Advertisment

ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡ଼ୁଥିଲେ ସ୍ୱାମୀ!

ହତ୍ୟା ପାଇଁ ଦିନ ଓ ସମୟ ଫିକ୍ସ ହେଲା। ଯୋଜନା ମୁତାବକ ଆଧାରକାର୍ଡ଼ ସଂଶୋଧନ ପାଇଁ ସୋମବାର ଅପରାହ୍ନରେ ବାଇକ୍‌ରେ ସ୍ୱାମୀ ଓ ସ୍ତ୍ରୀ ନନ୍ଦପୁର ଯାଇଥିଲେ। ଆଧାରକାର୍ଡ ସଂଶୋଧନ ପରେ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଉଭୟ ଘରକୁ ଫେରୁଥିଲେ।

Crime

Crime

Advertisment

ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡି ଯାଇଥିଲେ ସ୍ୱାମୀ! ଆଉ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ। ହେଲେ ହତ୍ୟାକାରୀ ସ୍ୱାମୀଙ୍କ ସବୁ ଅଭିନୟର ପୋଲ୍‌ ଖୋଲିଗଲା। ପୁଲିସ୍‌ର ସନ୍ଦେହୀ ଆଖିରୁ ଖସି ପାରିଲା ନାହିଁ ହତ୍ୟାକାରୀ ଅଭିଯୁକ୍ତ। ଘର ଘନ ଜେରା ବେଳେ ନିଜେ ହତ୍ୟା କରି ଅଭିନୟ କରୁଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଏପରି ବୀଭତ୍ସ ହତ୍ୟାକାଣ୍ଡ କୋରାପୁଟ ଜିଲ୍ଲାରେ ଘଟିଛି।

Advertisment

ନନ୍ଦପୁର ଥାନା ହାଣ୍ଡଲ ତୋଟା ଗାଁର ମହେନ୍ଦ୍ର ଖରା। ୮ ମାସ ତଳେ ସେ ସାବିତ୍ରୀ ଖରାଙ୍କୁ ବିବାହ କରିଥିଲେ। ବିବାହ ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ହଠାତ୍‌ ପରିବାର ଭିତରେ ସୃଷ୍ଟି ହେଲା ବିବାଦ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କହଳ ଆରମ୍ଭ ହେଲା। ଯେଉଁଥିପାଇଁ ପ୍ରତିଶୋଷ ପରାୟଣା ହୋଇପଡ଼ିଲେ ମହେନ୍ଦ୍ର। ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ ଆରମ୍ଭ କରିଥିଲେ। ସେଥିପାଇଁ ସେ ନିଜର ଦୁଇ ସହଯୋଗୀ ମହେଶ ମାଳି ଓ ସୋମନାଥ ମାଳିଙ୍କ ସହଯୋଗ ଲୋଡିଥିଲେ। ହେଲେ ଏ ସମ୍ପର୍କରେ କୌଣସି ସୂଚନା ପାଇନଥିଲେ ସାବିତ୍ରୀ।

ହତ୍ୟା ପାଇଁ ଦିନ ଓ ସମୟ ଫିକ୍ସ ହେଲା। ଯୋଜନା ମୁତାବକ ଆଧାରକାର୍ଡ଼ ସଂଶୋଧନ ପାଇଁ ସୋମବାର ଅପରାହ୍ନରେ ବାଇକ୍‌ରେ ସ୍ୱାମୀ ଓ ସ୍ତ୍ରୀ ନନ୍ଦପୁର ଯାଇଥିଲେ। ଆଧାରକାର୍ଡ ସଂଶୋଧନ ପରେ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଉଭୟ ଘରକୁ ଫେରୁଥିଲେ। ତେବେ ହୋଣ୍ଡାଲ ତୋଟା ନିକଟରେ ମହେଶ ଏକ କାଠ ଫାଳିଆରେ ବାଇକ୍‌ ପଛରେ ବସିଥିବା ସାବିତ୍ରୀଙ୍କୁ ପିଟି ଥିଲେ। ଯାହାଫଳରେ ଉଭୟ ତଳେ ପଡ଼ି ଯାଇଥିଲେ। ଏହା ପରେ ମହେଶଙ୍କଠାରୁ କାଠ ଫାଳିଆ ନେଇ ମହେନ୍ଦ୍ର ନିଜ ପତ୍ନୀ ସାବିତ୍ରୀଙ୍କୁ ପ୍ରବଳ ପିଟିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ନିଜକୁ ଗଛରେ ବାନ୍ଧିବା ପାଇଁ ଦୁଇ ବନ୍ଧୁ(ମହେଶ ଓ ସୋମନାଥ)ଙ୍କୁ କହିଥିଲେ ମହେନ୍ଦ୍ର। ତା’ପରେ ମହେନ୍ଦ୍ରଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ ମହେଶ ଓ ସୋମନାଥ। ପରେ ସେଠାରୁ ସେମାନେ ପଳାଇ ଯାଇଥିଲେ।

Advertisment

ମହେଶ ଓ ସୋମନାଥ ଗଲା ପରେ ଚିତ୍କାର କରୁଥିଲେ ମହେନ୍ଦ୍ର। ଆଉ ପତ୍ନୀଙ୍କ ମୃତ୍ୟୁରେ ବୁକୁ ଫଟାଇ କାନ୍ଦୁଥିଲେ। ଏହା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଏ ନେଇ ନନ୍ଦପୁର ଥାନାକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହୀ ଆଖି ମହେନ୍ଦ୍ରଙ୍କ ଉପରେ ଯାଇଥିଲା। ସନ୍ଦେହରେ ତାଙ୍କୁ ଘନ ଘନ ଜେରା କରିଥିଲା। ଆଉ ତା’ପରେ ସେ ନିଜର ଦୋଷ ସ୍ୱୀକାର କରିଥିଲେ। ଏହି ମାମଲାରେ ପୁଲିସ୍‌ ମହେନ୍ଦ୍ର, ମହେଶ ଓ ସୋମନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ଅଭିଯୋଗ ଉପରୁ ପର୍ଦ୍ଦା ହଟିବ ବୋଲି ସୁନାବେଡ଼ା ଏସ୍‌ଡିପିଓ କହିଛନ୍ତି।

ରିପୋର୍ଟ- ଲମତାପୁଟରୁ ଜଗତ ଜୀବନ

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe