Advertisment

କେନାଲରୁ ଅବସରପ୍ରାପ୍ତ ହାବିଲଦାର ଓ ପତ୍ନୀଙ୍କ ମୃତଦେହ ଉଦ୍ଧାର

ଆଜି ସକାଳେ ଦୁଃଶାସନଙ୍କ ପତ୍ନୀଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Police station

Police station

କେନାଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଞ୍ଚୁବଟୀ ଗାଁରେ। ମୃତକ ଦ୍ୱୟ ହେଲେ ପଞ୍ଚୁବଟୀ ଗାଁର ଅବସରପ୍ରାପ୍ତ ହାବିଲଦାର ଦୁଃଶାସନ ସାହୁ ଓ ତାଙ୍କ ପତ୍ନୀ ପଦ୍ମାବତୀ ସାହୁ।

Advertisment

ଗତକାଲି ସକାଳେ ଦୁଃଶାସନ ଓ ତାଙ୍କ ପତ୍ନୀ ଗାଁ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ଫେରିନଥିଲେ। ଏନେଇ ପରିବାର ଲୋକେ ଚାରି ଆଡେ ଖୋଜିଖୋଜି କରିଥିଲେ, ହେଲେ ପାଇ ନଥିଲେ।

ବାପାମା’ ନିଖୋଜ ଥିବା ନେଇ  ପୁଅ ଥାନାରେ ଅଭିଯୋଗ କରିଥିଲେ। ସନ୍ଧ୍ୟାବେଳେ ଦୁଃଶାସନଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଦୁଃଶାସନଙ୍କ ମୃତଦେହ କେନାଲରୁ ଉଦ୍ଧାର କରିଥିଲେ।

Advertisment

ଆଜି ସକାଳେ ଦୁଃଶାସନଙ୍କ ପତ୍ନୀଙ୍କ ମୃତଦେହ କେନାଲରୁ ଉଦ୍ଧାର କରାଯାଇଛି। ଦୁଃଶାସନ ଓ ତାଙ୍କ ପତ୍ନି ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Dhenkanal