼ିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସ୍ୱାମୀଙ୍କଠାରୁ ମୁକ୍ତି ପାଇବାକୁ ନେହୁରା ହେଉଛନ୍ତି।

Advertisment

ଭଲ କରି ଦୁନିଆ ଦେଖିବା ପୂର୍ବରୁ ବାପାଙ୍କୁ ହରାଇଥିଲେ ନନ୍ଦିନୀ ଯୋଷୀ। ତେଣୁ ମାଆଙ୍କ ସହିତ ମାମୁ ଘରକୁ ଚାଲି ଯାଇଥିଲେ। ସେଠାରେ ଦୁଃଖେ କଷ୍ଟରେ ଚଳୁଥିଲେ। ଏତେ ଦୁଃଖ ପରେ ମଧ୍ୟ ଦଇବ ସହିଲା ନାହିଁ। ମାଆକୁ ଛଡ଼ାଇନେଲା। ମାଆ ଅଫେରା ପଥରେ ଚାଲିଯିବା ପରେ ନନ୍ଦିନୀ ସମ୍ପୂର୍ଣ୍ଣ ଏକଲା ହୋଇଯାଇଥିଲେ। ମାମୁ ଘର ଲୋକ ତାଙ୍କୁ ରଖିବାକୁ ରାଜି ହେଲେନି। ତେଣୁ ତାଙ୍କୁ ନେଇ ନୃସିଂହନାଥରେ ଥିବା କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ଛାଡ଼ି ଦେଇଥିଲେ। ସେହି ଆଶ୍ରମ ପାଲଟି ଥିଲା ନନ୍ଦିନୀଙ୍କ ନୂଆ ଠିକଣା। ସେଠାରେ ରହି ସେ ପାଠ ପଢ଼ିଲେ। ମାଟ୍ରିକ୍‌ ପାସ୍‌ କରିବା ପରେ ଯୁକ୍ତ ଦୁଇରେ ଆଡ୍‌ମିସନ୍‌ କରାଇଥିଲେ। କଲେଜରେ ପାଠ ପଢ଼ା ସହିତ ସେ ଗୋଟିଏ ଶପିଂ ମଲ୍‌ରେ କାମ କରୁଥିଲେ। ଆଉ ସଞ୍ଜ ନଇଁଲେ ଫେରି ଆସୁଥିଲେ ଆଶ୍ରମ।

ନନ୍ଦିନୀ କଲେଜରେ ପଢୁଥିବା ସମୟରେ ତରଭା ଭଣ୍ଡାରୀପଡାର ସୁମିତ ଶର୍ମାଙ୍କ ପରିବାର ଲୋକ ବାହାଘର ପ୍ରସ୍ତାବ ନେଇ ଯାଇଥିଲେ। ଦେଖାଚାହାଁ ପରେ ଆଶ୍ରମ କର୍ତ୍ତୃପକ୍ଷ ବାହାଘର ଠିକ୍‌ କରିଥିଲେ। ସୁମିତ ଶର୍ମାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ନନ୍ଦିନୀ ଯୋଷୀ। ବାହାଘର ପରେ ଶାଶୁ ଘରକୁ ଯାଇଥିଲେ। ବେଶ୍‌ ହସ ଖୁସିରେ ଚାଲି ଥିଲା ସଂସାର। ନିଜ ପରିବାରକୁ ନେଇ ବହୁ ଖସିଥିଲେ ନନ୍ଦିନୀ। ୩ ବର୍ଷର ବୈବାହିକ ଜୀବନରେ ମାଆ ଭାବେ ନୂଆ ପରିଚୟ ପାଇଥିଲେ। ଗୋଟିଏ ଝିଅର ମାଆ ହୋଇଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ହଠାତ୍‌ ପରିବାରରେ ଉଠିଲା ଅଶାନ୍ତିର ଝଡ଼। ଯେଉଁ ଝଡ଼ରେ ଆକ୍‌ତା ମାକ୍‌ତା ହୋଇଗଲେ ନନ୍ଦିନୀ। ଆରମ୍ଭ ହେଲା ମାନସିକ ଓ ଶାରୀରିକ ନିର୍ଯାତନା।

Advertisment

କଥା କଥାରେ ନନ୍ଦିନୀଙ୍କ ଉପରେ ହେଉଥିଲା ମାଡ଼। ସ୍ୱାମୀ ସୁମିତ ଶର୍ମା ତାଙ୍କୁ ଦେଉଥିଲେ ଅକଥନୀୟ ନିର୍ଯାତନା। ତେବେ ଶୁକ୍ରବାର ସବୁ ସୀମା ପାର କରିଥିଲା ନିର୍ଯାତନା। ନନ୍ଦିନୀଙ୍କୁ ଉଲଗ୍ନ କରି ସୁମିତ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ନିର୍ଯାତନା ଅସହ୍ୟ ହେବାରୁ ସାହିର କିଛି ମହିଳା ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି ନନ୍ଦିନୀ। ପରେ ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ସୁମିତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୀଡ଼ିତାଙ୍କୁ ଜାଗୃତି ହୋମ୍‌ରେ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ସୋନପୁରରୁ ରବୀନ୍ଦ୍ର ହୋତା

Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe