Advertisment

ପତ୍ନୀଙ୍କ ଗଳା କାଟିବା ପରେ ନିଜ ବେକ କାଟିଦେଲା ସ୍ୱାମୀ!

ଛତିଶଗଡ଼ କଣ୍ଟା ଗାଁର ପେଦାପୁରି କଣ୍ଡାବାବୁ ଆଜକୁ ପ୍ରାୟ ୮ ବର୍ଷ ତଳେ ମାଲକାନଗିରି ଜିଲ୍ଲା ପଡ଼ିଆ ଗାଁର ବେଣୁ କୁମାରୀଙ୍କୁ ବିବାହ କରୁଥିଲେ। ବିବାହ ପରେ ପେଦାପୁରି କଣ୍ଡାବାବୁ ନିଜ ଶ୍ୱଶୁର ଘରେ ପତ୍ନୀଙ୍କ ସହ ରହୁଥିଲେ। ସବୁ ଠିକ୍‌ଠାକ୍‌ ଚାଲିଥିଲା।

Crime

Crime

Advertisment

ପତ୍ନୀଙ୍କ ଗଳା କାଟିବା ପରେ ନିଜ ବେକ କାଟିଦେଲା ସ୍ୱାମୀ! ଏପରି ବୀଭତ୍ସ ହତ୍ୟାକାଣ୍ଡ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅଞ୍ଚଳରେ ଘଟିଛି। ଘର ଭିତରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍‌ରେ ପତିଙ୍କ ପ୍ରାଣ ଯାଇଛି। ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପାଣିପାରିକ ଗଣ୍ଡଗୋଳରୁ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହେଉଛି।

Advertisment

ଛତିଶଗଡ଼ କଣ୍ଟା ଗାଁର ପେଦାପୁରି କଣ୍ଡାବାବୁ ଆଜକୁ ପ୍ରାୟ ୮ ବର୍ଷ ତଳେ ମାଲକାନଗିରି ଜିଲ୍ଲା ପଡ଼ିଆ ଗାଁର ବେଣୁ କୁମାରୀଙ୍କୁ ବିବାହ କରୁଥିଲେ। ବିବାହ ପରେ ପେଦାପୁରି କଣ୍ଡାବାବୁ ନିଜ ଶ୍ୱଶୁର ଘରେ ପତ୍ନୀଙ୍କ ସହ ରହୁଥିଲେ। ସବୁ ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଆଜି ଅପରାହ୍ନରେ ପେଦାପୁରି କଣ୍ଡାବାବୁ ପେଟେ ମଦ ପିଇ ଘରକୁ ଆସିଥିଲେ! କୌଣସି କଥାକୁ ନେଇ ପତ୍ନୀ ବେଣୁଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ବେଣୁଙ୍କ ବେକ କାଟି ଦେଇଥିଲା। ଘଟଣା ସ୍ଥଳରେ ବେଣୁଙ୍କ ମୃତ୍ୟୁ ଘଟିଥିଲା।

ମଦ ନିଶାରେ ପାତ୍ନୀଙ୍କ ବେକ କାଟିବା ପରେ ପେଦାପୁରି କଣ୍ଡାବାବୁ ନିଜେ ନିଜର ବେକକୁ କାଟି ଦେଇଥିଲା। ସାହିଭାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପଡ଼ିଆ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି। ହେଲେ ପେଦାପୁରି କଣ୍ଡାବାବୁ କାହିଁକି ଏପରି କାଣ୍ଡ ଭିଆଇଲେ, ତାହା ଜଣାପଡ଼ି ନାହିଁ।

Advertisment

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Crime Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe