Advertisment

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହାଣିଦେଲା ସ୍ୱାମୀ

କୌଶଲ୍ୟା ଟଙ୍କା ଦେବାକୁ ମନା କରିଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଧୀରେ ଧୀରେ ଏହି ପାଟିତୁଣ୍ଡ ଉଗ୍ର ରୂପଧାରଣ କରିଥିଲା। ରାଗରେ ଉତ୍‌କ୍ଷିପ୍ତ ହୋଇ ହାତରେ ଧରିଥିବା କୁରାଢୀରେ କୌଶଲ୍ୟାଙ୍କୁ ଆକ୍ରମଣ କରିଥିଲେ ପଦନ।

Crime

Crime

Advertisment

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ତ୍ରୀଙ୍କୁ ହାଣିଦେଲା ସ୍ୱାମୀ। ଏପରି ବୀଭତ୍ସ ହତ୍ୟାକାଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ବାଙ୍ଗିରିପୋଷି ଥାନା ବ୍ରାହ୍ମଣଗାଁ ପଞ୍ଚାୟତ ଶାଳଘାଟି ଗାଁର ପଦନ ଦେହୁରୀ ହେଉଛନ୍ତି ଜଣେ ଗରିବ ଶ୍ରେଣୀରେ ଲୋକ। କାମଦାମ ଓ ଜଙ୍ଗଲରୁ କାଠ ସଂଗ୍ରହ କରି ପରିବାର ଭରଣ ପୋଷଣ କରନ୍ତି। ବେଶ ହସ ଖୁସିରେ ଚାଲିଥିଲା ସଂସାର। ବୁଧବାର ଉଭୟ ସ୍ୱାମୀ-ସ୍ତ୍ରୀ କଦମଡିହା ଗାଁକୁ ଯାଉଥିଲେ। ତେବେ ରାସ୍ତାରେ ପଦନ ମଦ ପିଇବା ପାଇଁ ପତ୍ନୀ କୌଶଲ୍ୟାଙ୍କୁ ଟଙ୍କା ମାଗିଥିଲେ।

ହେଲେ କୌଶଲ୍ୟା ଟଙ୍କା ଦେବାକୁ ମନା କରିଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଧୀରେ ଧୀରେ ଏହି ପାଟିତୁଣ୍ଡ ଉଗ୍ର ରୂପଧାରଣ କରିଥିଲା। ରାଗରେ ଉତ୍‌କ୍ଷିପ୍ତ ହୋଇ ହାତରେ ଧରିଥିବା କୁରାଢୀରେ କୌଶଲ୍ୟାଙ୍କୁ ଆକ୍ରମଣ କରିଥିଲେ ପଦନ। ଘଟଣା ସ୍ଥଳରେ କୌଶଲ୍ୟା ଟଳି ପଡ଼ିଥିଲେ। ଏହା ପରେ ସେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଅଟକ ରଖିଥିଲେ।

Advertisment

ଗାଁ ଲୋକେ ଏନେଇ ରାଇରଙ୍ଗପୁର ଥାନାକୁ ଖବର ଦେଇଥିଲେ। ଆଜି ସକାଳେ ପୁଲିସ୍‌ ଗାଁରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଗାଁ ଲୋକଙ୍କ କବଳରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମଦ ପିଇବା ପାଇଁ ଟଙ୍କା ମାଗିବାରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସନ୍ଦେହ କରୁଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe