Advertisment

ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ୱାମୀ

ଆଜି ସକାଳେ ଅର୍ଜୁନ୍‌ କାମ କରିବା ପାଇଁ ଘରୁ ବାହାରିଥିଲେ। ଅପରାହ୍ନରେ ଘରକୁ ଫେରିଥିଲେ। ହେଲେ ପତ୍ନୀଙ୍କୁ ଘରେ ପାଇନଥିଲେ। ଚାରିଆଡ଼େ ଖୋଜା ଖୋଜି କରୁଥିବା ବେଳେ ଜୁଲି ଘରକୁ ଫେରିଥିଲେ। ତୁମେ କୁଆଡ଼େ ଯାଇଥିଲ ବୋଲି ଅର୍ଜୁନ ପଚାରି ଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Woman

Woman

ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ୱାମୀ। ପରକୀୟା ସନ୍ଦେହରେ ସ୍ତ୍ରୀଙ୍କୁ ଏପରି ବୀଭତ୍ସ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ଏମିତି ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅଞ୍ଚଳରେ ଘଟିଛି।

Advertisment

ବାଣୀଗୋଚ୍ଛା ଥାନା ବିଡ଼ାପାଜୁ ଗାଁ ଅର୍ଜୁନ ବାଘ ଜଣେ ଶ୍ରମିକ। ପରିବାର କହିଲେ ପତ୍ନୀ ଜୁଲୀ ଓ ଆଉ ଦୁଇ ଛୁଆ। ବେଶ୍‌ ହସଖୁସିରେ ଚାଲୁଥିଲା ଅର୍ଜୁନଙ୍କ ପରିବାର। ହେଲେ ସେ ଏହାରି ଭିତରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ତାଙ୍କ ଅନୁପସ୍ଥିତିରେ ଜୁଲି, ତାଙ୍କ ପ୍ରେମିକଙ୍କ ପାଖକୁ ଯାଉଥିବା ସନ୍ଦେହ କରୁଥିଲେ ଅର୍ଜୁନ। ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

ଆଜି ସକାଳେ ଅର୍ଜୁନ୍‌ କାମ କରିବା ପାଇଁ ଘରୁ ବାହାରିଥିଲେ। ଅପରାହ୍ନରେ ଘରକୁ ଫେରିଥିଲେ। ହେଲେ ପତ୍ନୀଙ୍କୁ ଘରେ ପାଇନଥିଲେ। ଚାରିଆଡ଼େ ଖୋଜା ଖୋଜି କରୁଥିବା ବେଳେ ଜୁଲି ଘରକୁ ଫେରିଥିଲେ। ତୁମେ କୁଆଡ଼େ ଯାଇଥିଲ ବୋଲି ଅର୍ଜୁନ ପଚାରି ଥିଲେ। ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Advertisment

ଯୁକ୍ତିତର୍କ ଭିତରେ ଅର୍ଜୁନ ଏକ କଟୁରୀରେ ଜୁଲିଙ୍କ ବେକକୁ ଗୋଟିଏ ଚୋଟ ପକାଇଥିଲେ। ଯାହାଫଳରେ ଜୁଲି ତଳେ ପଡ଼ି ଯାଇଥିଲେ। ତା’ପରେ ଜୁଲିଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ ଅର୍ଜୁନ। ପରେ ଜୁଲିଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ୩ କିମି ରାସ୍ତା ଚାଲି ଚାଲି ଥାନାରେ ପଞ୍ଚିଥିଲେ। ଆଉ ପୁଲିସ୍‌ ପାଖରେ ଆତ୍ମସମର୍ପଣ କରିଥିଲେ।

ରିପୋର୍ଟ-ଦଶପଲ୍ଲାରୁ ସଞ୍ଜୀବ ସାହୁ

Murder Nayagarh